Matthew 24:30 — Compare Translations

7 translations compared side by side

Odia - 1840
" ସତେିକି ବେଳେ ମନୁଷ୍ଯପୁତ୍ରଙ୍କ ଆସିବା ସଙ୍କତେ ଆକାଶ ରେ ଦଖାଦେବେ। ଜଗତର ସମସ୍ତ ଲୋକ ବିଳାପ କରିବେ। ଲୋକେ ତାହାଙ୍କୁ ଆକ୍ଶ ରେ ମେଘମାଳା ଉପରେ ଆସୁଥିବାର ଦେଖିବେ। ମନୁଷ୍ଯପୁତ୍ର ଶକ୍ତି ଓ ମହାନ୍ ମହିମା ସହିତ ଆସିବେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେତେବେଳେ ଆକାଶରେ ମନୁଷ୍ୟପୁତ୍ରଙ୍କର ଲକ୍ଷଣ ଦେଖାଯିବ, ପୁଣି ସେ ସମୟରେ ପୃଥିବୀର ସମସ୍ତ ଗୋଷ୍ଠୀ ବିଳାପ କରିବେ ଏବଂ ମନୁଷ୍ୟପୁତ୍ରଙ୍କୁ ମହା-ପରାକ୍ରମ ଓ ମହାମହିମା ସହ ଆକାଶର ମେଘମାଳାରେ ଆଗମନ କରିବା ଦେଖିବେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ତା’ପରେ ମନୁଷ୍ୟପୁତ୍ରଙ୍କ ସଙ୍କେତ ଆକାଶରେ ଦେଖାଯିବ ଏବଂ ମନୁଷ୍ୟପୁତ୍ର ମେଘମାଳା ମଧ୍ୟରେ ମହା ପରାକ୍ରମ ଓ ଗୌରବ ସହ ଆସୁଥିବା ଦେଖି ସବୁ ଜାତିର ଲୋକେ ବିଳାପ କରିବେ।
Odia Bible ERV 2004 (ପବିତ୍ର ବାଇବଲ)
“ସେତିକିବେଳେ ମନୁଷ୍ୟପୁତ୍ରଙ୍କ ଆସିବା ସଙ୍କେତ ଆକାଶରେ ଦେଖାଦେବ। ଜଗତର ସମସ୍ତ ଲୋକ ବିଳାପ କରିବେ। ଲୋକେ ତାହାଙ୍କୁ ଆକାଶରେ ମେଘମାଳା ଉପରେ ଆସୁଥିବାର ଦେଖିବେ। ମନୁଷ୍ୟପୁତ୍ର ଶକ୍ତି ଓ ମହାନ୍ ମହିମା ସହିତ ଆସିବେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେତେବେଳେ ଆକାଶରେ ମନୁଷ୍ୟପୁତ୍ରଙ୍କର ଲକ୍ଷଣ ଦେଖାଯିବ, ପୁଣି, ସେ ସମୟରେ ପୃଥିବୀର ସମସ୍ତ ଗୋଷ୍ଠୀ ବିଳାପ କରିବେ ଏବଂ ମନୁଷ୍ୟପୁତ୍ରଙ୍କୁ ମହାପରାକ୍ରମ ଓ ମହାମହିମା ସହ ଆକାଶର ମେଘମାଳାରେ ଆଗମନ କରିବା ଦେଖିବେ।
Odia IRV 2017 (ଓଡିଆ ବାଇବେଲ)
ସେତେବେଳେ ଆକାଶରେ ମନୁଷ୍ୟପୁତ୍ରଙ୍କର ଲକ୍ଷଣ ଦେଖାଯିବ, ପୁଣି, ସେ ସମୟରେ ପୃଥିବୀର ସମସ୍ତ ଗୋଷ୍ଠୀ ବିଳାପ କରିବେ ଏବଂ ମନୁଷ୍ୟପୁତ୍ରଙ୍କୁ ମହାପରାକ୍ରମ ଓ ମହାମହିମା ସହ ଆକାଶର ମେଘମାଳାରେ ଆଗମନ କରିବା ଦେଖିବେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತನ್ನಾ ಮಳ್ಬಾ ವರ್‍ತಿ ಮಾನ್ಸಾಚ್ಯಾ ಲೆಕಾಚಿ ಎಕ್ ವಳಕ್ ದಿಸುಕ್‍ ಲಾಗ್ತಾ, ತನ್ನಾ ಜಗಾತ್ಲಿ ಸಗ್ಳಿ ಲೊಕಾ ಭಿಂಯಾನ್ ರಡ್ತ್ಯಾತ್. ಅನಿ ಮಾನ್ಸಾಚೊ ಲೆಕ್ ಮೊಟ್ಯಾ ಪದ್ವಿನ್ ಅನಿ ಮಹಿಮೆನ್ ಮಳ್ಬಾ ವೈಲ್ಯಾ ಮೊಡಾಂಚ್ಯಾ ವರ್‍ತಿ ಯೆತಲೊ ಬಗ್ತ್ಯಾತ್.