Matthew 21:16 — Compare Translations

7 translations compared side by side

Odia - 1840
"ସମାନେେ ଯୀଶୁଙ୍କୁ ପଚାରିଲେ, ଏ ପିଲାମାନେ କ'ଣ କହୁଛନ୍ତି, ତୁମ୍ଭେ କ'ଣ ତାହା ଶୁଣି ପାରୁଛ?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି ତାହାଙ୍କୁ ପଚାରିଲେ, ଏମାନେ କଅଣ କହୁଅଛନ୍ତି, ତାହା କି ତୁମ୍ଭେ ଶୁଣୁଅଛ? ଯୀଶୁ ସେମାନଙ୍କୁ କହିଲେ, ହଁ, ତୁମ୍ଭେ ଶିଶୁ ଓ ସ୍ତନ୍ୟପାୟୀମାନଙ୍କ ମୁଖ ଦ୍ଵାରା ଆପଣା ଉଦ୍ଦେଶ୍ୟରେ ସ୍ତବ ସିଦ୍ଧ କରିଅଛ, ଏହି କଥା କି ତୁମ୍ଭେମାନେ କେବେ ହେଁ ପାଠ କରି ନାହଁ?
Odia BSI (ପବିତ୍ର ବାଇବଲ (CL) NT (BSI))
ସେମାନେ ଯୀଶୁଙ୍କୁ ପଚାରିଲେ, “ଏମାନେ କ’ଣ କହୁଛନ୍ତି, ତୁମେ ଶୁଣି ପାରୁଛ?” ଯୀଶୁ ଉତ୍ତର ଦେଲେ, “ନିଶ୍ଚୟ ଶୁଣୁଛି। ଧର୍ମଶାସ୍ତ୍ରରେ ଏକଥା କ’ଣ ପଢ଼ି ନାହଁ? ତୁମେ ପିଲା ଓ କୋମଳ ଶିଶୁମାନଙ୍କୁ ଯଥାର୍ଥ ଭାବରେ ପ୍ରଶଂସା କରିବାକୁ ଶିକ୍ଷା ଦେଇଛ।”
Odia Bible ERV 2004 (ପବିତ୍ର ବାଇବଲ)
ସେମାନେ ଯୀଶୁଙ୍କୁ ପଗ୍ଭରିଲେ, “ଏ ପିଲାମାନେ କ’ଣ କହୁଛନ୍ତି, ତୁମ୍ଭେ କ’ଣ ତାହା ଶୁଣି ପାରୁଛ?” ଯୀଶୁ ଉତ୍ତର ଦେଲେ, “ହଁ ଶୁଣି ପାରୁଛି। ଧର୍ମଶାସ୍ତ୍ର କହେ, ‘ତୁମ୍ଭେ ବାଳକ ଓ ଶିଶୁଙ୍କୁ ପ୍ରଶଂସା ଗାନ କରିବା ପାଇଁ ଶିଖେଇଛ।’ ଏ କଥା କ’ଣ ତୁମ୍ଭେ ଧର୍ମଶାସ୍ତ୍ରରେ ପଢ଼ି ନାହଁ?”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ତାହାଙ୍କୁ ପଚାରିଲେ, ଏମାନେ କଅଣ କହୁଅଛନ୍ତି, ତାହା କି ତୁମ୍ଭେ ଶୁଣୁଅଛ? ଯୀଶୁ ସେମାନଙ୍କୁ କହିଲେ, “ହଁ, ‘ତୁମ୍ଭେ ଶିଶୁ ଓ ସ୍ତନ୍ୟପାୟୀମାନଙ୍କ ମୁଖ ଦ୍ୱାରା ଆପଣା ଉଦ୍ଦେଶ୍ୟରେ ସ୍ତବ ସିଦ୍ଧ କରିଅଛ,’ ଏହି କଥା କି ତୁମ୍ଭେମାନେ କେବେ ହେଁ ପାଠ କରି ନାହଁ?”
Odia IRV 2017 (ଓଡିଆ ବାଇବେଲ)
ପୁଣି, ତାହାଙ୍କୁ ପଚାରିଲେ, ଏମାନେ କ'ଣ କହୁଅଛନ୍ତି, ତାହା କି ତୁମ୍ଭେ ଶୁଣୁଅଛ? ଯୀଶୁ ସେମାନଙ୍କୁ କହିଲେ, ହଁ, ତୁମ୍ଭେ ଶିଶୁ ଓ ସ୍ତନ୍ୟପାୟୀମାନଙ୍କ ମୁଖ ଦ୍ୱାରା ଆପଣା ଉଦ୍ଦେଶ୍ୟରେ ସ୍ତବ ସିଦ୍ଧ କରିଅଛ, ଏହି କଥା କି ତୁମ୍ଭେମାନେ କେବେ ହେଁ ପାଠ କରି ନାହଁ?
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೆಚೆಸಾಟ್ನಿ ತೆನಿ ಜೆಜುಕ್,“ತೆನಿ ಕಾಯ್ ಮನುಲ್ಯಾತ್ ತುಕಾ ಆಯ್ಕೊ ಯೆವ್ಲಾ ಕಾಯ್?” ಮನುನ್ ಇಚಾರ್‍ಲ್ಯಾನಿ. ತನ್ನಾ ಜೆಜುನ್, “ಮಿಯಾ ಕಾಯ್ ಕರುಕ್ ಹೊತಾ. ಪವಿತ್ರ್ ಪುಸ್ತಕಾತ್, ತುಮಿ ಪೊರಾಕ್ನಿ ಅನಿ ದುದ್ ಫಿತಲ್ಯಾ ಬಾಳ್‌ಶ್ಯಾಕ್ನಿ ಎಗ್ದಮ್ ಸಮಾ ರಿತಿನ್ ಹೊಗ್ಳಾಪ್ ದಿವ್ಚೆ ಮನುನ್ ಶಿಕ್ವುಲ್ಯಾಶಿ; ಮನುನ್ ವಾಚ್ವುಕ್‍ನ್ಯಾಶಿ ಕಾಯ್?” ಮನುನ್ ಜಬಾಬ್ ದಿಲ್ಯಾನ್.