Matthew 26:17 — Compare Translations

7 translations compared side by side

Odia - 1840
"ଖମୀର ଶୂନ୍ଯ ରୋଟୀ ପର୍ବର ପ୍ରଥମ ଦିନ ଶିଷ୍ଯମାନେ ଯୀଶୁଙ୍କ ନିକଟକୁ ଆସିଲେ। ସମାନେେ କହିଲେ, ନିସ୍ତାରଭୋଜି ଖାଇବାକୁ ଆପଣଙ୍କ ପାଇଁ ଆମ୍ଭେ ସବୁକିଛି ପ୍ରସ୍ତୁତ କରିବୁ। ଆପଣ କେଉଁଠା ରେ ଭୋଜି ଖାଇବା ପାଇଁ ଚାହାଁନ୍ତି?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପରେ ଖମୀରଶୂନ୍ୟ ରୋଟୀ ପର୍ବର ପ୍ରଥମ ଦିନରେ ଶିଷ୍ୟମାନେ ଯୀଶୁଙ୍କ ନିକଟକୁ ଆସି ପଚାରିଲେ, ଆମ୍ଭେମାନେ କେଉଁ ସ୍ଥାନରେ ଆପଣଙ୍କ ନିମନ୍ତେ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କରିବୁ ବୋଲି ଆପଣ ଇଚ୍ଛା କରନ୍ତି?
Odia BSI (ପବିତ୍ର ବାଇବଲ (CL) NT (BSI))
“ତାଡ଼ି ଶୂନ୍ୟ ରୋଟି” ପର୍ବର ପ୍ରଥମ ଦିବସରେ ଶିଷ୍ୟମାନେ ଆସି ଯୀଶୁଙ୍କୁ ପଚାରିଲେ, “ଆମେ କେଉଁଠାରେ ଆପଣଙ୍କ ପାଇଁ ନିସ୍ତାର ପର୍ବ ଭୋଜ ପ୍ରସ୍ତୁତ କରିବୁ?”
Odia Bible ERV 2004 (ପବିତ୍ର ବାଇବଲ)
ଶିଷ୍ୟମାନଙ୍କ ସହିତ ଯୀଶୁଙ୍କ ନିସ୍ତାରପର୍ବର ଭୋଜି ଖମୀରଶୂନ୍ୟ ରୋଟୀ ପର୍ବର ପ୍ରଥମ ଦିନ ଶିଷ୍ୟମାନେ ଯୀଶୁଙ୍କ ନିକଟକୁ ଆସିଲେ। ସେମାନେ କହିଲେ, “ନିସ୍ତାରଭୋଜି ଖାଇବାକୁ ଆପଣଙ୍କ ପାଇଁ ଆମ୍ଭେ ସବୁକିଛି ପ୍ରସ୍ତୁତ କରିବୁ। ଆପଣ କେଉଁଠାରେ ଭୋଜି ଖାଇବା ପାଇଁ ଗ୍ଭହାନ୍ତି?”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପରେ ଖମୀରଶୂନ୍ୟ ରୁଟି ପର୍ବର ପ୍ରଥମ ଦିନରେ ଶିଷ୍ୟମାନେ ଯୀଶୁଙ୍କ ପାଖକୁ ଆସି ପଚାରିଲେ, ଆମ୍ଭେମାନେ କେଉଁ ସ୍ଥାନରେ ଆପଣଙ୍କ ପାଇଁ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କରିବୁ ବୋଲି ଆପଣ ଇଚ୍ଛା କରନ୍ତି?
Odia IRV 2017 (ଓଡିଆ ବାଇବେଲ)
ପରେ ଖମୀରଶୂନ୍ୟ ରୁଟି ପର୍ବର ପ୍ରଥମ ଦିନରେ ଶିଷ୍ୟମାନେ ଯୀଶୁଙ୍କ ପାଖକୁ ଆସି ପଚାରିଲେ, ଆମ୍ଭେମାନେ କେଉଁ ସ୍ଥାନରେ ଆପଣଙ୍କ ପାଇଁ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କରିବୁ ବୋଲି ଆପଣ ଇଚ୍ଛା କରନ୍ତି?
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಫುಗ್ ಯೆಯ್ ನಸಲ್ಲ್ಯಾ ಭಾಕ್ರಿಚ್ಯಾ ಸನಾಚ್ಯಾ ಪಯ್ಲೆಚ್ಯಾ ದಿಸಿ, ಶಿಸಾ ಜೆಜುಕ್ಡೆ ಯೆಲಿ ಅನಿ ತೆಕಾ,“ ಅಮಿ ಪಾಸ್ಕಾಚೆ ಜೆವಾನ್ ಖೈ ತಯಾರ್ ಕರುಚೆ ಮನುನ್ ತಿಯಾ ಮನ್ತೆಯ್?” ಮನುನ್ ಇಚಾರ್‍ಲ್ಯಾನಿ.