Matthew 21:32 — Compare Translations

7 translations compared side by side

Odia - 1840
"ତୁମ୍ଭମାନଙ୍କୁ ବଞ୍ଚିବା ପାଇଁ ଠିକ ବାଟ ଦଖାଇବୋକୁ ଯୋହନ ଆସି ଥିଲେ। ତୁମ୍ଭମାନେେ ଯୋହନଙ୍କୁ ବିଶ୍ବାସ କଲ ନାହିଁ।କିନ୍ତୁ କର ଆଦାୟକାରୀ ଓ ବେଶ୍ଯାମାନେ ଯୋହନଙ୍କୁ ବିଶ୍ବାସ କଲେ। କର ଆଦାୟକାରୀ ଓ ବେଶ୍ଯାମାନେ ଯୋହନଙ୍କୁ ବିଶ୍ବାସ କରିଛନ୍ତି ବୋଲି ତୁମ୍ଭେ ଦେଖିଲ। ତଥାପି ତାହାଙ୍କଠା ରେ ବିଶ୍ବାସ କରିବା ଲୋଗି ତୁମ୍ଭମାନେେ ହୃଦୟ ପରିବର୍ତ୍ତନ କଲ ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କାରଣ ଯୋହନ ତୁମ୍ଭମାନଙ୍କ ନିକଟକୁ ଧାର୍ମିକତାର ପଥ ଦେଇ ଆସିଲେ, ଆଉ ତୁମ୍ଭେମାନେ ତାଙ୍କୁ ବିଶ୍ଵାସ କଲ ନାହିଁ, ମାତ୍ର କରଗ୍ରାହୀ ଓ ବେଶ୍ୟାମାନେ ତାଙ୍କୁ ବିଶ୍ଵାସ କଲେ, କିନ୍ତୁ ତୁମ୍ଭେମାନେ ଯେପରି ତାଙ୍କୁ ବିଶ୍ଵାସ କରି ପାର, ଏଥିନିମନ୍ତେ ତାହା ଦେଖି ସୁଦ୍ଧା ଅନୁତାପ କଲ ନାହିଁ ।
Odia BSI (ପବିତ୍ର ବାଇବଲ (CL) NT (BSI))
“ଜଳଦୀକ୍ଷାଦାତା ଯୋହନ ତୁମ ନିକଟକୁ ଆସି ଠିକ୍ ରାସ୍ତା ଦେଖାଇ ଦେଇଥିଲେ, କିନ୍ତୁ ତୁମେ ତାଙ୍କୁ ବିଶ୍ୱାସ କଲ ନାହିଁ। ଅଥଚ କର ଆଦାୟକାରୀ ଓ ବେଶ୍ୟାମାନେ ତାଙ୍କ କଥାରେ ବିଶ୍ୱାସ କଲେ। ଏହା ଦେଖି ମଧ୍ୟ ତୁମେ ମନ ବଦଳାଇ ତାଙ୍କୁ ବିଶ୍ୱାସ କଲ ନାହିଁ।
Odia Bible ERV 2004 (ପବିତ୍ର ବାଇବଲ)
ତୁମ୍ଭମାନଙ୍କୁ ବଞ୍ଚିବା ପାଇଁ ଠିକ୍ ବାଟ ଦେଖାଇବାକୁ ଯୋହନ ଆସି ଥିଲେ। ତୁମ୍ଭେମାନେ ଯୋହନଙ୍କୁ ବିଶ୍ୱାସ କଲ ନାହିଁ। କିନ୍ତୁ କରଆଦାୟକାରୀ ଓ ବେଶ୍ୟାମାନେ ଯୋହନଙ୍କୁ ବିଶ୍ୱାସ କଲେ। କରଆଦାୟକାରୀ ଓ ବେଶ୍ୟାମାନେ ଯୋହନଙ୍କୁ ବିଶ୍ୱାସ କରିଛନ୍ତି ବୋଲି ତୁମ୍ଭେ ଦେଖିଲ। ତଥାପି ତାହାଙ୍କଠାରେ ବିଶ୍ୱାସ କରିବା ଲାଗି ତୁମ୍ଭେମାନେ ହୃଦୟ ପରିବର୍ତ୍ତନ କଲ ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କାରଣ ଯୋହନ ତୁମ୍ଭମାନଙ୍କ ନିକଟକୁ ଧାର୍ମିକତାର ପଥ ଦେଇ ଆସିଲେ, ଆଉ ତୁମ୍ଭେମାନେ ତାହାଙ୍କୁ ବିଶ୍ୱାସ କଲ ନାହିଁ, ମାତ୍ର କରଗ୍ରାହୀ ଓ ବେଶ୍ୟାମାନେ ତାହାଙ୍କୁ ବିଶ୍ୱାସ କଲେ, କିନ୍ତୁ ତୁମ୍ଭେମାନେ ଯେପରି ତାହାଙ୍କୁ ବିଶ୍ୱାସ କରିପାର, ଏଥିନିମନ୍ତେ ତାହା ଦେଖି ସୁଦ୍ଧା ଅନୁତାପ କଲ ନାହିଁ।”
Odia IRV 2017 (ଓଡିଆ ବାଇବେଲ)
କାରଣ ଯୋହନ ତୁମ୍ଭମାନଙ୍କ ନିକଟକୁ ଧାର୍ମିକତାର ପଥ ଦେଇ ଆସିଲେ, ଆଉ ତୁମ୍ଭେମାନେ ତାହାଙ୍କୁ ବିଶ୍ୱାସ କଲ ନାହିଁ, ମାତ୍ର କରଗ୍ରାହୀ ଓ ବେଶ୍ୟାମାନେ ତାହାଙ୍କୁ ବିଶ୍ୱାସ କଲେ, କିନ୍ତୁ ତୁମ୍ଭେମାନେ ଯେପରି ତାହାଙ୍କୁ ବିଶ୍ୱାସ କରି ପାର, ଏଥି ନିମନ୍ତେ ତାହା ଦେଖି ସୁଦ୍ଧା ଅନୁତାପ କଲ ନାହିଁ । ଆଉ ଗୋଟିଏ ଦୃଷ୍ଟାନ୍ତ ଶୁଣ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜುವಾಂವ್ ಬಾವ್ತಿಸ್ ತುಮ್ಕಾ ಬರಿ ವಾಟ್ ದಾಕ್ವುಕ್ ಮನುನ್ ಯೆಲೊ, ಖರೆ ತುಮಿ ತೆಚೆ ವರ್‍ತಿ ವಿಶ್ವಾಸ್ ಕರುಕ್ನ್ಯಾಶಿ, ಖರೆ ತೆರ್‍ಗಿ ವಸುಲ್ ಕರ್‍ತಲ್ಯಾನಿ ಅನಿ ವೆಭಿಚಾರ್ ಕರ್‍ತಲ್ಯಾ ಲೊಕಾನಿ ತೆಚೆ ವರ್‍ತಿ ವಿಶ್ವಾಸ್ ಕರ್‍ಲ್ಯಾನಿ. ಹೆ ಸಗ್ಳೆ ಬಗುನ್ಬಿ ತುಮಿ ತುಮ್ಚಿ ಮನಾ ಬದ್ಲುನ್‍ ತೆಚೆ ವರ್‍ತಿ ವಿಶ್ವಾಸ್ ಕರುಕ್‍ನ್ಯಾಶಿ.” ಮನುನ್ ಸಾಂಗ್ಲ್ಯಾನ್.