Matthew 26:31 — Compare Translations

7 translations compared side by side

Odia - 1840
"ଯୀଶୁ ସମାନଙ୍କେୁ କହିଲେ, ଆଜି ରାତି ରେ ତୁମ୍ଭମାନେେ ମାେ ଉପରୁ ବିଶ୍ବାସ ହ ରଇେ ବସିବ। ଶାସ୍ତ୍ରମାନଙ୍କ ରେ ଏକଥା ଲୋଖାଅଛି: 'ମୁଁ ମଷେପାଳକଙ୍କୁ ମାରି ଦବେି ଏବଂ ମେଣ୍ଢାମାନେ ଏଣତେଣେେ ପଳଇବେେ।' ୟିଖରୀୟ 13:7"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେତେବେଳେ ଯୀଶୁ ସେମାନଙ୍କୁ କହିଲେ, ଏହି ରାତ୍ରିରେ ତୁମ୍ଭେମାନେ ସମସ୍ତେ ମୋʼଠାରେ ବିଘ୍ନ ପାଇବ, କାରଣ ଲେଖା ଅଛି, ଆମ୍ଭେ ମେଷପାଳକକୁ ପ୍ରହାର କରିବା, ଆଉ ପଲର ମେଷଗୁଡ଼ିକ ଛିନ୍ନଭିନ୍ନ ହୋଇଯିବେ,⇧।
Odia BSI (ପବିତ୍ର ବାଇବଲ (CL) NT (BSI))
ଏହି ସମୟରେ ଯୀଶୁ ସେମାନଙ୍କୁ କହିଲେ, “ଆଜି ରାତିରେ ତୁମେ ସମସ୍ତେ ମୋତେ ଛାଡ଼ି ଚାଲିଯିବ। ଶାସ୍ତ୍ର କହେ, ‘ମୁଁ ମେଷପାଳକକୁ ବଧ କରିବି ଓ ମେଷମାନେ ଛିନ୍ନଭିନ୍ନ ହୋଇଯିବେ।’
Odia Bible ERV 2004 (ପବିତ୍ର ବାଇବଲ)
ଶିଷ୍ୟମାନେ ତାହାଙ୍କୁ ଛାଡ଼ି ଦେବେ ବୋଲି ଯୀଶୁ କହିଲେ ଯୀଶୁ ସେମାନଙ୍କୁ କହିଲେ, “ଆଜି ରାତିରେ ତୁମ୍ଭେମାନେ ମୋ’ ଉପରୁ ବିଶ୍ୱାସ ହରେଇ ବସିବ। ଶାସ୍ତ୍ରମାନଙ୍କରେ ଏ କଥା ଲେଖାଅଛି: ‘ମୁଁ ମେଷପାଳକଙ୍କୁ ମାରି ଦେବି ଏବଂ ମେଣ୍ଢାମାନେ ଏଣେତେଣେ ପଳେଇବେ।’
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେତେବେଳେ ଯୀଶୁ ସେମାନଙ୍କୁ କହିଲେ, “ଏହି ରାତ୍ରିରେ ତୁମ୍ଭେମାନେ ସମସ୍ତେ ମୋʼଠାରେ ବିଘ୍ନ ପାଇବ, କାରଣ ଲେଖାଅଛି, ଆମ୍ଭେ ମେଷପାଳକକୁ ପ୍ରହାର କରିବା, ଆଉ ପଲର ମେଷଗୁଡ଼ିକ ଛିନ୍ନଭିନ୍ନ ହୋଇଯିବେ।
Odia IRV 2017 (ଓଡିଆ ବାଇବେଲ)
ସେତେବେଳେ ଯୀଶୁ ସେମାନଙ୍କୁ କହିଲେ, ଏହି ରାତ୍ରିରେ ତୁମ୍ଭେମାନେ ସମସ୍ତେ ମୋଠାରେ ବିଘ୍ନ ପାଇବ, କାରଣ ଲେଖା ଅଛି, ଆମ୍ଭେ ମେଷପାଳକକୁ ପ୍ରହାର କରିବା, ଆଉ ପଲର ମେଷଗୁଡ଼ିକ ଛିନ୍ନଭିନ୍ନ ହୋଇଯିବେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತನ್ನಾ ಜೆಜುನ್ ಶಿಸಾಕ್ನಿ,“ ಆಜ್ ಹ್ಯಾಚ್ ರಾತ್ತಿನ್ ತುಮಿ ಸಗ್ಳೆ ಜಾನಾ ಮಾಕಾ ಸೊಡುನ್ ಪಳುನ್ ಜಾತ್ಯಾಶಿ. ಪವಿತ್ರ್ ಪುಸ್ತಕಾತ್ ದೆವ್ ಮನ್ತಾ, ಮಿಯಾ ಕುರ್‍ಬುರಾಕ್ ಜಿವಾನಿ ಮಾರ್‍ತಾ ಅನಿ ತಾಂಡ್ಯಾತ್ಲಿ ಬಕ್ರಿ ಸಗ್ಳಿ ಮಾಳ್ಬರ್ ಹೊತ್ಯಾತ್.