Matthew 20:12 — Compare Translations

7 translations compared side by side

Odia - 1840
"ସମାନେେ କହିଲେ, 'ଶଷେ ରେ ଆସିଥିବା ଶ୍ରମିକମାନେ ମାତ୍ର ଗୋଟିଏ ଘଣ୍ଟା କାମ କରିଛନ୍ତି। ଆମ୍ଭେ ଖରା ରେ ଦିନସାରା କଠିନ ପରିଶ୍ରମ କରିଛୁ। କିନ୍ତୁ ଆପଣ ସମାନଙ୍କେୁ ଯେତିକି ମଜୁରୀ ଦେଲେ, ଆମ୍ଭକୁ ମଧ୍ଯ ସତେିକି ମଜୁରୀ ଦେଲେ!'"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏହି ଶେଷର ଲୋକମାନେ ଘଣ୍ଟାଏମାତ୍ର କାମ କଲେ, ଆଉ ଆମ୍ଭେମାନେ ଦିନଯାକ ଖଟି ଖଟି ଖରାରେ ଜଳିପୋଡ଼ିଗଲେ ସୁଦ୍ଧା ତୁମ୍ଭେ ସେମାନଙ୍କୁ ଆମ୍ଭମାନଙ୍କ ସମାନ କଲ ।
Odia BSI (ପବିତ୍ର ବାଇବଲ (CL) NT (BSI))
‘ଉପରଓଳି ପାଞ୍ଚଟାରେ କାମ ଆରମ୍ଭ କରିଥିବା ମୂଲିଆମାନେ ମୋଟେ ଘଣ୍ଟାଏ କାମ କରିଛନ୍ତି। ଆମେ ଏହି ପ୍ରଚଣ୍ଡ ଖରାରେ ଦିନଯାକ ଖଟିଲୁ, ଅଥଚ ମଜୁରୀ ଦେଲାବେଳେ ସେମାନଙ୍କୁ ଆମ ସହିତ ସମାନ କରିଦେଲେ।’
Odia Bible ERV 2004 (ପବିତ୍ର ବାଇବଲ)
ସେମାନେ କହିଲେ, ‘ଶେଷରେ ଆସିଥିବା ଶ୍ରମିକମାନେ ମାତ୍ର ଗୋଟିଏ ଘଣ୍ଟା କାମ କରିଛନ୍ତି। ଆମ୍ଭେ ଖରାରେ ଦିନସାରା କଠିନ ପରିଶ୍ରମ କରିଛୁ। କିନ୍ତୁ ଆପଣ ସେମାନଙ୍କୁ ଯେତିକି ମଜୁରୀ ଦେଲେ, ଆମ୍ଭକୁ ମଧ୍ୟ ସେତିକି ମଜୁରୀ ଦେଲେ!’
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
‘ଏହି ଶେଷର ଲୋକମାନେ ଘଣ୍ଟାଏ ମାତ୍ର କାମ କଲେ, ଆଉ ଆମ୍ଭେମାନେ ଦିନଯାକ ଖଟି ଖଟି ଖରାରେ ଜଳି ପୋଡ଼ିଗଲେ ସୁଦ୍ଧା ତୁମ୍ଭେ ସେମାନଙ୍କୁ ଆମ୍ଭମାନଙ୍କ ସମାନ କଲ।’
Odia IRV 2017 (ଓଡିଆ ବାଇବେଲ)
ଏହି ଶେଷର ଲୋକମାନେ ଘଣ୍ଟାଏମାତ୍ର କାମ କଲେ, ଆଉ ଆମ୍ଭେମାନେ ଦିନଯାକ ଖଟି ଖଟି ଖରାରେ ଜଳିପୋଡ଼ିଗଲେ ସୁଦ୍ଧା ତୁମ୍ଭେ ସେମାନଙ୍କୁ ଆମ୍ଭମାନଙ୍କ ସମାନ କଲ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
“ಅಮಿ ಸಕ್ಕಾಳ್ಚ್ಯಾನ್ ನಿಂಬ್ರಾತ್ ಅನಿ ಗರ್‍ಮಿತ್ ಕಾಮ್ ಕರ್ಲಾಂವ್, ಅನಿ ಹೆನಿ ಖಾಲಿ ಎಕುಚ್ ಎಕ್ ತಾಸ್ ಕಾಮ್ ಕರ್‍ಲ್ಯಾನಾತ್ ತೆಕಾಬಿ ಅಮ್ಕಾಬಿ ತವ್ಡಿಚ್ ಮಜುರಿ ದಿಲೆ”. ಮಟ್ಲ್ಯಾನಿ.