Matthew 21:33 — Compare Translations

7 translations compared side by side

Odia - 1840
"ଆଉ ଗୋଟିଏ କାହାଣୀ ଶୁଣ। ଜଣେ ଜମିମାଲିକ ଥିଲେ। ତାହାଙ୍କ ଜମି ରେ ସେ ଦ୍ରାକ୍ଷା ଲଗାଇଲେ। ସେ ତା ଚ଼ାରିପଟେ ବାଡ଼ ଲଗାଇଲେ। ସେ ଦ୍ରାକ୍ଷାରସ ବାହାର କରିବା ପାଇଁ ସେଥି ରେ ଦ୍ରାକ୍ଷାକୁଣ୍ଡଟିଏ ଖାେଳିଲେ। ସେ ସଠାେରେ ପ୍ରହରୀଗୃହଟିଏ ନିର୍ମାଣ କଲେ ଓ କେତକେ କୃଷକଙ୍କୁ ଜମିଟି ଭାଗ ଦଇେ ଦେଲେ। ତା'ପରେ ସେ ବିଦେଶ ଯାତ୍ରା ରେ ବାହାରି ଗଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ ଗୋଟିଏ ଦୃଷ୍ଟାନ୍ତ ଶୁଣ । ଜଣେ ଗୃହକର୍ତ୍ତା ଥିଲେ, ସେ ଗୋଟିଏ ଦ୍ରାକ୍ଷାକ୍ଷେତ୍ର କରି ଚାରିଆଡ଼େ ବାଡ଼ ଦେଲେ ଓ ତହିଁ ମଧ୍ୟରେ ଦ୍ରାକ୍ଷାକୁଣ୍ତ ଖୋଳି ପ୍ରହରୀ-ଗୃହ ନିର୍ମାଣ କଲେ, ପୁଣି କୃଷକମାନଙ୍କୁ ସେହି କ୍ଷେତ୍ର ଭାଗରେ ଦେଇ ବିଦେଶକୁ ଗମନ କଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଯୀଶୁ କହିଲେ, “ଆଉ ଗୋଟିଏ ଦୃଷ୍ଟାନ୍ତ ଶୁଣ। ଜଣେ ଜମି ମାଲିକ ତାଙ୍କ କ୍ଷେତରେ ଦ୍ରାକ୍ଷା ଚାଷ କରିଥିଲେ। ଘଣାଟିଏ ବସାଇଲେ ଏବଂ ଜଗୁଆଳି ପାଇଁ ଗୋଟିଏ ମଞ୍ଚା ମଧ୍ୟ ତିଆରି କଲେ। ତା’ପରେ କ୍ଷେତଟି ରଇତମାନଙ୍କୁ ଭାଗରେ ଛାଡ଼ିଦେଇ ସେ ବିଦେଶ ଯାତ୍ରା କଲେ।
Odia Bible ERV 2004 (ପବିତ୍ର ବାଇବଲ)
ପରମେଶ୍ୱର ତାହାଙ୍କର ପୁତ୍ରଙ୍କୁ ପଠାଇଲେ “ଆଉ ଗୋଟିଏ କାହାଣୀ ଶୁଣ। ଜଣେ ଜମି ମାଲିକ ଥିଲେ। ତାହାଙ୍କ ଜମିରେ ସେ ଦ୍ରାକ୍ଷା ଲଗାଇଲେ। ସେ ତା’ ଗ୍ଭରିପଟେ ବାଡ଼ ଲଗାଇଲେ। ସେ ଦ୍ରାକ୍ଷାରସ ବାହାର କରିବା ପାଇଁ ସେଥିରେ ଦ୍ରାକ୍ଷାକୁଣ୍ଡଟିଏ ଖୋଲିଲେ। ସେ ସେଠାରେ ପ୍ରହରୀଗୃହଟିଏ ନିର୍ମାଣ କଲେ ଓ କେତେକ କୃଷକଙ୍କୁ ଜମିଟି ଭାଗ ଦେଇଦେଲେ। ତା’ପରେ ସେ ବିଦେଶ ଯାତ୍ରାରେ ବାହାରି ଗଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
“ଆଉ ଗୋଟିଏ ଦୃଷ୍ଟାନ୍ତ ଶୁଣ। ଜଣେ ଗୃହକର୍ତ୍ତା ଥିଲେ, ସେ ଗୋଟିଏ ଦ୍ରାକ୍ଷାକ୍ଷେତ୍ର କରି ଚାରିଆଡ଼େ ବାଡ଼ ଦେଲେ ଓ ତହିଁ ମଧ୍ୟରେ ଦ୍ରାକ୍ଷାକୁଣ୍ଡ ଖୋଳି ପ୍ରହରୀ-ଗୃହ ତିଆରି କଲେ, ପୁଣି, କୃଷକମାନଙ୍କୁ ସେହି କ୍ଷେତ୍ର ଭାଗରେ ଦେଇ ବିଦେଶକୁ ଚାଲିଗଲେ।
Odia IRV 2017 (ଓଡିଆ ବାଇବେଲ)
ଜଣେ ଗୃହକର୍ତ୍ତା ଥିଲେ, ସେ ଗୋଟିଏ ଦ୍ରାକ୍ଷାକ୍ଷେତ୍ର କରି ଚାରିଆଡ଼େ ବାଡ଼ ଦେଲେ ଓ ତହିଁ ମଧ୍ୟରେ ଦ୍ରାକ୍ଷାକୁଣ୍ଡ ଖୋଳି ପ୍ରହରୀଗୃହ ତିଆରି କଲେ, ପୁଣି, କୃଷକମାନଙ୍କୁ ସେହି କ୍ଷେତ୍ର ଭାଗରେ ଦେଇ ବିଦେଶକୁ ଚାଲିଗଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜೆಜುನ್ “ಅನಿಎಕ್ ಕಾನಿ ಆಯ್ಕಾ” ಮಟ್ಲ್ಯಾನ್. ಎಗ್ದಾ ಎಕ್ ಶೆತಾಚೊ ಮಾಲಿಕ್ ಹೊತ್ತೊ. ತೆನಿ ಅಪ್ನಾಚ್ಯಾ ಶೆತಾತ್ ದ್ರಾಕ್ಷಿಚಿ ಝಾಡಾ ಲಾವ್ಲ್ಯಾನ್ ಭೊತ್ಯಾನಿ ಖುಪ್ ಘಾಟ್ಲ್ಯಾನ್, ಅನಿ ದ್ರಾಕ್ಷಿ ಮಳುಕ್ ಘಾನ್ಯಾಚೊ ಖಡ್ಡೊ ಖಂಡ್ಲ್ಯಾನ್. ಅನಿ ಶೆತ್ ರಾಕುಕ್ ಎಕ್ ಘಟ್ಮುಟ್ ಮಾಳೊ ಭಾಂದ್ಲ್ಯಾನ್. ಮಾನಾ ತೆ ಶೆತ್ ಗುತ್ಕೆ ಧರ್‍ತಲ್ಯಾಕ್ನಿ ಗುತ್ಕ್ಯಾನಿ ದಿಲ್ಯಾನ್ ಅನಿ ತೊ ಧುರ್‍ಲ್ಯಾ ದೆಸಾಕ್ ಗೆಲೊ.