Matthew 24:32 — Compare Translations

7 translations compared side by side

Odia - 1840
"ଡ଼ିମ୍ବିରି ଗଛରୁ ଗୋଟିଏ ଶିକ୍ଷା ଲାଭ କର। ଯେତବେେଳେ ଡ଼ିମ୍ବିରି ଗଛର ଡ଼ାଳଗୁଡ଼ିକ ଶାଗୁଆ ଓ ନରମ ହୁଏ, ସେତବେେଳେ ତୁମ୍ଭେ ଜାଣ ଯେ, ଖରାଦିନ ଶୀଘ୍ର ଆସିୟିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଡିମିରି ବୃକ୍ଷରୁ ଦୃଷ୍ଟାନ୍ତ ଶିକ୍ଷା କର; ଯେତେବେଳେ ତାହାର ଶାଖା ସରସ ହୋଇ ପଲ୍ଲବିତ ହୁଏ, ସେତେବେଳେ ଗ୍ରୀଷ୍ମକାଳ ସନ୍ନିକଟ ବୋଲି ତୁମ୍ଭେମାନେ ଜାଣିଥାଅ;
Odia BSI (ପବିତ୍ର ବାଇବଲ (CL) NT (BSI))
“ଡ଼ିମିରି ଗଛଠାରୁ ଶିକ୍ଷା ଗ୍ରହଣ କର। ଯେତେବେଳେ ତା’ର ସବୁଜ କୋମଳ ଶାଖା ପ୍ରଶାଖାରୁ ନୂଆ ପତ୍ର କଅଁଳେ, ଗ୍ରୀଷ୍ମଋତୁ ଆସନ୍ନ ବୋଲି ତୁମ୍ଭେମାନେ ଜାଣି ପାରୁଛ।
Odia Bible ERV 2004 (ପବିତ୍ର ବାଇବଲ)
“ଡିମିରିଗଛରୁ ଗୋଟିଏ ଶିକ୍ଷା ଲାଭ କର। ଯେତେବେଳେ ଡିମିରିଗଛର ଡାଳଗୁଡ଼ିକ ଶାଗୁଆ ଓ ନରମ ହୁଏ, ସେତେବେଳେ ତୁମ୍ଭେ ଜାଣ ଯେ, ଖରାଦିନ ଶୀଘ୍ର ଆସିଯିବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
“ଡିମ୍ବିରିବୃକ୍ଷରୁ ଦୃଷ୍ଟାନ୍ତ ଶିକ୍ଷା କର; ଯେତେବେଳେ ତାହାର ଶାଖା କୋମଳ ହୋଇ ପଲ୍ଲବିତ ହୁଏ, ସେତେବେଳେ ଗ୍ରୀଷ୍ମକାଳ ସନ୍ନିକଟ ବୋଲି ତୁମ୍ଭେମାନେ ଜାଣିଥାଅ;
Odia IRV 2017 (ଓଡିଆ ବାଇବେଲ)
ଡିମ୍ବିରି ଗଛରୁ ଦୃଷ୍ଟାନ୍ତ ଶିକ୍ଷା କର; ଯେତେବେଳେ ତାହାର ଶାଖା କୋମଳ ହୋଇ ପଲ୍ଲବିତ ହୁଏ, ସେତେବେଳେ ଗ୍ରୀଷ୍ମକାଳ ସନ୍ନିକଟ ବୋଲି ତୁମ୍ଭେମାନେ ଜାଣିଥାଅ;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅಂಜುರಾಚ್ಯಾ ಝಾಡಾ ವೈನಾ ಹ್ಯೊ ಪಾಠ್ ಶಿಕಾ; ತೆಚ್ಯಾ ಟಾಳಿಯಾ ಮ್ಹವ್ ಹೊವ್ನ್ ಚಿಗುರ್ ಫುಟುಕ್ ಚಾಲು ಹೊಲೊ ತರ್ ನಿಂಬ್ರಾಚಿ ದಿಸಾ ಜಗ್ಗೊಳ್ ಯೆಲಿ ಮನುನ್ ತುಮಿ ಕಳ್ವುನ್ ಘೆತ್ಯಾಶಿ.