Matthew 21:19 — Compare Translations

7 translations compared side by side

Odia - 1840
"ରାସ୍ତା କଡ଼ ରେ ସେ ଗୋଟିଏ ଡ଼ିମ୍ବିରି ଗଛ ଦେଖିଲେ। ସେ ଗଛ ପାଖକୁ ଗଲେ। ଗଛ ରେ ପତ୍ର ଛଡ଼ା ଆଉ ସେ କିଛି ପାଇଲେ ନାହିଁ। ସେ ଗଛକୁ କହିଲେ, ଆଉ ଏଣିକି ତୋ ଠା ରେ ଫଳ ଆସିବ ନାହିଁ। ସଙ୍ଗେ ସଙ୍ଗେ ଡ଼ିମ୍ବିରି ଗଛଟି ଶୁଖି ମରିଗଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ ବାଟ ପାଖରେ ଗୋଟିଏ ଡିମିରି ଗଛ ଦେଖି ତାହା ପାଖକୁ ଗଲେ, ପୁଣି କେବଳ ପତ୍ର ଛଡ଼ା ତାହାଠାରେ ଆଉ କିଛି ନ ପାଇ ତାହାକୁ କହିଲେ, ଆଉ କେବେ ହେଁ ତୋʼଠାରେ ଫଳ ନ ହେଉ । ସେଥିରେ ସେହିକ୍ଷଣି ସେହି ଡିମିରି ଗଛ ଶୁଖିଗଲା ।
Odia BSI (ପବିତ୍ର ବାଇବଲ (CL) NT (BSI))
ରାସ୍ତାକଡ଼ରେ ଗୋଟିଏ ଡ଼ିମିରି ଗଛ ଥିଲା। ଯୀଶୁ ତା’ ନିକଟକୁ ଯାଇ ସେଥିରେ ପତ୍ର ଛଡ଼ା ଆଉ କିଛି ଦେଖିଲେ ନାହିଁ। ତେଣୁ ସେ ଗଛଟିକୁ କହିଲେ, “ତୁ ଆଉ କେବେ ଫଳ ଧରିବୁ ନାହିଁ।” ତତ୍କ୍ଷଣାତ୍ ଡ଼ିମିରି ଗଛଟି ଶୁଖିଗଲା।
Odia Bible ERV 2004 (ପବିତ୍ର ବାଇବଲ)
ରାସ୍ତା କଡ଼ରେ ସେ ଗୋଟିଏ ଡିମିରିଗଛ ଦେଖିଲେ। ସେ ଗଛ ପାଖକୁ ଗଲେ, ଗଛରେ ପତ୍ର ଛଡ଼ା ଆଉ ସେ କିଛି ପାଇଲେ ନାହିଁ। ସେ ଗଛକୁ କହିଲେ, “ଆଉ ଏଣିକି ତୋ’ଠାରେ ଫଳ ଆସିବ ନାହିଁ।” ସଙ୍ଗେ ସଙ୍ଗେ ଡିମିରିଗଛଟି ଶୁଖି ମରିଗଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ବାଟ ପାଖରେ ଗୋଟିଏ ଡିମ୍ବିରିବୃକ୍ଷ ଦେଖି ତାହା ନିକଟକୁ ଗଲେ, ପୁଣି, କେବଳ ପତ୍ର ଛଡ଼ା ତାହାଠାରେ ଆଉ କିଛି ନ ପାଇ ତାହାକୁ କହିଲେ, “ଆଉ କଦାପି ତୋʼଠାରେ ଫଳ ନ ହେଉ।” ସେଥିରେ ସେହିକ୍ଷଣି ସେହି ଡିମ୍ବିରିବୃକ୍ଷ ଶୁଖିଗଲା।
Odia IRV 2017 (ଓଡିଆ ବାଇବେଲ)
ଆଉ ବାଟ ପାଖରେ ଗୋଟିଏ ଡିମ୍ବିରି ଗଛ ଦେଖି ତାହା ନିକଟକୁ ଗଲେ, ପୁଣି, କେବଳ ପତ୍ର ଛଡ଼ା ତାହାଠାରେ ଆଉ କିଛି ନ ପାଇ ତାହାକୁ କହିଲେ, ଆଉ କଦାପି ତୋଠାରେ ଫଳ ନ ହେଉ । ସେଥିରେ ସେହିକ୍ଷଣି ସେହି ଡିମ୍ବିରି ଗଛ ଶୁଖିଗଲା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತನ್ನಾ ರಸ್ತ್ಯಾಚ್ಯಾ ಬಾಜುಕ್ ಹೊತ್ತೆ ಅಂಜುರಾಚೆ ಝಾಡ್ ತೆನಿ ಬಗಟ್ಲ್ಯಾನ್. ಅನಿ ತೊ ತ್ಯಾ ಝಾಡಾಕ್ಡೆ ಹನ್ನಾ ಖಾವ್ಕ್ ಗೆಲೊ. ಖರೆ ತ್ಯಾ ಝಾಡಾಕ್ ಪಾನಾ ಸೊಡುನ್ ಎಕ್ ಸೈತ್ ಹನ್ನ್ ತೆಕಾ ಗಾವುಕ್ನಾ. ತೆಚೆಸಾಟ್ನಿ ತೆನಿ ತ್ಯಾ ಝಾಡಾಕ್,“ಅನಿ ಫಿಡೆ ತುಕಾ ಕನ್ನಾಬಿ ಫಳಾ ಹೊಯ್‍ನಸ್ತಾನಾ ರ್‍ಹಾಂವ್ದಿತ್.” ಮಟ್ಲ್ಯಾನ್. ತನ್ನಾ ತೆ ಅಂಜುರಾಚೆ ಝಾಡ್ ವಾಳುನ್ ಗೆಲೆ.