Matthew 23:18 — Compare Translations
7 translations compared side by side
Odia - 1840
"ତୁମ୍ଭମାନେେ କହିଥାଅ, 'ଯଦି କହେି ବଦେୀନାମ ରେ ଶପଥ ନିଏ, ତବେେ ତାର କୌଣସି ଅର୍ଥ ନାହିଁ। କିନ୍ତୁ ଯଦି ଜଣେ ବଦେୀ ଉପରେ ରଖାଯାଇଥିବା ଉପହାର ନାମ ରେ ଶପଥ ନିଏ, ତବେେ ତାକୁ ନିଶ୍ଚିତ ଭାବରେ ରକ୍ଷା କରିବାକୁ ପଡ଼ିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆହୁରି କହୁଥାଅ, କେହି ଯଜ୍ଞବେଦିର ଶପଥ କଲେ ତାହା କିଛି ନୁହେଁ, ମାତ୍ର ଯେକେହି ତାହା ଉପରେ ଥିବା ନୈବେଦ୍ୟର ଶପଥ କରେ, ସେ ତଦ୍ଦ୍ଵାରା ଆବଦ୍ଧ ।
Odia BSI (ପବିତ୍ର ବାଇବଲ (CL) NT (BSI))
ତୁମେ ଶିକ୍ଷା ଦେଇଥାଅ ଯେ, ଜଣେ ବ୍ୟକ୍ତି ବେଦୀ ନାମରେ ଶପଥ କଲେ, ସେ ତାହା ପାଳନ କରିବାକୁ ବାଧ୍ୟ ନୁହେଁ। କିନ୍ତୁ ବେଦୀ ଉପରେ ରଖାଯାଇଥିବା ନୈବେଦ୍ୟ ନାମରେ ପ୍ରତିଜ୍ଞା କଲେ, ତାହା ଅଲଙ୍ଘନୀୟ।
Odia Bible ERV 2004 (ପବିତ୍ର ବାଇବଲ)
“ତୁମ୍ଭେମାନେ କହିଥାଅ, ‘ଯଦି କେହି ବେଦୀନାମରେ ଶପଥ ନିଏ, ତେବେ ତା’ର କୌଣସି ଅର୍ଥ ନାହିଁ। କିନ୍ତୁ ଯଦି ଜଣେ ବେଦୀ ଉପରେ ରଖାଯାଇଥିବା ଉପହାର ନାମରେ ଶପଥ ନିଏ, ତେବେ ତାକୁ ନିଶ୍ଚିତ ଭାବରେ ରକ୍ଷା କରିବାକୁ ପଡ଼ିବ’।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆହୁରି କହୁଥାଅ, କେହି ବେଦିର ଶପଥ କଲେ ତାହା କିଛି ନୁହେଁ, ମାତ୍ର ଯେ କେହି ତାହା ଉପରେ ଥିବା ନୈବେଦ୍ୟର ଶପଥ କରେ, ସେ ତଦ୍ୱାରା ଆବଦ୍ଧ।
Odia IRV 2017 (ଓଡିଆ ବାଇବେଲ)
ଆହୁରି କହୁଥାଅ, କେହି ବେଦିର ଶପଥ କଲେ ତାହା କିଛି ନୁହେଁ, ମାତ୍ର ଯେ କେହି ତାହା ଉପରେ ଥିବା ନୈବେଦ୍ୟର ଶପଥ କରେ, ସେ ତଦ୍ୱାରା ବନ୍ଧା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅನಿ ಅಲ್ತಾರಿಚ್ಯಾ ನಾವಾನ್ ಆನ್ ಘಾಲುನ್ ಮಾಗುನ್ ಘೆಟಲ್ಲೆ ಪುರಾ ಕರುಚೆ ಮನುನ್ ನಾ, ಖರೆ ಅಲ್ತಾರಿ ವರ್ತಿ ಥವಲ್ಲ್ಯಾ ಖಲ್ಯಾಬಿ ದೆನ್ಗಿಚ್ಯಾ ವರ್ತಿ ಆನ್ ಘಾಲುನ್ ಮಾಗುನ್ ಘೆಟಲ್ಲೆ ರ್ಹಾಲ್ಯಾರ್ ತಿ ಮಾಗ್ನಿ ಪುರಾ ಕರುಚಿ ಮನುನ್ಬಿ ತುಮಿ ಶಿಕ್ವುತ್ಯಾಶಿ.