Matthew 26:39 — Compare Translations

7 translations compared side by side

Odia - 1840
"ସମାନଙ୍କେ ପାଖରୁ କିଛି ଦୁରକୁ ଚାଲିକରି ୟିବାପରେ ଯୀଶୁ ତଳେ ଉବୁଡ଼ ହାଇେ ପଡ଼ିଲେ ଓ ପ୍ରାର୍ଥନା କଲେ, ହେ ପରମପିତା! ଯଦି ସମ୍ଭବ ହୁଏ, ତବେେ ୟନ୍ତ୍ରଣାର ଏହି ପାତ୍ରଟି ମାଠାରୁେ ଦୂର ହାଇଯୋଉ। କିନ୍ତୁ ମାେ ଇଚ୍ଛା ଅନୁସାରେ ନ ହାଇେ ଆପଣଙ୍କ ଇଚ୍ଛା ଅନୁସାରେ କରନ୍ତୁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି, ସେ ଅଳ୍ପ ଦୂର ଆଗକୁ ଯାଇ ଉବୁଡ଼ ହୋଇ ପ୍ରାର୍ଥନା କରୁ କରୁ କହିଲେ, ହେ ମୋହର ପିତା, ଯଦି ହୋଇ ପାରେ, ତେବେ ଏହି ପାନପାତ୍ର ମୋʼଠାରୁ ଦୂର ହେଉ; ତଥାପି ମୋହର ଇଚ୍ଛା ନୁହେଁ, ମାତ୍ର ତୁମ୍ଭର ଇଚ୍ଛା ।
Odia BSI (ପବିତ୍ର ବାଇବଲ (CL) NT (BSI))
ଯୀଶୁ ଅଳ୍ପ ଦୂରକୁ ଯାଇ ଭୂମିରେ ମୁହଁ ମାଡ଼ି ପ୍ରାର୍ଥନା କଲେ, “ପିତଃ! ଯଦି ସମ୍ଭବ ହୁଏ, ଏହି ଦୁଃଖଭୋଗର ପାନପାତ୍ର ମୋ’ଠାରୁ ଦୂରେଇ ନିଅ, କିନ୍ତୁ ମୋର ଇଚ୍ଛା ନୁହେଁ, ତୁମର ଇଚ୍ଛା ପୂରଣ ହେଉ।”
Odia Bible ERV 2004 (ପବିତ୍ର ବାଇବଲ)
ସେମାନଙ୍କ ପାଖରୁ କିଛି ଦୂରକୁ ଗ୍ଭଲିକରି ଯିବାପରେ ଯୀଶୁ ତଳେ ଉବୁଡ଼ ହୋଇ ପଡ଼ିଲେ ଓ ପ୍ରାର୍ଥନା କଲେ, “ହେ ପରମପିତା! ଯଦି ସମ୍ଭବ ହୁଏ, ତେବେ ଯନ୍ତ୍ରଣାର ଏହି ପାତ୍ରଟି ମୋ’ଠାରୁ ଦୂର ହୋଇଯାଉ। କିନ୍ତୁ ମୋ’ ଇଚ୍ଛା ଅନୁସାରେ ନ ହୋଇ ଆପଣଙ୍କ ଇଚ୍ଛା ଅନୁସାରେ କରନ୍ତୁ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ସେ ଅଳ୍ପ ଦୂର ଆଗକୁ ଯାଇ ଉବୁଡ଼ ହୋଇ ପ୍ରାର୍ଥନା କରୁ କରୁ କହିଲେ, “ହେ ମୋହର ପିତା, ଯଦି ହୋଇପାରେ, ତେବେ ଏହି ଦୁଃଖର ପାତ୍ର ମୋʼଠାରୁ ଦୂର ହେଉ; ତଥାପି ମୋହର ଇଚ୍ଛା ନୁହେଁ, ମାତ୍ର ତୁମ୍ଭର ଇଚ୍ଛା।”
Odia IRV 2017 (ଓଡିଆ ବାଇବେଲ)
ପୁଣି, ସେ ଅଳ୍ପ ଦୂର ଆଗକୁ ଯାଇ ଉବୁଡ଼ ହୋଇ ପ୍ରାର୍ଥନା କରୁ କରୁ କହିଲେ, ହେ ମୋହର ପିତା, ଯଦି ହୋଇପାରେ, ତେବେ ଏହି ପାନପାତ୍ର ମୋ'ଠାରୁ ଦୂର ହେଉ; ତଥାପି ମୋହର ଇଚ୍ଛା ନୁହେଁ, ମାତ୍ର ତୁମ୍ଭର ଇଚ୍ଛା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೊ ಉಲ್ಲೆ ಫಿಡೆ ಗೆಲೊ ಅನಿ ಜಮ್ನಿ ವರ್‍ತಿ ಡಬ್ ಪಡುನ್, “ಮಾಜ್ಯಾ ಬಾಬಾ, ಹೊತಾ ಜಾಲ್ಯಾರ್, ಹೆ ಕಸ್ಟಾಚೆ ಆಯ್ದಾನ್ ಮಾಜ್ಯಾ ವೈನಾ ಕಾಡುನ್ ಘೆ! ಖರೆ ಮಾಜ್ಯಾ ಮನಾ ಸರ್ಕೆ ನ್ಹಯ್, ತುಜ್ಯಾ ಮನಾ ಸರ್ಕೆ ಹೊಂವ್ದಿತ್,” ಮನುನ್ ಮಾಗ್ನಿ ಕರ್‍ಲ್ಯಾನ್.