Matthew 22:16 — Compare Translations

7 translations compared side by side

Odia - 1840
"ସମାନେେ କେତକେ ହରୋଦୀୟ ମାନଙ୍କ ସହିତ ନିଜର କେତକେ ଶିଷ୍ଯଙ୍କୁ ଯୀଶୁଙ୍କ ପାଖକୁ ପଠାଇଲେ। ସମାନେେ ଯାଇ କହିଲେ, ହେ ଗୁରୁ, ଆମ୍ଭେ ଜାଣୁ ଯେ ତୁମ୍ଭେ ଜଣେ ନିଷ୍ଠାବାନ ଲୋକ। ପରମେଶ୍ବରଙ୍କ ମାର୍ଗ ବିଷୟ ରେ ଅନ୍ୟମାନେ କଣ ଭାବୁଛନ୍ତି, ସେ ବିଷୟ ରେ ତୁମ୍ଭେ ଆଦୌ ଭୟ କରନାହିଁ। ତୁମ୍ଭ ପାଇଁ ସମସ୍ତେ ସମାନ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, ସେମାନେ ହେରୋଦୀୟମାନଙ୍କ ସହିତ ଆପଣା ଶିଷ୍ୟମାନଙ୍କୁ ତାହାଙ୍କ ନିକଟକୁ କହି ପଠାଇଲେ, ହେ ଗୁରୁ, ଆମ୍ଭେମାନେ ଜାଣୁ, ଆପଣ ସତ୍ୟ ଏବଂ ସତ୍ୟ ରୂପେ ଈଶ୍ଵରଙ୍କ ମାର୍ଗ ଶିକ୍ଷା ଦିଅନ୍ତି, ପୁଣି କାହାରିକି ଭୟ କରନ୍ତି ନାହିଁ, କାରଣ ଆପଣ ମନୁଷ୍ୟର ମୁଖାପେକ୍ଷା କରନ୍ତି ନାହିଁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେମାନେ ନିଜର କେତେ ଜଣ ଶିଷ୍ୟଙ୍କୁ ଓ ହେରୋଦ ପକ୍ଷର କେତେକ ଲୋକଙ୍କୁ ଯୀଶୁଙ୍କ ନିକଟକୁ ପଠାଇଲେ। ଏମାନେ ଆସି ଯୀଶୁଙ୍କୁ ପଚାରିଲେ, “ଗୁରୁ, ଆମେ ଜାଣୁ, ଆପଣ ସତ୍ୟ ଶିକ୍ଷା ଦେଇଛନ୍ତି। ଆପଣ ମନୁଷ୍ୟର ପଦମର୍ଯ୍ୟାଦାକୁ ଖାତିରି କରୁ ନ ଥିବାରୁ ଲୋକେ କଅଣ ଭାବିବେ, ଚିନ୍ତା ନ କରି ମନୁଷ୍ୟ ପାଇଁ ଈଶ୍ୱରଙ୍କର ସଂକଳ୍ପ ଯଥାର୍ଥ ଭାବରେ ବୁଝାଇ ପାରୁଛନ୍ତି।
Odia Bible ERV 2004 (ପବିତ୍ର ବାଇବଲ)
ସେମାନେ କେତେକ ହେରୋଦୀୟ ମାନଙ୍କ ସହିତ ନିଜର କେତେକ ଶିଷ୍ୟଙ୍କୁ ଯୀଶୁଙ୍କ ପାଖକୁ ପଠାଇଲେ। ସେମାନେ ଯାଇ କହିଲେ, “ହେ ଗୁରୁ, ଆମ୍ଭେ ଜାଣୁ ଯେ ତୁମ୍ଭେ ଜଣେ ନିଷ୍ଠାବାନ ଲୋକ। ପରମେଶ୍ୱରଙ୍କ ମାର୍ଗ ବିଷୟରେ ଅନ୍ୟମାନେ କ’ଣ ଭାବୁଛନ୍ତି, ସେ ବିଷୟରେ ତୁମ୍ଭେ ଆଦୌ ଭୟ କର ନାହିଁ। ତୁମ୍ଭ ପାଇଁ ସମସ୍ତେ ସମାନ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ, ସେମାନେ ହେରୋଦୀୟମାନଙ୍କ ସହିତ ଆପଣା ଶିଷ୍ୟମାନଙ୍କୁ ତାହାଙ୍କ ନିକଟକୁ କହି ପଠାଇଲେ, ହେ ଗୁରୁ, ଆମ୍ଭେମାନେ ଜାଣୁ, ଆପଣ ସତ୍ୟ ଏବଂ ସତ୍ୟ ରୂପେ ଈଶ୍ବରଙ୍କ ମାର୍ଗ ଶିକ୍ଷା ଦିଅନ୍ତି ପୁଣି, କାହାରିକୁ ଭୟ କରନ୍ତି ନାହିଁ, କାରଣ ଆପଣ ମନୁଷ୍ୟର ମୁଖାପେକ୍ଷା କରନ୍ତି ନାହିଁ।
Odia IRV 2017 (ଓଡିଆ ବାଇବେଲ)
ଆଉ, ସେମାନେ ହେରୋଦୀୟମାନଙ୍କ ସହିତ ଆପଣା ଶିଷ୍ୟମାନଙ୍କୁ ତାହାଙ୍କ ନିକଟକୁ କହି ପଠାଇଲେ, ହେ ଗୁରୁ, ଆମ୍ଭେମାନେ ଜାଣୁ, ଆପଣ ସତ୍ୟ ଏବଂ ସତ୍ୟ ରୂପେ ଈଶ୍ୱରଙ୍କ ମାର୍ଗ ଶିକ୍ଷା ଦିଅନ୍ତି ପୁଣି, କାହାରିକୁ ଭୟ କରନ୍ତି ନାହିଁ, କାରଣ ଆପଣ ମନୁଷ୍ୟର ମୁଖାପେକ୍ଷା କରନ୍ତି ନାହିଁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅನಿ ಅಪ್ನಾಚ್ಯಾ ಉಲ್ಲ್ಯಾ ಶಿಸಾಕ್ನಿ ಅನಿ ಹೆರೊದಾಚ್ಯಾ ಪಕ್ಷಾಚ್ಯಾ ಉಲ್ಲ್ಯಾ ಲೊಕಾಕ್ನಿ ಶಿಕ್ವುನ್ ಜೆಜುಕ್ಡೆ ಧಾಡುನ್ ದಿಲ್ಯಾನಿ. ತೆನಿ ಜಾವ್ನ್ ಜೆಜುಕ್, “ಗುರುಜಿ, ತಿಯಾ ಕೊನಾಚ್ಯಾ ಮೊಟೆಪಾನಾಕ್-ಗಿನಾಕ್ ಲೆಕ್ಕ್ ಕರಿನಸ್ತಾನಾ ದೆವಾಚ್ಯಾ ಮನಾ ಸರ್ಕೆ ಕಾಯ್ ಖರೆ ಹಾಯ್ ತೆಚ್ ಲೊಕಾಕ್ನಿ ಶಿಕ್ವುತೆ ಅನಿ ಸಾಂಗ್ತೆ ತೆ ಅಮ್ಕಾ ಗೊತ್ತ್ ಹಾಯ್. ಕಶ್ಯಾಕ್ ಮಟ್ಲ್ಯಾರ್ ತಿಯಾ ಕೊನಾಕ್ಬಿ ಭಿಯಾತಲೊ ಮಾನುಸ್ ನ್ಹಯ್.”