Matthew 23:15 — Compare Translations

7 translations compared side by side

Odia - 1840
" ରେ କପଟୀ ଧର୍ମଶାସ୍ତ୍ରୀ ଓ ଫାରୂଶୀମାନେ! ହାୟ! ତୁମ୍ଭର ମାର୍ଗ ଅନୁସରଣ କରିବା ପାଇଁ ଲୋକ ଖାଜେି ପାଇବା ପାଇଁ ତୁମ୍ଭେ ବିଭିନ୍ନ ଦେଶ ଓ ସମୁଦ୍ର ପାରି ହାଇେ ଚ଼ାଲିଯାଉଛ। ଯେତବେେଳେ ସଭେଳି ଲୋକଟିଏ ପାଇ ଯାଉଛ ସେତବେେଳେ ତାକୁ ତୁମ୍ଭେ ତୁମ୍ଭଠାରୁ ଅଧିକ ଖରାପ କରିପକାଉଛ। ତୁମ୍ଭେ ସବୁ ଏତେ ଖରାପ ଯେ ତୁମ୍ଭେ କବଳେ ନର୍କର ଅଧିକାରୀ ହବେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ହାୟ, ଦଣ୍ତର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀ-ମାନେ, କାରଣ ତୁମ୍ଭେମାନେ ଜଣକୁ ତୁମ୍ଭମାନଙ୍କର ଧର୍ମାବଲମ୍ଵୀ କରିବା ପାଇଁ ଜଳସ୍ଥଳ ଭ୍ରମଣ କରୁଥାଅ, ପୁଣି ଯେତେବେଳେ ସେ ହୁଏ, ସେତେବେଳେ ତାହାକୁ ତୁମ୍ଭମାନଙ୍କ ଅପେକ୍ଷା ଦୁଇଗୁଣ ନରକପାତ୍ର କରୁଥାଅ ।
Odia BSI (ପବିତ୍ର ବାଇବଲ (CL) NT (BSI))
“ଆରେ ଧର୍ମଗୁରୁ ଓ ଫାରୁଶୀମାନେ, ତୁମ ଦଶା କେଡ଼େ ଶୋଚନୀୟ। ତୁମେ ସମୁଦ୍ର ପାରିହୋଇ ଦେଶାନ୍ତରକୁ ଯାଇ ଜଣକୁ ତୁମ ଧର୍ମରେ ଦୀକ୍ଷିତ କରିବା ପାଇଁ ଖୋଜି ବୁଲୁଛ। କିନ୍ତୁ ସେହି ଭଳି ଜଣକୁ ପାଇଲେ, ତାକୁ ନରକଗାମୀ ହେବା ପାଇଁ ତୁମଠାରୁ ଦୁଇଗୁଣ ଅଧିକ ଉପଯୋଗୀ କରାଉଛ।
Odia Bible ERV 2004 (ପବିତ୍ର ବାଇବଲ)
“ରେ କପଟୀ ଧର୍ମଶାସ୍ତ୍ରୀ ଓ ଫାରୂଶୀମାନେ! ହାୟ! ତୁମ୍ଭର ମାର୍ଗ ଅନୁସରଣ କରିବା ପାଇଁ ଲୋକ ଖୋଜି ପାଇବା ପାଇଁ ତୁମ୍ଭେ ବିଭିନ୍ନ ଦେଶ ଓ ସମୁଦ୍ର ପାରି ହୋଇ ଗ୍ଭଲିଯାଉଛ। ଯେତେବେଳେ ସେଭଳି ଲୋକଟିଏ ପାଇ ଯାଉଛ ସେତେବେଳେ ତାକୁ ତୁମ୍ଭେ ତୁମ୍ଭଠାରୁ ଅଧିକ ଖରାପ କରିପକାଉଛ। ତୁମ୍ଭେ ସବୁ ଏତେ ଖରାପ ଯେ ତୁମ୍ଭେ କେବଳ ନର୍କର ଅଧିକାରୀ ହେବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ହାୟ, ଦଣ୍ଡର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀମାନେ, କାରଣ ତୁମ୍ଭେମାନେ ଜଣକୁ ତୁମ୍ଭମାନଙ୍କର ଧର୍ମାବଲମ୍ବୀ କରିବା ପାଇଁ ଜଳସ୍ଥଳ ଭ୍ରମଣ କରୁଥାଅ, ପୁଣି, ଯେତେବେଳେ ସେ ହୁଏ, ସେତେବେଳେ ତାହାକୁ ତୁମ୍ଭମାନଙ୍କ ଅପେକ୍ଷା ଦୁଇ ଗୁଣ ନର୍କର ପାତ୍ର କରୁଥାଅ।
Odia IRV 2017 (ଓଡିଆ ବାଇବେଲ)
ହାୟ, ଦଣ୍ଡର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀମାନେ, କାରଣ ତୁମ୍ଭେମାନେ ଜଣକୁ ତୁମ୍ଭମାନଙ୍କର ଧର୍ମାବଲମ୍ବୀ କରିବା ପାଇଁ ଜଳସ୍ଥଳ ଭ୍ରମଣ କରୁଥାଅ, ପୁଣି, ଯେତେବେଳେ ସେ ହୁଏ, ସେତେବେଳେ ତାହାକୁ ତୁମ୍ଭମାନଙ୍କ ଅପେକ୍ଷା ଦୁଇ ଗୁଣ ନର୍କର ପାତ୍ର କରୁଥାଅ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
“ಫಾರಿಜೆವಾನು ಅನಿ ಶಾಸ್ತರಾ ಶಿಕ್ವುತಲ್ಯಾನು ಮಿಯಾ ತುಮ್ಚಿ ಗತ್ ಕಾಯ್ ಸಾಂಗು! ಕುಸ್ಡೆ ತುಮಿ! ಎಕ್ ಮಾನ್ಸಾಕ್ ತುಮ್ಚ್ಯಾ ಶಾಸ್ತರಾ ಸರ್ಕೆ ಚಲಿ ಸರ್ಕೆ ಕರುಕ್ ಮನುನ್ ಸಮುಂದರಾಂಚಿ ಸಮುಂದರಾ ದಾಟುನ್ ತುಮಿ ಜಾತ್ಯಾಶಿ, ಅನಿ ಕೊನ್ಬಿ ಎಕ್ಲೊ ಗಾವ್ಲೊ ತರ್ ತೆಕಾಬಿ ತುಮ್ಚ್ಯಾನ್ ದೊನ್‍ಪಟ್ ನರ್‍ಕಾತ್ ತೆಕಾ ಶಿಕ್ಷಾ ಗಾವುಚಿ ತವ್ಡೆ ಬುರ್ಶೆಪಾನ್ ಶಿಕ್ವುತ್ಯಾಶಿ!”