Matthew 21:42 — Compare Translations

7 translations compared side by side

Odia - 1840
"ଯୀଶୁ ସମାନଙ୍କେୁ କହିଲେ, ତୁମ୍ଭମାନେେ ଏକଥା କ'ଣ କବେେ ହେଲେ ଶାସ୍ତ୍ର ରେ ପଢ଼ି ନଥିଲ?:"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯୀଶୁ ସେମାନଙ୍କୁ କହିଲେ, ତୁମ୍ଭେମାନେ କି କେବେ ହେଁ ଧର୍ମଶାସ୍ତ୍ରରେ ଏହି କଥା ପାଠ କରି ନାହଁ, ଗୃହନିର୍ମାଣକାରୀମାନେ ଯେଉଁ ପ୍ରସ୍ତରକୁ ଅଗ୍ରାହ୍ୟ କଲେ, ତାହା କୋଣର ପ୍ରଧାନ ପ୍ରସ୍ତର ହେଲା; ପ୍ରଭୁଙ୍କଠାରୁ ଏହା ହେଲା, ଆଉ ତାହା ଆମ୍ଭମାନଙ୍କ ଦୃଷ୍ଟିରେ ଆଶ୍ଚର୍ଯ୍ୟଜନକ?
Odia BSI (ପବିତ୍ର ବାଇବଲ (CL) NT (BSI))
ଯୀଶୁ ସେମାନଙ୍କୁ କହିଲେ, “ଏହି ଶାସ୍ତ୍ର କଥା କଅଣ ତୁମ୍ଭେମାନେ ପଢ଼ି ନାହଁ? ‘ଯେଉଁ ପଥରଟିକୁ ଗୃହ ନିର୍ମାଣକାରୀମାନେ ଅଦରକାରୀ ବୋଲି ଛାଡ଼ି ଦେଇଥିଲେ, ତାହା ହିଁ ଶ୍ରେଷ୍ଠ ‘କୋଣ-ପଥର’ ସ୍ୱରୂପେ ବ୍ୟବହୃତ ହେଲା। ପ୍ରଭୁ ନିଜେ ଏହା କହିଛନ୍ତି। ପ୍ରଭୁଙ୍କ କାର୍ଯ୍ୟ ସବୁ କେଡ଼େ ଚମକ୍ରାର’।”
Odia Bible ERV 2004 (ପବିତ୍ର ବାଇବଲ)
ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଏ କଥା କ’ଣ କେବେ ହେଲେ ଶାସ୍ତ୍ରରେ ପଢ଼ି ନ ଥିଲ? ‘ଯେଉଁ ପଥରକୁ ଗୃହ ନିର୍ମାଣକାରୀମାନେ ବେକାର ଭାବିଲେ, ସେହି ପଥର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ମୂଳଦୁଆ କୋଣର ପଥର ହୋଇଗଲା। ପରମେଶ୍ୱର ଏହା ହିଁ କଲେ, ଆମ୍ଭ ପାଇଁ ଏହା ଆଶ୍ଚର୍ଯ୍ୟଜନକ ଘଟଣା।’
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ କି କେବେ ହେଁ ଧର୍ମଶାସ୍ତ୍ରରେ ଏହି କଥା ପାଠ କରି ନାହଁ, ‘ଗୃହନିର୍ମାଣକାରୀମାନେ ଯେଉଁ ପ୍ରସ୍ତରକୁ ଅଗ୍ରାହ୍ୟ କଲେ, ତାହା କୋଣର ପ୍ରଧାନ ପ୍ରସ୍ତର ହେଲା; ପ୍ରଭୁଙ୍କଠାରୁ ଏହା ହେଲା, ଆଉ ତାହା ଆମ୍ଭମାନଙ୍କ ଦୃଷ୍ଟିରେ ଆଶ୍ଚର୍ଯ୍ୟଜନକ?’
Odia IRV 2017 (ଓଡିଆ ବାଇବେଲ)
ଯୀଶୁ ସେମାନଙ୍କୁ କହିଲେ, ତୁମ୍ଭେମାନେ କି କେବେ ହେଁ ଧର୍ମଶାସ୍ତ୍ରରେ ଏହି କଥା ପାଠ କରି ନାହଁ, ଗୃହନିର୍ମାଣକାରୀମାନେ ଯେଉଁ ପ୍ରସ୍ତରକୁ ଅଗ୍ରାହ୍ୟ କଲେ, ତାହା କୋଣର ପ୍ରଧାନ ପ୍ରସ୍ତର ହେଲା; ପ୍ରଭୁଙ୍କଠାରୁ ଏହା ହେଲା, ଆଉ ତାହା ଆମ୍ଭମାନଙ୍କ ଦୃଷ୍ଟିରେ ଆଶ୍ଚର୍ଯ୍ୟଜନକ?
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜೆಜುನ್ ತೆಂಕಾ,“ಪವಿತ್ರ್ ಪುಸ್ತಕ್ ಕಾಯ್ ಮನ್ತಾ ಮನುನ್ ತುಮಿ ವಾಚ್ವುಕ್‍ನ್ಯಾಶಿ ಕಾಯ್? ಭಾಂದ್ತಲ್ಯಾನಿ ಕಾಮಾಕ್ ಪಡಿನಸಲ್ಲೊ ಮನುನ್ ಟಾಕಲ್ಲೊ, ಗುಂಡೊಚ್ ಎಗ್ದಮ್ ಲೈ ಮಹತ್ವಾಚೊ ಗುಂಡೊ ಹೊಲೊ. ಸರ್ವೆಸ್ವರಾನ್ ಕರಲ್ಲೆ ಕಾಮ್ ಹೆ ಬಗುಕ್ ಹೆ ಕವ್ಡೆ ವಿಚಿತ್ರ್ ದಿಸ್ತಾ ”