Matthew 23:37 — Compare Translations

7 translations compared side by side

Odia - 1840
"ୟିରୁଶାଲମ! ରେ ୟିରୁଶାଲମ! ତୁ ଭବିଷ୍ଯଦ୍ବକ୍ତାମାନଙ୍କୁ ହତ୍ଯା କରିଛୁ। ପରମେଶ୍ବର ଯେଉଁମାନଙ୍କୁ ତୋ ପାଖକୁ ପଠାଇଥିଲେ, ତୁ ସମାନଙ୍କେୁ ପଥର ଫୋପାଡ଼ି ହତ୍ଯା କରିଛୁ। ତୋର ଲୋକମାନଙ୍କୁ ମୁଁ ବହୁତ ଥର ସାହାୟ୍ଯ କରିବାକୁ ଇଚ୍ଛା କରିଥିଲା। ଯଭେଳି ଗୋଟିଏ କୁକୁଡ଼ା ନିଜ ଛୁଆମାନଙ୍କୁ ନିଜ ପକ୍ଷତଳେ ଏକାଠି କରେ, ସହେିପରି ତୋର ସମସ୍ତ ସନ୍ତାନମାନଙ୍କୁ ଏକାଠି କରିବା ପାଇଁ ମୁଁ ଅନକେ ଥର ଚ଼ାହିଁଥିଲି। କିନ୍ତୁ ତୁ ମାେତେ ତାହା କରଇେ ଦଲେୁନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଗୋ ଯିରୂଶାଲମ, ଗୋ ଯିରୂଶାଲମ, ଭାବବାଦୀ-ମାନଙ୍କ ହତ୍ୟାକାରିଣୀ ଓ ଆପଣା ନିକଟକୁ ପ୍ରେରିତମାନଙ୍କ ପ୍ରସ୍ତରାଘାତକାରିଣୀ, କୁକ୍କୁଟୀ ଯେପରି ପକ୍ଷ ତଳେ ଆପଣା ଶାବକମାନଙ୍କୁ ଏକତ୍ର କରେ, ସେପରି ମୁଁ କେତେ ଥର ତୋହର ସନ୍ତାନମାନଙ୍କୁ ଏକତ୍ର କରିବାକୁ ଇଚ୍ଛା କଲି, କିନ୍ତୁ ତୁମ୍ଭେମାନେ ଇଚ୍ଛୁକ ହେଲ ନାହିଁ ।
Odia BSI (ପବିତ୍ର ବାଇବଲ (CL) NT (BSI))
“ହେ ଯିରୂଶାଲମ, ହେ ଯିରୂଶାଲମ। ତୁମେ ଭାବବାଦୀମାନଙ୍କୁ ହତ୍ୟା କରୁଛ ଓ ଈଶ୍ୱରପ୍ରେରିତ ବାର୍ତ୍ତାବହମାନଙ୍କୁ ପଥର ଫୋପାଡ଼ି ମାରୁଛ। କୁକୁଡ଼ା ତା’ ଡ଼େଣା ତଳେ ଛୁଆମାନଙ୍କୁ ଧରି ରଖିବା ପରି, ତୁମ ଲୋକମାନଙ୍କୁ ମୋ’ ବାହୁ ଛାୟାତଳେ ରକ୍ଷା କରିବା ପାଇଁ ମୁଁ କେତେଥର ଚେଷ୍ଟା କରିଛି। କିନ୍ତୁ ତୁମେ ମୋତେ ତାହା କରିବାକୁ ଦେଇ ନାହଁ।
Odia Bible ERV 2004 (ପବିତ୍ର ବାଇବଲ)
ଯିରୁଶାଲମର ଲୋକମାନଙ୍କୁ ଯୀଶୁଙ୍କ ସତର୍କତା “ଯିରୁଶାଲମ, ରେ ଯିରୁଶାଲମ! ତୁ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାମାନଙ୍କୁ ହତ୍ୟା କରିଛୁ। ପରମେଶ୍ୱର ଯେଉଁମାନଙ୍କୁ ତୋ’ ପାଖକୁ ପଠାଇଥିଲେ, ତୁ ସେମାନଙ୍କୁ ପଥର ଫୋପାଡ଼ି ହତ୍ୟା କରିଛୁ। ତୋର ଲୋକମାନଙ୍କୁ ମୁଁ ବହୁତ ଥର ସାହାଯ୍ୟ କରିବାକୁ ଇଚ୍ଛା କରିଥିଲି। ଯେଭଳି ଗୋଟିଏ କୁକୁଡ଼ା ନିଜ ଛୁଆମାନଙ୍କୁ ନିଜ ପକ୍ଷତଳେ ଏକାଠି କରେ, ସେହିପରି ତୋର ସମସ୍ତ ସନ୍ତାନମାନଙ୍କୁ ଏକାଠି କରିବା ପାଇଁ ମୁଁ ଅନେକ ଥର ଗ୍ଭହିଁଥିଲି। କିନ୍ତୁ ତୁ ମୋତେ ତାହା କରେଇ ଦେଲୁ ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
“ଗୋ ଯିରୂଶାଲମ, ଗୋ ଯିରୂଶାଲମ, ଭାବବାଦୀମାନଙ୍କ ହତ୍ୟାକାରିଣୀ ଓ ଆପଣା ନିକଟକୁ ପ୍ରେରିତମାନଙ୍କ ପ୍ରସ୍ତରାଘାତକାରିଣୀ, କୁକ୍କୁଟୀ ଯେପରି ପକ୍ଷ ତଳେ ଆପଣା ଶାବକମାନଙ୍କୁ ଏକତ୍ର କରେ, ସେପରି ମୁଁ କେତେ ଥର ତୋହର ସନ୍ତାନମାନଙ୍କୁ ଏକତ୍ର କରିବାକୁ ଇଚ୍ଛା କଲି, କିନ୍ତୁ ତୁମ୍ଭେମାନେ ଇଚ୍ଛୁକ ହେଲ ନାହିଁ।
Odia IRV 2017 (ଓଡିଆ ବାଇବେଲ)
ଗୋ ଯିରୂଶାଲମ, ଗୋ ଯିରୂଶାଲମ, ଭାବବାଦୀମାନଙ୍କ ହତ୍ୟାକାରିଣୀ ଓ ଆପଣା ନିକଟକୁ ପ୍ରେରିତମାନଙ୍କ ପ୍ରସ୍ତାରାଘାତକାରିଣୀ, କୁକ୍କୁଟୀ ଯେପରି ପକ୍ଷତଳେ ଆପଣା ଶାବକମାନଙ୍କୁ ଏକତ୍ର କରେ, ସେପରି ମୁଁ କେତେ ଥର ତୋହର ସନ୍ତାନମାନଙ୍କୁ ଏକତ୍ର କରିବାକୁ ଇଚ୍ଛା କଲି, କିନ୍ତୁ ତୁମ୍ଭେମାନେ ଇଚ୍ଛୁକ ହେଲ ନାହିଁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜೆರುಜಲೆಮಾ, ಜೆರುಜಲೆಮಾ! ದೆವಾನ್ ಧಾಡಲ್ಲ್ಯಾ ಪ್ರವಾದ್ಯಾಕ್ನಿ ತಿಯಾ ಜಿವಾನಿ ಮಾರ್‍ತೆಯ್ ಅನಿ ಬರಿ ಖಬರ್ ಸಾಂಗ್ತಲ್ಯಾಕ್ನಿ ಗುಂಡ್ಯಾನಿ ಮಾರ್‍ತೆಯ್! ಕವ್ಡೆಂದಾ ಎಕ್ ಕೊಂಬ್ಡಿನ್ ಅಪ್ನಾಚ್ಯಾ ಪಿಲ್ಲಾಕ್ನಿ ಅಪ್ನಾಚ್ಯಾ ಫಾಕಾಟ್ಯಾತ್ನಿ ಧಾಪುನ್ ಧರ್‍ಲ್ಯಾ ಸರ್ಕೆ ತುಜ್ಯಾ ಭುತ್ತುರ್ ಹೊತ್ತ್ಯಾ ಸಗ್ಳ್ಯಾ ಲೊಕಾಂಚ್ಯಾ ಭೊತ್ಯಾನಿ ಮಾಜಿ ಹಾತಾ ಘಾಲುನ್ ಧರುಕ್ ಮನುನ್ ಮಿಯಾ ಬಗಟ್ಲೊ, ಖರೆ ತಸೆ ಕರುಕ್ ತಿಯಾ ಮಾಕಾ ಸೊಡುಕ್‍ನೆಯ್!