Matthew 25:24 — Compare Translations

7 translations compared side by side

Odia - 1840
"ତା'ପରେ ଗୋଟିଏ ତୋଡ଼ା ଟଙ୍କା ପାଇଥିବା ଲୋକଟି ମାଲିକଙ୍କ ପାଖକୁ ଆସିଲା। ସେ କହିଲା, 'ମାଲିକ ମୁଁ ଜାଣେ ଯେ ଆପଣ ଜଣେ କଠାେର ବ୍ଯକ୍ତି। ରୋପଣ ନକରି ମଧ୍ଯ ଆପଣ ଜମିରୁ ଫସଲ କାଟନ୍ତି। ବୀଜ ନ ବୁଣି ମଧ୍ଯ ଶସ୍ଯ ଏକାଠି କରନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, ଯେ ଏକ ତୋଡ଼ା ପାଇଥିଲା, ସେ ମଧ୍ୟ ଆସି କହିଲା, ହେ ପ୍ରଭୁ, ଆପଣ ଯେ ଜଣେ କଠିନ ଲୋକ, ଯେଉଁଠାରେ ବୁଣି ନ ଥାଆନ୍ତି, ସେଠାରେ କାଟନ୍ତି, ଆଉ ଯେଉଁଠାରେ ଶସ୍ୟ ଉଡ଼ାଇ ନ ଥାଆନ୍ତି, ସେଠାରେ ସଂଗ୍ରହ କରନ୍ତି, ଏହା ମୁଁ ଜାଣିଥିଲି ।
Odia BSI (ପବିତ୍ର ବାଇବଲ (CL) NT (BSI))
“ଶେଷରେ ଏକ ହଜାର ମୁଦ୍ରା ନେଇଥିବା ଭୃତ୍ୟ ଆସି କହିଲା, ‘ଆଜ୍ଞା, ମୁଁ ଜାଣେ, ଆପଣ ଜଣେ କଠୋର ଲୋକ। ବୁଣି ନ ଥିବା କ୍ଷେତରେ ଆପଣ ଅମଳ କରନ୍ତି। ବିହନ ନ ବୁଣି ଫସଲ ସଂଗ୍ରହ କରନ୍ତି।
Odia Bible ERV 2004 (ପବିତ୍ର ବାଇବଲ)
“ତା’ପରେ ଗୋଟିଏ ତୋଡ଼ା ଟଙ୍କା ପାଇଥିବା ଲୋକଟି ମାଲିକଙ୍କ ପାଖକୁ ଆସିଲା। ସେ କହିଲା, ‘ମାଲିକ ମୁଁ ଜାଣେ ଯେ ଆପଣ ଜଣେ କଠୋର ବ୍ୟକ୍ତି। ରୋପଣ ନ କରି ମଧ୍ୟ ଆପଣ ଜମିରୁ ଫସଲ କାଟନ୍ତି। ବୀଜ ନ ବୁଣି ମଧ୍ୟ ଶସ୍ୟ ଏକାଠି କରନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ, ଯେ ଏକ ତୋଡ଼ା ପାଇଥିଲା, ସେ ମଧ୍ୟ ଆସି କହିଲା, ହେ ପ୍ରଭୁ, ଆପଣ ଯେ ଜଣେ କଠିନ ଲୋକ, ଯେଉଁଠାରେ ବୁଣି ନ ଥାଆନ୍ତି, ସେଠାରେ କାଟନ୍ତି, ଆଉ ଯେଉଁଠାରେ ଶସ୍ୟ ବିଛାଇ ନ ଥାନ୍ତି, ସେଠାରେ ସଂଗ୍ରହ କରନ୍ତି, ଏହା ମୁଁ ଜାଣିଥିଲି।
Odia IRV 2017 (ଓଡିଆ ବାଇବେଲ)
ଆଉ, ଯେ ଏକ ତୋଡ଼ା ପାଇଥିଲା, ସେ ମଧ୍ୟ ଆସି କହିଲା, ହେ ପ୍ରଭୁ, ଆପଣ ଯେ ଜଣେ କଠିନ ଲୋକ, ଯେଉଁଠାରେ ବୁଣି ନ ଥାଆନ୍ତି, ସେଠାରେ କାଟନ୍ତି, ଆଉ ଯେଉଁଠାରେ ଶସ୍ୟ ବିଛାଇ ନ ଥାନ୍ତି, ସେଠାରେ ସଂଗ୍ରହ କରନ୍ତି, ଏହା ମୁଁ ଜାଣିଥିଲି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಮಾನಾ ಎಕ್ ಹಜಾರ್ ಸೊನ್ಯಾಚ್ಯಾ ಗಾಲಿಯಾ ಘೆಟಲ್ಲೊ ಫಿಡೆ ಯೆಲೊ ಅನಿ, ಧನಿಯಾ, ತಿಯಾ ಲೈ ಕಟೊರ್ ಮಾನುಸ್ ಮನುನ್ ಮಾಕಾ ಗೊತ್ತ್ ಹಾಯ್. ಪೆರುನಸಲ್ಲ್ಯಾಕ್ಡೆ ತಿಯಾ ಕಾತರ್‍ತೆ ಅನಿ ಸಿಪ್ಡುನಸಲ್ಲ್ಯಾಕ್ಡೆ ರಾಸ್ ಘಾಲ್ತೆಯ್.