Matthew 23:25 — Compare Translations

7 translations compared side by side

Odia - 1840
" ରେ କପଟୀ ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ! ତୁମ୍ଭମାନେେ ଧିକ! ତୁମ୍ଭମାନେେ ତୁମ୍ଭର ଥାଳିଗିନାର ବାହାର ପଟ ଭଲ ଭାବରେ ଧୋଉଛ। କିନ୍ତୁ ତୁମ୍ଭମାନଙ୍କର ଅନ୍ତର ଅନ୍ୟକୁ ଠକି ନିଜକୁ ତୋଷିବା ପଦାର୍ଥ ରେ ପୂର୍ଣ୍ଣ କରୁଛ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ହାୟ, ଦଣ୍ତର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀ-ମାନେ, କାରଣ ତୁମ୍ଭେମାନେ ଗିନା ଓ ଥାଳିର ବାହାର ପରିଷ୍କାର କରୁଥାଅ, ମାତ୍ର ଭିତରେ ସେଗୁଡ଼ାକ ଲୁଣ୍ଠନକର୍ମ ଓ ଇନ୍ଦ୍ରିୟସେବାରେ ପରିପୂର୍ଣ୍ଣ।
Odia BSI (ପବିତ୍ର ବାଇବଲ (CL) NT (BSI))
“କେଡ଼େ ଭୟଙ୍କର ତୁମ୍ଭମାନଙ୍କର ଶେଷ ଗତି, ଆରେ ଧର୍ମଗୁରୁ ଓ ଫାରୁଶୀଗଣ! ତୁମେ ପିଆଲା ଓ ଥାଳୀର ବାହାର ପଟ ପରିଷ୍କାର କରିଥାଅ, କିନ୍ତୁ ସେଗୁଡ଼ିକର ଭିତରେ ହିଂସା ଓ ସ୍ୱାର୍ଥପରତା ପୂରି ରହିଛି।
Odia Bible ERV 2004 (ପବିତ୍ର ବାଇବଲ)
“ରେ କପଟୀ ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ! ତୁମ୍ଭେମାନେ ଧିକ! ତୁମ୍ଭେମାନେ ତୁମ୍ଭର ଥାଳିଗିନାର ବାହାର ପଟ ଭଲ ଭାବରେ ଧୋଉଛ। କିନ୍ତୁ ତୁମ୍ଭମାନଙ୍କର ଅନ୍ତର ଅନ୍ୟକୁ ଠକି ନିଜକୁ ତୋଷିବା ପଦାର୍ଥରେ ପୂର୍ଣ୍ଣ କରୁଛ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ହାୟ, ଦଣ୍ଡର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀମାନେ, କାରଣ ତୁମ୍ଭେମାନେ ଗିନା ଓ ଥାଳିର ବାହାର ସଫା କରୁଥାଅ, ମାତ୍ର ଭିତରେ ସେଗୁଡ଼ାକ ଲୁଣ୍ଠନକର୍ମ ଓ ଇନ୍ଦ୍ରିୟସେବାରେ ପରିପୂର୍ଣ୍ଣ।
Odia IRV 2017 (ଓଡିଆ ବାଇବେଲ)
ହାୟ, ଦଣ୍ଡର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀମାନେ, କାରଣ ତୁମ୍ଭେମାନେ ଗିନା ଓ ଥାଳିର ବାହାର ସଫା କରୁଥାଅ, ମାତ୍ର ଭିତରେ ସେଗୁଡ଼ାକ ଲୁଣ୍ଠନକର୍ମ ଓ ଇନ୍ଦ୍ରିୟସେବାରେ ପରିପୂର୍ଣ୍ଣ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಫಾರಿಜೆವಾನು ಅನಿ ಶಾಸ್ತರಾ ಶಿಕ್ವುತಲ್ಯಾನು ಮಿಯಾ ತುಮ್ಚಿ ಗತ್ ಕಾಯ್ ಸಾಂಗು! ಕುಸ್ಡೆ ತುಮಿ! ತುಮ್ಚಿ ವಾಟ್ಕಿಯಾ ಅನಿ ಆಯ್ದಾನಾ ಭಾಯ್ನಾ ತುಮಿ ಧುವ್ನ್ ಪವಿತ್ರ್ ಕರ್ತ್ಯಾಶಿ, ಖರೆ ಭುತ್ತುರ್ನಾ ತ್ಯಾತುರ್‍ನಿ ತುಮಿ ಮೊಸಾನ್ ಅನಿ ಗರುಕಿನ್ ಕಮ್ವಲ್ಲಿ ಸಾಮಾನಾ ಭರಲ್ಲಿ ಹಾತ್.