Matthew 27:24 — Compare Translations
7 translations compared side by side
Odia - 1840
"ପୀଲାତ ଦେଖିଲେ ଯେ, ସେ ଲୋକମାନଙ୍କ ମତ ବଦଳଇବୋକୁ କିଛି କରିପାରିବେ ନାହିଁ ବରଂ ଲୋକେ ବଳକେୁ ବଳେ ଉତ୍ତଜେିତ ହାଇେ ଉଠୁଛନ୍ତି। ପୀଲାତ କିଛି ପାଣି ନେଲେ ଓ ସମସ୍ତେ ଦେଖି ପାରିବା ଭଳି ତାହାଙ୍କର ଦୁଇହାତ ଧୋଇଲେ। ସେ କହିଲେ, ଏ ଲୋକର ମୃତ୍ଯୁ ପାଇଁ ମୁଁ ତାଯୀ ନୁହେଁ। ତୁମ୍ଭମାନେେ କବଳେ ଏସବୁ କରୁଛ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଣୁ ପୀଲାତ ଯେତେବେଳେ ଦେଖିଲେ ଯେ, ସେ କିଛି କରି ପାରୁ ନାହାନ୍ତି, ବରଞ୍ଚ ଆହୁରି ଗଣ୍ତଗୋଳ ହେଉଅଛି, ସେତେବେଳେ ସେ ଜଳ ଘେନି ଲୋକସମୂହ ସାକ୍ଷାତରେ ହସ୍ତ ପ୍ରକ୍ଷାଳନ କରି କହିଲେ, ଏହି ରକ୍ତପାତରେ ଆମ୍ଭେ ନିର୍ଦ୍ଦୋଷ, ତୁମ୍ଭେମାନେ ତାହା ବୁଝ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଯେତେବେଳେ ପିଲାତ ଦେଖିଲେ ଯେ ସେମାନଙ୍କୁ ଆଉ କହି କିଛି ଲାଭ ନାହିଁ, ବରଂ ଶାନ୍ତି ଭଙ୍ଗର ଆଶଙ୍କା ଅଛି, ସେ ଅଳ୍ପ ଜଳ ନେଇ, ଲୋକମାନଙ୍କ ସମ୍ମୁଖରେ ହାତ ଧୋଇ ପକାଇ କହିଲେ, “ଏ ବ୍ୟକ୍ତିଙ୍କ ମୃତ୍ୟୁ ପାଇଁ ମୁଁ ଦାୟୀ ନୁହେଁ। ଏହା ତୁମର କାମ।”
Odia Bible ERV 2004 (ପବିତ୍ର ବାଇବଲ)
ପୀଲାତ ଦେଖିଲେ ଯେ, ସେ ଲୋକମାନଙ୍କ ମତ ବଦଳେଇବାକୁ କିଛି କରି ପାରିବେ ନାହିଁ ବରଂ ଲୋକେ ବେଳକୁ ବେଳ ଉତ୍ତେଜିତ ହୋଇ ଉଠୁଛନ୍ତି। ପୀଲାତ କିଛି ପାଣି ନେଲେ ଓ ସମସ୍ତେ ଦେଖି ପାରିବା ଭଳି ତାହାଙ୍କର ଦୁଇହାତ ଧୋଇଲେ। ସେ କହିଲେ, “ଏ ଲୋକର ମୃତ୍ୟୁ ପାଇଁ ମୁଁ ଦାୟୀ ନୁହେଁ। ତୁମ୍ଭେମାନେ କେବଳ ଏସବୁ କରୁଛ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଣୁ ପୀଲାତ ଯେତେବେଳେ ଦେଖିଲେ ଯେ, ସେ କିଛି କରିପାରୁ ନାହାନ୍ତି, ବରଂ ଆହୁରି ଗଣ୍ଡଗୋଳ ହେଉଅଛି, ସେତେବେଳେ ସେ ପାଣି ନେଇ ଲୋକମାନଙ୍କ ଆଗରେ ହାତ ଧୋଇ କହିଲେ, ଏହି ରକ୍ତପାତରେ ଆମ୍ଭେ ନିର୍ଦ୍ଦୋଷ, ତୁମ୍ଭେମାନେ ତାହା ବୁଝ।
Odia IRV 2017 (ଓଡିଆ ବାଇବେଲ)
ଏଣୁ ପୀଲାତ ଯେତେବେଳେ ଦେଖିଲେ ଯେ, ସେ କିଛି କରି ପାରୁ ନାହାଁନ୍ତି, ବରଂ ଆହୁରି ଗଣ୍ଡଗୋଳ ହେଉଅଛି, ସେତେବେଳେ ସେ ପାଣି ନେଇ ଲୋକମାନଙ୍କ ଆଗରେ ହାତ ଧୋଇ କହିଲେ, ଏହି ରକ୍ତପାତରେ ଆମ୍ଭେ ନିର୍ଦ୍ଦୋଷ, ତୁମ୍ଭେମାନେ ତାହା ବୁଝ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಹೆ ಬಗುನ್ ಪಿಲಾತಾನ್ ಅನಿ ಫಿಡೆ ಬೊಲುನ್ ಉಪ್ಯೊಗ್ ನಾ, ಬೊಲ್ಲ್ಯಾರ್ ಡಂಗೊ ಉಟ್ಲ್ಯಾರ್ಬಿ ಉಟ್ಲೊ ಮನುನ್ ಯವ್ಜುನ್, ತೆನಿ ಉಲ್ಲೆ ಪಾನಿ ಘೆಟ್ಲ್ಯಾನ್ ಅನಿ ಸಗ್ಳ್ಯಾ ಲೊಕಾಂಚ್ಯಾ ತಾಂಡ್ಯಾಚ್ಯಾ ಇದ್ರಾಕ್ ಅಪ್ನಾಚಿ ಹಾತಾ ಧುವ್ನ್ ಘೆಟ್ಲ್ಯಾನ್, ಅನಿ, “ಹ್ಯಾ ಮಾನ್ಸಾಚ್ಯಾ ಮರ್ನಾಕ್ ಮಿಯಾ ಕಾರನ್ ನ್ಹಯ್! ತುಮಿಚ್ ತೆ ಬಗುನ್ ಘೆವಾ!” ಮಟ್ಲ್ಯಾನ್.