Matthew 21:15 — Compare Translations

7 translations compared side by side

Odia - 1840
"ପ୍ରଧାନ ଯାଜକ ଓ ଧର୍ମଶାସ୍ତ୍ରୀମାନେ ଯୀଶୁଙ୍କ ଏ ବିସ୍ମୟ ଜନକ କାମ ଦେଖିଲେ। ମନ୍ଦିର ପରିସର ରେ ପିଲାମାନେ ପାଟି କରି ଯୀଶୁଙ୍କ ମହିମା ଗାନ କରୁଥିବାର ସମାନେେ ଶୁଣିଲେ। ପିଲାମାନେ କହୁଥିଲେ, ଦାଉଦଙ୍କ ପୁତ୍ରଙ୍କ ମହିମା ଗାନ କର। ଏସବୁ ଘଟଣା ରେ ଯାଜକ ଓ ଧର୍ମଶାସ୍ତ୍ରୀମାନେ ରାଗିଗଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିନ୍ତୁ ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ତାହାଙ୍କ କୃତ ଆଶ୍ଚର୍ଯ୍ୟକର୍ମସବୁ ଓ ମନ୍ଦିର ମଧ୍ୟରେ ହୋଶାନ୍ନା ଦାଉଦ-ସନ୍ତାନ ବୋଲି ଉଚ୍ଚ ସ୍ଵର କରୁଥିବା ପିଲାମାନଙ୍କୁ ଦେଖି ବିରକ୍ତ ହେଲେ,
Odia BSI (ପବିତ୍ର ବାଇବଲ (CL) NT (BSI))
ପ୍ରଧାନ ଯାଜକ ଓ ଧର୍ମଗୁରୁମାନେ ତାଙ୍କର ଅଲୌକିକ କର୍ମସବୁ ଦେଖି ଓ ପିଲାମାନେ ଦାଉଦ ସନ୍ତାନଙ୍କର ଜୟ ବୋଲି କହୁଥିବା ଶୁଣି କ୍ରୋଧାନ୍ୱିତ ହେଲେ।
Odia Bible ERV 2004 (ପବିତ୍ର ବାଇବଲ)
ପ୍ରଧାନଯାଜକ ଓ ଧର୍ମଶାସ୍ତ୍ରୀମାନେ ଯୀଶୁଙ୍କ ଏ ବିସ୍ମୟ ଜନକ କାମ ଦେଖିଲେ। ମନ୍ଦିର ପରିସରରେ ପିଲାମାନେ ପାଟି କରି ଯୀଶୁଙ୍କ ମହିମା ଗାନ କରୁଥିବାର ସେମାନେ ଶୁଣିଲେ। ପିଲାମାନେ କହୁଥିଲେ, “ଦାଉଦଙ୍କ ପୁତ୍ରଙ୍କ ମହିମା ଗାନ କର।” ଏସବୁ ଘଟଣାରେ ଯାଜକ ଓ ଧର୍ମଶାସ୍ତ୍ରୀମାନେ ରାଗିଗଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିନ୍ତୁ ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ତାହାଙ୍କ କରିଥିବା ଆଶ୍ଚର୍ଯ୍ୟକର୍ମଗୁଡ଼ିକୁ ଓ ମନ୍ଦିର ମଧ୍ୟରେ ହୋଶାନ୍ନା ଦାଉଦଙ୍କ ସନ୍ତାନ ବୋଲି ଉଚ୍ଚସ୍ୱର କରୁଥିବା ପିଲାମାନଙ୍କୁ ଦେଖି ବିରକ୍ତ ହେଲେ,
Odia IRV 2017 (ଓଡିଆ ବାଇବେଲ)
କିନ୍ତୁ ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ତାହାଙ୍କ କରିଥିବା ଆଶ୍ଚର୍ଯ୍ୟ କର୍ମସବୁ ଓ ମନ୍ଦିର ମଧ୍ୟରେ ହୋଶାନ୍ନା ଦାଉଦ ସନ୍ତାନ ବୋଲି ଉଚ୍ଚ ସ୍ୱର କରୁଥିବା ପିଲାମାନଙ୍କୁ ଦେଖି ବିରକ୍ତ ହେଲେ,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಹಿ ಸಗ್ಳಿ ವಿಚಿತ್ರ್ ಕಾಮಾ ಕರ್‍ತಲೆ ಬಗುನ್, ಅನಿ ದೆವಾಚ್ಯಾ ಗುಡಿತ್ ಪೊರಾ, “ದಾವಿದಾಚ್ಯಾ ಲೆಕಾಕ್ ಹೊಗ್ಳಾಪ್!” ಮನುನ್ ಬೊಬ್ ಮಾರ್‍ತಲೆ ಆಯ್ಕುನ್ ಮುಖ್ಯ ಯಾಜಕಾಕ್ನಿ ಅನಿ ಖಾಯ್ದೆ ಶಿಕ್ವುತಲ್ಯಾಕ್ನಿ ಲೈ ರಾಗ್ ಯೆಲೊ.