Matthew 26:75 — Compare Translations

7 translations compared side by side

Odia - 1840
"ଏବେ ପିତରଙ୍କର, ଯୀଶୁ କହିଥିବା କଥା ମନେ ପଡ଼ିଲା। ଯୀଶୁ କହିଥିଲେ, କୁକୁଡ଼ା ଡ଼ାକିବା ପୂର୍ବରୁ ତୁମ୍ଭେ ମାେତେ ଜାଣିନାହଁ ବୋଲି ତିନିଥର ଅସ୍ବୀକାର କରିବ। ପିତର ବାହାରକୁ ବାହାରିଯାଇ ବ୍ଯାକୁଳ ହାଇେ କାନ୍ଦିବାକୁ ଲାଗିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଥିରେ କୁକୁଡ଼ା ଡାକିବା ପୂର୍ବରୁ ତୁମ୍ଭେ ମୋତେ ତିନି ଥର ଅସ୍ଵୀକାର କରିବ, ଏହି ଯେଉଁ କଥା ଯୀଶୁ କହିଥିଲେ, ତାହା ପିତରଙ୍କ ମନରେ ପଡ଼ିଲା, ଆଉ ସେ ବାହାରକୁ ଯାଇ ଅତ୍ୟ; ବ୍ୟାକୁଳ ହୋଇ ରୋଦନ କଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେହିକ୍ଷଣି କୁକୁଡ଼ା ଡ଼ାକିଲା ଏବଂ ଯୀଶୁ କଅଣ କହିଥିଲେ, ପିତରଙ୍କ ମନେ ପଡ଼ିଲା: “କୁକୁଡ଼ା ଡ଼ାକିବା ପୂର୍ବରୁ ମୋତେ ଜାଣ ନାହିଁ ବୋଲି ତୁମେ ତିନିଥର କହିବ।” ସେ ବାହାରକୁ ଯାଇ ବ୍ୟାକୁଳ ଭାବରେ କାନ୍ଦିଲେ।
Odia Bible ERV 2004 (ପବିତ୍ର ବାଇବଲ)
ଏବେ ପିତରଙ୍କର, ଯୀଶୁ କହିଥିବା କଥା ମନେ ପଡ଼ିଲା। ଯୀଶୁ କହିଥିଲେ, “କୁକୁଡ଼ା ଡାକିବା ପୂର୍ବରୁ ତୁମ୍ଭେ ମୋତେ ଜାଣି ନାହଁ ବୋଲି ତିନିଥର ଅସ୍ୱୀକାର କରିବ।” ପିତର ବାହାରକୁ ବାହାରିଯାଇ ବ୍ୟାକୁଳ ହୋଇ କାନ୍ଦିବାକୁ ଲାଗିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେହିକ୍ଷଣି କୁକୁଡ଼ା ରାବିଲା। ଏଥିରେ “କୁକୁଡ଼ା ରାବିବା ପୂର୍ବରୁ ତୁମ୍ଭେ ମୋତେ ତିନି ଥର ଅସ୍ୱୀକାର କରିବ,” ଏହି ଯେଉଁ କଥା ଯୀଶୁ କହିଥିଲେ, ତାହା ପିତରଙ୍କ ମନରେ ପଡ଼ିଲା, ଆଉ ସେ ବାହାରକୁ ଯାଇ ଅତ୍ୟନ୍ତ ବ୍ୟାକୁଳ ହୋଇ ରୋଦନ କଲେ।
Odia IRV 2017 (ଓଡିଆ ବାଇବେଲ)
ସେହିକ୍ଷଣି କୁକୁଡ଼ା ଡାକିଲା । ଏଥିରେ କୁକୁଡ଼ା ଡାକିବା ପୂର୍ବରୁ ତୁମ୍ଭେ ମୋତେ ତିନି ଥର ଅସ୍ୱୀକାର କରିବ, ଏହି ଯେଉଁ କଥା ଯୀଶୁ କହିଥିଲେ, ତାହା ପିତରଙ୍କ ମନରେ ପଡ଼ିଲା, ଆଉ ସେ ବାହାରକୁ ଯାଇ ଅତ୍ୟନ୍ତ ବ୍ୟାକୁଳ ହୋଇ ରୋଦନ କଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತನ್ನಾ ಪೆದ್ರುಕ್ ಜೆಜುನ್ “ಕೊಂಬೊ ಭೊಕುಚ್ಯಾ ಅದ್ದಿ ತಿನ್‍ದಾ ತಿಯಾ ಮಾಜಿ ವಳಕುಚ್‍ ನಾ ಮನುನ್ ಸಾಂಗ್ತೆಯ್.” ಮನುನ್ ಸಾಂಗಲ್ಲಿ ಯಾದ್ ಯೆಲಿ. ತನ್ನಾ ತೊ ಭಾಯ್ರ್ ಗೆಲೊ ಅನಿ ಗಳ್ಗಳುನ್ ರಡ್ಲೊ.