Matthew 2:16 — Compare Translations

7 translations compared side by side

Odia - 1840
"ଦେଖିଲେ ଯେ, ପଣ୍ଡିତମାନେ ତାହାଙ୍କୁ ବୋକା ବନଇେ ଦଇଛନ୍ତି। ସେ ଖୁବ୍ ରାଗିଗଲେ। ସେ ପଣ୍ଡିତମାନଙ୍କ ଠାରୁ ଶିଶୁପୁତ୍ରଟିର ଜନ୍ମ ସମୟ ଜାଣିଥିଲେ। ତାହା ଦୁଇବର୍ଷ ତଳର କଥା ହାଇେଥିବାରୁ ସେ ବେଥ୍ଲହେିମ ଓ ତା' ଆଖପାଖ ଅଞ୍ଚଳର ଦୁଇବର୍ଷ ବା ତାଠାରୁ କମ୍ ବୟସର ସବୁ ଶିଶୁପୁତ୍ରଙ୍କୁ ହତ୍ଯା କରିବାକୁ ଆଦେଶ ଦେଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଇତି ମଧ୍ୟରେ ହେରୋଦ ପଣ୍ତିତମାନଙ୍କ ଦ୍ଵାରା ଆପଣାକୁ ପ୍ରବଞ୍ଚିତ ହେବା ଦେଖି କ୍ରୋଧାନ୍ଧ ହୋଇଗଲେ, ଆଉ ସେମାନଙ୍କ ନିକଟରୁ ସୂକ୍ଷ୍ମ ରୂପେ ଯେଉଁ ସମୟ ବୁଝିଥିଲେ, ତଦନୁସାରେ ଦୁଇ ବର୍ଷ ଓ ସେଥିରୁ ନ୍ୟୂନବୟସ୍କ ଯେତେ ବାଳକ ବେଥଲିହିମ, ପୁଣି ସେଥିର ସମସ୍ତ ସୀମା ମଧ୍ୟରେ ଥିଲେ, ଲୋକ ପଠାଇ ସେହି ସମସ୍ତଙ୍କୁ ବଧ କରାଇଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ପୂର୍ବ ଦେଶରୁ ଆସିଥିବା ଜ୍ୟୋତିର୍ବିଦମାନେ ତାଙ୍କୁ ପ୍ରତାରଣା କରି ଚାଲି ଯାଇଛନ୍ତି ଜାଣି, ହେରୋଦ କ୍ରୋଧରେ ଜର୍ଜରିତ ହେଲେ ଏବଂ ବେଥ୍ଲେହିମ ଓ ତା’ର ଆଖ ପାଖ ଅଞ୍ଚଳରେ ଥିବା ଦୁଇ ବର୍ଷ ଓ ତହିଁରୁ କମ୍ ବୟସର ସମସ୍ତ ବାଳକଙ୍କୁ ହତ୍ୟା କରିବା ପାଇଁ ଆଦେଶ ଦେଲେ। ନକ୍ଷତ୍ର ଉଦୟ ହୋଇଥିବା ସମୟ ବିଷୟରେ ଜ୍ୟୋତିର୍ବିଦମାନଙ୍କଠାରୁ ସେ ଯାହା ଶୁଣିଥିଲେ, ସେହି ଅନୁଯାୟୀ ସେ ଶିଶୁମାନଙ୍କର ବୟସର ସୀମା ନିରୂପଣ କରିଥିଲେ।
Odia Bible ERV 2004 (ପବିତ୍ର ବାଇବଲ)
ହେରୋଦ ବେ‌‌‌‌‌‌ଥ୍‌‌‌‌‌‌ଲେହିମର ଶିଶୁ ପୁତ୍ରମାନଙ୍କୁ ହତ୍ୟା କଲେ ହେରୋଦ ଦେଖିଲେ ଯେ, ପଣ୍ଡିତମାନେ ତାହାଙ୍କୁ ବୋକା ବନେଇ ଦେଇଛନ୍ତି। ସେ ଖୁବ୍ ରାଗିଗଲେ। ସେ ପଣ୍ଡିତମାନଙ୍କଠାରୁ ଶିଶୁପୁତ୍ରଟିର ଜନ୍ମ ସମୟ ଜାଣିଥିଲେ। ତାହା ଦୁଇ ବର୍ଷ ତଳର କଥା ହୋଇଥିବାରୁ ସେ ବେ‌‌‌‌‌‌ଥ୍‌‌‌‌‌‌ଲେହିମ ଓ ତା’ ଆଖପାଖ ଅଞ୍ଚଳର ଦୁଇ ବର୍ଷ ବା ତା’ଠାରୁ କମ୍ ବୟସର ସବୁ ଶିଶୁପୁତ୍ରଙ୍କୁ ହତ୍ୟା କରିବାକୁ ଆଦେଶ ଦେଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଇତିମଧ୍ୟରେ ହେରୋଦ ପଣ୍ଡିତମାନଙ୍କ ଦ୍ୱାରା ଆପଣାକୁ ପ୍ରବଞ୍ଚିତ ହେବା ଦେଖି ରାଗିଗଲେ, ଆଉ ସେମାନଙ୍କ ନିକଟରୁ ଉତ୍ତମ ରୂପେ ଯେଉଁ ସମୟରେ ବୁଝିଥିଲେ, ତଦନୁସାରେ ଦୁଇ ବର୍ଷ ଓ ସେଥିରୁ କମ୍ ବୟସ୍କ ଯେତେ ବାଳକ ବେଥଲିହିମ ପୁଣି, ସେଥିର ସମସ୍ତ ସୀମା ମଧ୍ୟରେ ଥିଲେ, ଲୋକ ପଠାଇ ସେହି ସମସ୍ତଙ୍କୁ ବଧ କରାଇଲେ।
Odia IRV 2017 (ଓଡିଆ ବାଇବେଲ)
ଇତିମଧ୍ୟରେ ହେରୋଦ ପଣ୍ଡିତମାନଙ୍କ ଦ୍ୱାରା ଆପଣାକୁ ପ୍ରବଞ୍ଚିତ ହେବା ଦେଖି ରାଗିଗଲେ, ଆଉ ସେମାନଙ୍କ ନିକଟରୁ ଉତ୍ତମ ରୂପେ ଯେଉଁ ସମୟରେ ବୁଝିଥିଲେ, ତଦନୁସାରେ ଦୁଇ ବର୍ଷ ଓ ସେଥିରୁ କମ୍ ବୟସ୍କ ଯେତେ ବାଳକ ବେଥଲିହିମ ପୁଣି, ସେଥିର ସମସ୍ତ ସୀମା ମଧ୍ୟରେ ଥିଲେ, ଲୋକ ପଠାଇ ସେହି ସମସ୍ତଙ୍କୁ ବଧ କରାଇଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತ್ಯಾ ಭೆಟುಕ್ ಯೆಲ್ಲ್ಯಾನಿ ಅಪ್ನಾಕ್ ಪಸ್ವುಲ್ಯಾನಿ ಮನುನ್ ಹೆರೊದಾಕ್ ಕಳ್ಳೆ, ತನ್ನಾ ಹೆರೊದ್ ರಾಜಾಕ್ ಕಡ್ಕಡುನ್ ರಾಗ್ ಯೆಲೊ ತ್ಯಾ ಭೆಟುಕ್ ಯೆಲ್ಲ್ಯಾನಿಕ್ನಾ ಆಯ್ಕುನ್ ಘೆಟಲ್ಲ್ಯಾ ಎಳಾಚೊ ಅಂದಾಜ್ ಕರುನ್ ಘೆವ್ನ್ ಬೆತ್ಲೆಹೆಮಾತ್ ಅನಿ ಭೊತ್ಯಾನಿ ಹೊತ್ತ್ಯಾ ಗಾವಾನಿತ್ಲ್ಯಾ ದೊನ್ ವರ್ಸಾಚ್ಯಾ ಭುತ್ತುರ್‍ಲ್ಯಾ ಝಿಲ್ ಪೊರಾಕ್ನಿ ಜಿವಾನಿ ಮಾರಾ ಮನುನ್ ಅಪ್ನಾಚ್ಯಾ ಸೈನಿಕಾಕ್ನಿ ಧಾಡುನ್ ದಿಲ್ಯಾನ್. ಅನಿ ತೆನಿ ಸಗ್ಳ್ಯಾ ಪೊರಾಕ್ನಿ ಜಿವಾನಿ ಮಾರ್‍ಲ್ಯಾನಿ.