Matthew 24:6 — Compare Translations

7 translations compared side by side

Odia - 1840
"ତୁମ୍ଭମାନେେ ୟୁଦ୍ଧ ବିଷୟ ରେ ଓ ୟୁଦ୍ଧର ଗୁଜବ ବିଷୟ ରେ ଶୁଣିବ। କିନ୍ତୁ ଦେଖ! ଭୟ କରିବ ନାହିଁ। ଅନ୍ତକାଳ ଆସିବା ପୂର୍ବରୁ ଏସବୁ ଘଟଣା ନିଶ୍ଚୟ ଘଟିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, ତୁମ୍ଭେମାନେ ଯୁଦ୍ଧର ବିଷୟ ଓ ସଂଗ୍ରାମର ଜନରବ ଶୁଣିବ; ସାବଧାନ, ବ୍ୟାକୁଳ ହୁଅ ନାହିଁ । କାରଣ ଏହିସମସ୍ତ ଅବଶ୍ୟ ଘଟିବ, କିନ୍ତୁ ସେହି କାଳ ଯୁଗା; ନୁହେଁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ତୁମ୍ଭେମାନେ ନିକଟରେ ଲାଗିଥିବା ଯୁଦ୍ଧର କୋଳାହଳ ଶୁଣବ ଓ ଦୂରରେ ଚାଲିଥିବା ଯୁଦ୍ଧର ସମ୍ବାଦ ପାଇବ। କିନ୍ତୁ ଆତଙ୍କିତ ହୁଅ ନାହିଁ। ଏପରି ସବୁ ନିଶ୍ଚୟ ଘଟିବ। କିନ୍ତୁ, ଏହାର ଅର୍ଥ ନୁହେଁ ଯେ ଯୁଗାନ୍ତ କାଳ ଉପସ୍ଥିତ।
Odia Bible ERV 2004 (ପବିତ୍ର ବାଇବଲ)
ତୁମ୍ଭେମାନେ ଯୁଦ୍ଧ ବିଷୟରେ ଓ ଯୁଦ୍ଧର ଗୁଜବ ବିଷୟରେ ଶୁଣିବ। କିନ୍ତୁ ଦେଖ! ଭୟ କରିବ ନାହିଁ। ଅନ୍ତକାଳ ଆସିବା ପୂର୍ବରୁ ଏସବୁ ଘଟଣା ନିଶ୍ଚୟ ଘଟିବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ, ତୁମ୍ଭେମାନେ ଯୁଦ୍ଧର ବିଷୟ ଓ ସଂଗ୍ରାମର ଜନରବ ଶୁଣିବ; ସାବଧାନ, ବ୍ୟାକୁଳ ହୁଅ ନାହିଁ। କାରଣ ଏହି ସମସ୍ତ ଅବଶ୍ୟ ଘଟିବ, କିନ୍ତୁ ସେହି କାଳ ଯୁଗାନ୍ତ ନୁହେଁ।
Odia IRV 2017 (ଓଡିଆ ବାଇବେଲ)
ଆଉ, ତୁମ୍ଭେମାନେ ଯୁଦ୍ଧର ବିଷୟ ଓ ସଂଗ୍ରାମର ଜନରବ ଶୁଣିବ; ସାବଧାନ, ବ୍ୟାକୁଳ ହୁଅ ନାହିଁ । କାରଣ ଏହି ସମସ୍ତ ଅବଶ୍ୟ ଘଟିବ, କିନ୍ତୁ ସେହି କାଳ ଯୁଗାନ୍ତ ନୁହେଁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತುಮ್ಚ್ಯಾ ಜಗ್ಗೊಳ್ ತುಮ್ಕಾ ಝಗ್ಡ್ಯಾಂಚೊ ಅವಾಜ್ ಆಯ್ಕೊ ಯೆತಾ ಅನಿ ಧುರ್‍ಲ್ಯಾ ಝಗ್ಡ್ಯಾಂಚಿ ಬಾತ್ಮಿಯಾ ತುಮ್ಕಾ ಆಯ್ಕುಕ್ ಗಾವ್ತಾತ್; ಖರೆ ತುಮಿ ಭಿವ್‍ನಕಾಶಿ. ಅಸ್ಲಿ ಸಗ್ಳಿ ಘಡಿತಾ ಘಡುಕುಚ್ ಪಾಜೆ ತೆಚೊ ಅರ್ತ್‍ ಸರ್‍ತೊ ಕಾಲ್ ಯೆಲೊ ಮನುನ್ ನ್ಹಯ್.