Matthew 21:9 — Compare Translations
7 translations compared side by side
Odia - 1840
"ଯୀଶୁଙ୍କ ଆଗେ ଆଗେ କେତକେ ଲୋକ ଯାଉଥିଲେ। ତାହାଙ୍କ ପେଛ ପେଛ ମଧ୍ଯ କେତକେ ଲୋକ ଯାଉଥିଲେ। ସେ ସମସ୍ତେ ପାଟି କରି କହୁଥିଲେ:"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, ତାହାଙ୍କ ଆଗରେ ଓ ପଛରେ ଯାଉଥିବା ଲୋକସମୂହ ଉଚ୍ଚ ସ୍ଵରରେ କହିବାକୁ ଲାଗିଲେ, ହୋଶାନ୍ନା ଦାଉଦ-ସନ୍ତାନ! ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି, ସେ ଧନ୍ୟ! ଊର୍ଦ୍ଧ୍ଵ ଲୋକରେ ହୋଶାନ୍ନା ।
Odia BSI (ପବିତ୍ର ବାଇବଲ (CL) NT (BSI))
ଯୀଶୁଙ୍କ ଆଗରେ ଓ ପଛରେ ଯାଉଥିବା ଲୋକାମନେ ଉଚ୍ଚ ସ୍ୱରରେ କହିଲେ, “ଦାଉଦ ସନ୍ତାନଙ୍କର ପ୍ରଶଂସା କର, ଯେ ପ୍ରଭୁଙ୍କ ନାମରେ ଆସୁଛନ୍ତି, ଈଶ୍ୱର ତାଙ୍କୁ ଆଶୀର୍ବାଦ କରନ୍ତୁ। ଈଶ୍ୱରଙ୍କ ପ୍ରଶଂସା କର।”
Odia Bible ERV 2004 (ପବିତ୍ର ବାଇବଲ)
ଯୀଶୁଙ୍କ ଆଗେ ଆଗେ କେତେକ ଲୋକ ଯାଉଥିଲେ। ତାହାଙ୍କ ପଛେ ପଛେ ମଧ୍ୟ କେତେକ ଲୋକ ଯାଉଥିଲେ। ସେ ସମସ୍ତେ ପାଟି କରି କହୁଥିଲେ: “ଦାଉଦଙ୍କ ପୁତ୍ରଙ୍କ ମହିମା ଗାନ କର। ଯିଏ ପ୍ରଭୁଙ୍କ ନାମରେ ଆସୁଛନ୍ତି। ସେ ଧନ୍ୟ। ସ୍ୱର୍ଗରେ ରହୁଥିବା ପରମେଶ୍ୱରଙ୍କ ମହିମା ଗାନ କର।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ତାହାଙ୍କ ଆଗରେ ଓ ପଛରେ ଯାଉଥିବା ଲୋକମାନେ ଉଚ୍ଚସ୍ୱରରେ କହିବାକୁ ଲାଗିଲେ, ହୋଶାନ୍ନା ଦାଉଦଙ୍କ ସନ୍ତାନ! ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି, ସେ ଧନ୍ୟ! ଊର୍ଦ୍ଧ୍ୱଲୋକରେ ହୋଶାନ୍ନା।
Odia IRV 2017 (ଓଡିଆ ବାଇବେଲ)
ଆଉ ତାହାଙ୍କ ଆଗରେ ଓ ପଛରେ ଯାଉଥିବା ଲୋକମାନେ ଉଚ୍ଚସ୍ୱରରେ କହିବାକୁ ଲାଗିଲେ, ହୋଶାନ୍ନା ଦାଉଦ ସନ୍ତାନ! ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି, ସେ ଧନ୍ୟ! ଊର୍ଦ୍ଧ୍ୱଲୋକରେ ହୋଶାନ୍ନା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜೆಜುಚ್ಯಾ ಫಿಡೆ ಅನಿ ಫಾಟಿ ಹೊತ್ತ್ಯಾ ಲೊಕಾನಿ. “ದಾವಿದಾಚ್ಯಾ ಲೆಕಾಕ್ ಹೊಗ್ಳಾಪ್! ಧನಿಯಾಚ್ಯಾ ನಾವಾನ್ ಯೆತಲ್ಯಾಕ್ ದೆವ್ ಆಶಿರ್ವಾದ್ ದಿಂವ್ದಿ! ದೆವಾಕ್ ಹೊಗ್ಳಾಪ್! ” ಮನುನ್ ಬೊಬ್ ಮಾರ್ಲ್ಯಾನಿ.