Matthew 22:4 — Compare Translations
7 translations compared side by side
Odia - 1840
"ତା'ପରେ ରାଜା ଆଉ କିଛି ଚ଼ାକରଙ୍କୁ ପଠାଇଲେ। ରାଜା ଚ଼ାକରମାନଙ୍କୁ କହିଲେ, ' ଯେଉଁ ମାନଙ୍କୁ ବିବାହଭୋଜିକୁ ଆସିବାକୁ ନିମନ୍ତ୍ରଣ କରାଯାଇଛି, ତୁମ୍ଭମାନେେ ସମାନଙ୍କେୁ କୁହ, ଭୋଜି ପ୍ରସ୍ତୁତି ସରିଲାଣି। ମାରେ ଉତ୍ତମ ବଳଦ ଓ ମାଟୋ ପଶୁମାନଙ୍କୁ ମରାଯାଇଛି। ସବୁ କିଛି ପ୍ରସ୍ତୁତ ଅଛି। ଅତଏବ ବିବାହଭୋଜିକୁ ଆସନ୍ତୁ।'"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁନର୍ବାର ସେ ଅନ୍ୟ ଦାସମାନଙ୍କୁ ପ୍ରେରଣ କରି କହିଲେ, ନିମନ୍ତ୍ରିତ ଲୋକମାନଙ୍କୁ କୁହ, ଦେଖନ୍ତୁ, ଆମ୍ଭେ ଆପଣା ଭୋଜ ପ୍ରସ୍ତୁତ କରିଅଛୁ, ଆମ୍ଭର ବୃଷ ଓ ହୃଷ୍ଟପୁଷ୍ଟ ପଶୁଗୁଡ଼ିକ ମରାଯାଇଅଛନ୍ତି, ସମସ୍ତ ହିଁ ପ୍ରସ୍ତୁତ, ଆପଣମାନେ ବିବାହ-ଉତ୍ସବକୁ ଆସନ୍ତୁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ରାଜା ପୁନର୍ବାର ଅନ୍ୟ ଚାକରମାନଙ୍କ ଦ୍ୱାରା ଏହି ସନ୍ଦେଶ ପଠାଇଲେ, ‘ବିବାହ ଭୋଜି ପ୍ରସ୍ତୁତ, ହୃଷ୍ଟ ପୁଷ୍ଟ ବଳଦ ଓ ବାଛୁରୀ କଟାଯାଇ ସବୁ ଆୟୋଜିତ ହୋଇଛି, ଭୋଜିକୁ ଶୀଘ୍ର ଆସନ୍ତୁ।’
Odia Bible ERV 2004 (ପବିତ୍ର ବାଇବଲ)
“ତା’ପରେ ରାଜା ଆଉ କିଛି ଗ୍ଭକରଙ୍କୁ ପଠାଇଲେ। ରାଜା ଗ୍ଭକରମାନଙ୍କୁ କହିଲେ, ‘ଯେଉଁମାନଙ୍କୁ ବିବାହଭୋଜିକୁ ଆସିବାକୁ ନିମନ୍ତ୍ରଣ କରାଯାଇଛି, ତୁମ୍ଭେମାନେ ସେମାନଙ୍କୁ କୁହ, ଭୋଜି ପ୍ରସ୍ତୁତି ସରିଲାଣି। ମୋର ଉତ୍ତମ ବଳଦ ଓ ମୋଟା ପଶୁମାନଙ୍କୁ ମରାଯାଇଛି। ସବୁକିଛି ପ୍ରସ୍ତୁତ ଅଛି। ଅତଏବ ବିବାହଭୋଜିକୁ ଆସନ୍ତୁ।’
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ଥରେ ସେ ଅନ୍ୟ ଦାସମାନଙ୍କୁ ପଠାଇ କହିଲେ, ‘ନିମନ୍ତ୍ରିତ ଲୋକମାନଙ୍କୁ କୁହ, ଦେଖନ୍ତୁ, ଆମ୍ଭେ ଆପଣା ଭୋଜ ପ୍ରସ୍ତୁତ କରିଅଛୁ, ଆମ୍ଭର ବୃଷ ଓ ହୃଷ୍ଟପୁଷ୍ଟ ପଶୁଗୁଡ଼ିକ ମରାଯାଇଅଛି, ସମସ୍ତ ହିଁ ପ୍ରସ୍ତୁତ, ଆପଣମାନେ ବିବାହ ଉତ୍ସବକୁ ଆସନ୍ତୁ,’
Odia IRV 2017 (ଓଡିଆ ବାଇବେଲ)
ପୁଣି, ଥରେ ସେ ଅନ୍ୟ ଦାସମାନଙ୍କୁ ପଠାଇ କହିଲେ, ନିମନ୍ତ୍ରିତ ଲୋକମାନଙ୍କୁ କୁହ, ଦେଖନ୍ତୁ, ଆମ୍ଭେ ଆପଣା ଭୋଜ ପ୍ରସ୍ତୁତ କରିଅଛୁ, ଆମ୍ଭର ବୃଷ ଓ ହୃଷ୍ଟପୁଷ୍ଟ ପଶୁଗୁଡ଼ିକ ମରାଯାଇ ଅଛନ୍ତି, ସମସ୍ତ ହିଁ ପ୍ରସ୍ତୁତ, ଆପଣମାନେ ବିବାହ ଉତ୍ସବକୁ ଆସନ୍ତୁ,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತಸೆಮನುನ್ ಅನಿ ಎಗ್ದಾ ತ್ಯಾ ರಾಜಾನ್ ಅಪ್ನಾಚ್ಯಾ ಆಳಾಕ್ನಿ, “ಜಾವಾ ಅನಿ ತ್ಯಾ ಸೈರ್ಯಾಕ್ನಿ ಬಕ್ರಿ ಅನಿ ಪಾಡ್ಕಾ ಕಾತ್ರುನ್ ಗರ್ದಿಚೆ ಜೆವಾನ್ ರಾಂದುನ್ ತಯಾರ್ ಕರುನ್ ಹೊಲಾ. ಜೆವ್ನಾಕ್ ಯೆವಾ ಮನುನ್ ಸಾಂಗಾ.” ಮನುನ್ ಧಾಡುನ್ ದಿಲ್ಯಾನ್.