Matthew 20:8 — Compare Translations

7 translations compared side by side

Odia - 1840
"ସନ୍ଧ୍ଯା ହବୋରୁ ଦ୍ରାକ୍ଷା ବଗିଚ଼ାର ଜମିଦାର ତାହାଙ୍କ ଗୁମାସ୍ତାଙ୍କୁ ଡ଼ାକି କହିଲେ, 'ଶ୍ରମିକମାନଙ୍କୁ ଡ଼ାକ। ମୁଁ ଯେଉଁମାନଙ୍କୁ ଶଷେ ରେ କାମ ରେ ଲଗାଇଲି ଶ୍ରମିକମାନଙ୍କଠାରୁ ପ୍ରଥମେ ମଜୁରୀ ଦବୋ ଆରମ୍ଭ କର। ସର୍ବ ଶଷେ ରେ ପ୍ରଥମେ କାମକୁ ଆସିଥିବା ଶ୍ରମିକମାନଙ୍କୁ ମଜୁରୀ ଦିଅ।'"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପରେ ସନ୍ଧ୍ୟା ହୁଅନ୍ତେ, ଦ୍ରାକ୍ଷାକ୍ଷେତ୍ରର କର୍ତ୍ତା ଆପଣା ବେବର୍ତ୍ତାଙ୍କୁ କହିଲେ, ମୂଲିଆମାନଙ୍କୁ ଡାକି ଶେଷ ଲୋକମାନଙ୍କଠାରୁ ଆରମ୍ଭ କରି ପ୍ରଥମ ଲୋକମାନଙ୍କ ପର୍ଯ୍ୟନ୍ତ ମୂଲ ଦିଅ ।
Odia BSI (ପବିତ୍ର ବାଇବଲ (CL) NT (BSI))
“ସେଦିନ ସନ୍ଧ୍ୟାବେଳେ କ୍ଷେତ ମାଲିକ ଗୁମସ୍ତାକୁ କହିଲା, ‘ମୂଲିଆମାନଙ୍କୁ ଡ଼ାକ। ଯେଉଁମାନେ ସମସ୍ତଙ୍କଠାରୁ ପଛରେ କାମ ଆରମ୍ଭ କରିଛନ୍ତି, ଆଗେ ସେମାନଙ୍କ ମଜୁରୀ ଦେଇ ଦିଅ।
Odia Bible ERV 2004 (ପବିତ୍ର ବାଇବଲ)
“ସନ୍ଧ୍ୟା ହେବାରୁ ଦ୍ରାକ୍ଷାବଗିଗ୍ଭର ଜମିଦାର ତାହାଙ୍କ ଗୁମାସ୍ତାଙ୍କୁ ଡାକି କହିଲେ, ‘ଶ୍ରମିକମାନଙ୍କୁ ଡାକ। ମୁଁ ଯେଉଁମାନଙ୍କୁ ଶେଷରେ କାମରେ ଲଗାଇଲି ସେହି ଶ୍ରମିକମାନଙ୍କଠାରୁ ପ୍ରଥମେ ମଜୁରୀ ଦେବା ଆରମ୍ଭ କର। ସର୍ବ ଶେଷରେ ପ୍ରଥମେ କାମକୁ ଆସିଥିବା ଶ୍ରମିକମାନଙ୍କୁ ମଜୁରୀ ଦିଅ।’
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପରେ ସନ୍ଧ୍ୟା ହୁଅନ୍ତେ ଦ୍ରାକ୍ଷାକ୍ଷେତ୍ରର କର୍ତ୍ତା ଆପଣା ବେବର୍ତ୍ତାଙ୍କୁ କହିଲେ, ‘ମୂଲିଆମାନଙ୍କୁ ଡାକି ଶେଷ ଲୋକମାନଙ୍କଠାରୁ ଆରମ୍ଭ କରି ପ୍ରଥମ ଲୋକମାନଙ୍କ ପର୍ଯ୍ୟନ୍ତ ମୂଲ ଦିଅ।’
Odia IRV 2017 (ଓଡିଆ ବାଇବେଲ)
ପରେ ସନ୍ଧ୍ୟା ହୁଅନ୍ତେ ଦ୍ରାକ୍ଷାକ୍ଷେତ୍ରର ଅଧିକାରୀ ଆପଣା ବେବର୍ତ୍ତାଙ୍କୁ କହିଲେ, ମୂଲିଆମାନଙ୍କୁ ଡାକି ଶେଷ ଲୋକମାନଙ୍କଠାରୁ ଆରମ୍ଭ କରି ପ୍ରଥମ ଲୋକମାନଙ୍କ ପର୍ଯ୍ୟନ୍ତ ମୂଲ ଦିଅ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಸಾಂಚೆಕ್ಡೆ ತ್ಯಾ ಮಳ್ಯಾಚ್ಯಾ ಮಾಲ್ಕಾನ್ ಅಪ್ನಾಚ್ಯಾ ಮಕಾದಮಾಕ್ ಬಲ್ವುಲ್ಯಾನ್. ಅನಿ, ಅದ್ದಿ ಬಲ್ವಲ್ಲ್ಯಾಕ್ನಾ ಧರುನ್ ಆಕ್ರಿಕ್ ಬಲ್ವಲ್ಲ್ಯಾ ಪತರ್ ಸಗ್ಳ್ಯಾಕ್ನಿ ತೆಂಚಿ-ತೆಂಚಿ ದಿಸಾಚಿ ಮಜುರಿ ವಾಟುನ್ ದಿ. ಮನುನ್ ಸಾಂಗಟ್ಲ್ಯಾನ್.