Matthew 2:13 — Compare Translations

7 translations compared side by side

Odia - 1840
"ପଣ୍ଡିତମାନେ ଗ୍ଭଲିୟିବାପରେ ପରମେଶ୍ବରଙ୍କର ଜଣେ ଦୂତ ସ୍ବପ୍ନ ରେ ଯୋଷଫଙ୍କେୁ ଦର୍ଶନ ଦଇେ କହିଲେ, ଉଠ, ଶିଶୁଟିକୁ ଓ ତା ମାଆଙ୍କୁ ନଇେ ମିଶର ଦେଶକୁ ପଳାଅ ଏବଂ ମୁଁ ନ କହିବା ପର୍ୟ୍ଯନ୍ତ ସଠାେରେ ରୁହ। କାରଣ େ ହରୋଦ ତାହାକୁ ମାରିଦବୋ ପାଇଁ ଗ୍ଭହୁଁଥିବାରୁ ତାହାଙ୍କୁ ଖାଜେିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେମାନେ ପ୍ରସ୍ଥାନ କଲା ଉତ୍ତାରେ, ଦେଖ, ପ୍ରଭୁଙ୍କର ଜଣେ ଦୂତ ସ୍ଵପ୍ନରେ ଯୋଷେଫଙ୍କୁ ଦର୍ଶନ ଦେଇ କହିଲେ, ଉଠ, ଶିଶୁ ଓ ତାହାଙ୍କ ମାତାଙ୍କୁ ଘେନି ମିସରକୁ ପଳାଅ, ପୁଣି ଆମ୍ଭେ ତୁମ୍ଭକୁ ନ କହିବା ପର୍ଯ୍ୟନ୍ତ ସେଠାରେ ରୁହ, କାରଣ ଶିଶୁଙ୍କୁ ବିନାଶ କରିବା ନିମନ୍ତେ ହେରୋଦ ତାହାଙ୍କୁ ଅନ୍ଵେଷଣ କରିବାକୁ ଉଦ୍ୟତ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେମାନେ ଚାଲି ଗଲାପରେ ଈଶ୍ୱରଙ୍କ ଦୂତ ଯୋସେଫଙ୍କୁ ସ୍ୱପ୍ନରେ ଦର୍ଶନ ଦେଇ କହିଲେ, “ହେରୋଦ ଶିଶୁଙ୍କୁ ହତ୍ୟା କରିବା ପାଇଁ ଅନ୍ୱେଷଣ କରିବ। ତେଣୁ ଉଠ, ଶିଶୁଙ୍କୁ ଓ ତାଙ୍କ ମାତାଙ୍କୁ ନେଇ ମିସର ଦେଶକୁ ପଳାଇ ଯାଅ। ସେ ସ୍ଥାନ ଛାଡ଼ିବାକୁ ନ କହିବା ପର୍ଯ୍ୟନ୍ତ ସେଠାରେ ରୁହ।”
Odia Bible ERV 2004 (ପବିତ୍ର ବାଇବଲ)
ଯୀଶୁଙ୍କ ବାପା-ମାଆ ତାହାଙ୍କୁ ମିଶରକୁ ନେଲେ ପଣ୍ଡିତମାନେ ଗ୍ଭଲିଯିବାପରେ ପରମେଶ୍ୱରଙ୍କର ଜଣେ ଦୂତ ସ୍ୱପ୍ନରେ ଯୋଷେଫଙ୍କୁ ଦର୍ଶନ ଦେଇ କହିଲେ, “ଉଠ, ଶିଶୁଟିକୁ ଓ ତା’ ମାଙ୍କୁ ନେଇ ମିଶର ଦେଶକୁ ପଳାଅ ଏବଂ ମୁଁ ନ କହିବା ପର୍ଯ୍ୟନ୍ତ ସେଠାରେ ରୁହ। କାରଣ ହେରୋଦ ତାହାକୁ ମାରିଦେବା ପାଇଁ ଗ୍ଭହୁଁଥିବାରୁ ତାହାଙ୍କୁ ଖୋଜିବ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେମାନେ ଚାଲିଯିବା ପରେ, ଦେଖ, ପ୍ରଭୁଙ୍କର ଜଣେ ଦୂତ ସ୍ୱପ୍ନରେ ଯୋଷେଫଙ୍କୁ ଦର୍ଶନ ଦେଇ କହିଲେ, “ଉଠ, ଶିଶୁ ଓ ତାହାଙ୍କ ମାତାଙ୍କୁ ନେଇ ମିସରକୁ ପଳାଅ, ପୁଣି, ଆମ୍ଭେ ତୁମ୍ଭକୁ ନ କହିବା ପର୍ଯ୍ୟନ୍ତ ସେଠାରେ ରୁହ, କାରଣ ଶିଶୁଙ୍କୁ ବିନାଶ କରିବା ନିମନ୍ତେ ହେରୋଦ ତାହାଙ୍କୁ ଅନ୍ୱେଷଣ କରିବାକୁ ଉଦ୍ୟତ।”
Odia IRV 2017 (ଓଡିଆ ବାଇବେଲ)
ସେମାନେ ଚାଲିଯିବା ପରେ, ଦେଖ, ପ୍ରଭୁଙ୍କର ଜଣେ ଦୂତ ସ୍ୱପ୍ନରେ ଯୋଷେଫଙ୍କୁ ଦର୍ଶନ ଦେଇ କହିଲେ, "ଉଠ, ଶିଶୁ ଓ ତାହାଙ୍କ ମାତାଙ୍କୁ ନେଇ ମିସରକୁ ପଳାଅ, ପୁଣି, ଆମ୍ଭେ ତୁମ୍ଭକୁ ନ କହିବା ପର୍ଯ୍ୟନ୍ତ ସେଠାରେ ରୁହ, କାରଣ ଶିଶୁଙ୍କୁ ବିନାଶ କରିବା ନିମନ୍ତେ ହେରୋଦ ତାହାଙ୍କୁ ଅନ୍ୱେଷଣ କରିବାକୁ ଉଦ୍ୟତ ।"
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತಿ ಭೆಟುಕ್ ಎಲ್ಲಿ ಲೊಕಾ ಗೆಲ್ಲ್ಯಾ ತನ್ನಾ ಸರ್ವೆಸ್ವರಾಚೊ ಎಕ್ ದುತ್ ಜುಜೆಕ್ ಸಪ್ನಾತ್ ದಿಸ್ಲೊ, ಅನಿ, “ಉಟ್, ಹೆರೊದ್ ಬಾಳ್ಶ್ಯಾಚೊ ಜಿವ್ ಕಾಡುಕ್ ಮನುನ್ ಹುಡ್ಕುನ್ಗೆತ್ ಯೆನಾರ್ ಹಾಯ್, ಬಾಳ್ಶ್ಯಾಕ್ ಅನಿ ತೆಚ್ಯಾ ಅವ್ಸಿಕ್ ಘೆ ಅನಿ ಇಜಿಪ್ತಾಕ್ ಪಳುನ್ ಜಾ, ಅನಿ ಮಿಯಾ ಸಾಂಗಿ ಪತರ್ ಥೈಚ್ ರ್‍ಹಾ,” ಮನುನ್ ಸಾಂಗ್ಲ್ಯಾನ್.

Recommended Reading