Matthew 2:9 — Compare Translations

7 translations compared side by side

Odia - 1840
"ପଣ୍ଡିତମାନେ ରାଜାଙ୍କ କଥା ଶୁଣି ଗ୍ଭଲିଗଲେ। ଯେଉଁ ତାରାଟି ସମାନେେ ଆଗରୁ ପୂର୍ବ ଦେଶ ରେ ଦେଖିଥିଲେ, ପୁଣି ଥରେ ତାକୁ ଦେଖିଲେ। ସହେି ତାରାଟି ତାହାଙ୍କ ଆଗେ ଆଗେ ଗ୍ଭଲିଲା ଏବଂ ଯେଉଁଠା ରେ ପିଲାଟି ଥିଲା, ସହେି ସ୍ଥାନ ଉପରେ ସ୍ଥିର ହାଇେ ରହିଗଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେଥିରେ ସେମାନେ ରାଜାଙ୍କ କଥା ଶୁଣି ଚାଲିଗଲେ; ଆଉ ଦେଖ, ସେମାନେ ପୂର୍ବଦେଶରେ ଯେଉଁ ତାରା ଦେଖିଥିଲେ, ତାହା ସେମାନଙ୍କ ଆଗେ ଆଗେ ଯାଇ, ଯେଉଁଠାରେ ଶିଶୁ ଥିଲେ, ଶେଷରେ ସେହି ସ୍ଥାନ ଉପରେ ସ୍ଥଗିତ ହେଲା ।
Odia BSI (ପବିତ୍ର ବାଇବଲ (CL) NT (BSI))
ଜ୍ୟୋତିର୍ବିଦମାନେ ସେ ସ୍ଥାନ ଛାଡ଼ି ପୁଣି ଥରେ ସେମାନଙ୍କ ଗନ୍ତବ୍ୟ ପଥରେ ଗଲାବେଳେ, ପୂର୍ବାକାଶରେ ଦେଖିଥିବା ସେହି ନକ୍ଷତ୍ର ପୁନର୍ବାର ଦେଖାଗଲା। ତାକୁ ଦେଖି ସେମାନଙ୍କର କି ଆନନ୍ଦ! କେତେ ଉଲ୍ଲସିତ ହୋଇ ଉଠିଲେ ସେମାନେ! ସେମାନଙ୍କ ଆଗେ ଆଗେ ଗତି କରି ତାରାଟି ଶିଶୁ ଥିବା ଗୃହ ଉପରେ ଠିକ୍ ଅଟକି ଗଲା।
Odia Bible ERV 2004 (ପବିତ୍ର ବାଇବଲ)
ପଣ୍ଡିତମାନେ ରାଜାଙ୍କ କଥା ଶୁଣି ‌ଗ୍ଭଲିଗଲେ। ଯେଉଁ ତାରାଟି ସେମାନେ ଆଗରୁ ପୂର୍ବ ଦେଶରେ ଦେଖିଥିଲେ, ପୁଣି ଥରେ ତାକୁ ଦେଖିଲେ। ସେହି ତାରାଟି ତାହାଙ୍କ ଆଗେ ଆଗେ ଗ୍ଭଲିଲା ଏବଂ ଯେଉଁଠାରେ ପିଲାଟି ଥିଲା, ସେହି ସ୍ଥାନ ଉପରେ ସ୍ଥିର ହୋଇ ରହିଗଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେଥିରେ ସେମାନେ ରାଜାଙ୍କ କଥା ଶୁଣି ଚାଲିଗଲେ; ଆଉ ଦେଖ, ସେମାନେ ପୂର୍ବଦେଶରେ ଯେଉଁ ତାରା ଦେଖିଥିଲେ, ତାହା ସେମାନଙ୍କ ଆଗେ ଆଗେ ଯାଇ, ଯେଉଁଠାରେ ଶିଶୁ ଥିଲେ, ଶେଷରେ ସେହି ସ୍ଥାନ ଉପରେ ରହିଗଲା।
Odia IRV 2017 (ଓଡିଆ ବାଇବେଲ)
ସେଥିରେ ସେମାନେ ରାଜାଙ୍କ କଥା ଶୁଣି ଚାଲିଗଲେ; ଆଉ ଦେଖ, ସେମାନେ ପୂର୍ବଦେଶରେ ଯେଉଁ ତାରା ଦେଖିଥିଲେ, ତାହା ସେମାନଙ୍କ ଆଗେ ଆଗେ ଯାଇ, ଯେଉଁଠାରେ ଶିଶୁ ଥିଲେ, ଶେଷରେ ସେହି ସ୍ଥାନ ଉପରେ ରହିଗଲା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ರಾಜಾನ್ ಸಾಂಗಲ್ಲೆ ಆಯ್ಕುನ್ ತೆನಿ ಭಾಯ್ರ್ ಯೆಲೆ, ತನ್ನಾ ದಿಸ್ ಉಗಾವ್ತಲ್ಯಾ ದಿಕ್ಕಾಕ್ ದಿಸಲ್ಲಿ ತಿ ಚಿಕ್ಕಿ ತೆಂಕಾ ದಿಸ್ಲಿ, ತಿ ಚಿಕ್ಕಿ ತೆಂಚ್ಯಾ ಫಿಡೆ-ಫಿಡೆ ಜಾವ್ಕ್ ಲಾಗಲ್ಲಿ, ಅನಿ ತೊ ಪೊರ್ ಹೊತ್ತ್ಯಾ ಜಾಗ್ಯಾಕ್ ಜಾವ್ನ್ ಇಬೆ ರ್‍ಹಾಲಿ.