Matthew 27:29 — Compare Translations
7 translations compared side by side
Odia - 1840
"ସମାନେେ କଣ୍ଟାଡ଼ାଳ ରେ ଗୋଟିଏ ମୁକୁଟ ତିଆରି କଲେ ଓ ସହେି କଣ୍ଟା ମୁକୁଟ ଯୀଶୁଙ୍କ ମୁଣ୍ଡ ରେ ପିନ୍ଧାଇ ଦେଲେ। ତାହାଙ୍କର ଡ଼ାହାଣ ହାତ ରେ ବାଡ଼ିଟି ଧ ରଇେ ଦେଲେ। ତା'ପରେ ତାହାଙ୍କ ଆଗ ରେ ଆଣ୍ଠୁମାଡ଼ି ବସି ପଡ଼ି ତାହାଙ୍କୁ ଥଟ୍ଟା କଲେ। ସମାନେେ କହିଲେ, ହେ ଯିହୂଦୀମାନଙ୍କର ରାଜା! ତୁମ୍ଭେ ଦୀର୍ଘଜୀବୀ ହୁଅ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ କଣ୍ଟାର ମୁକୁଟ ବନାଇ ତାହାଙ୍କ ମସ୍ତକରେ ଦେଲେ ଓ ତାହାଙ୍କର ଦକ୍ଷିଣ ହସ୍ତରେ ଖଣ୍ତିଏ ନଳ ଦେଲେ, ପୁଣି ତାହାଙ୍କ ସମ୍ମୁଖରେ ଜାନୁ ପାତି, ହେ ଯିହୁଦୀମାନଙ୍କ ରାଜା, ନମସ୍କାର, ଏହା କହି ତାହାଙ୍କୁ ପରିହାସ କଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
କଣ୍ଟା ଗଛ ଡ଼ାଳରେ ଗୋଟିଏ ମୁକୁଟ ତିଆରି କରି ତାଙ୍କ ମୁଣ୍ଡ ଉପରେ ପିନ୍ଧାଇ ଦେଲେ ଓ ତାଙ୍କ ଡ଼ାହାଣ ହାତରେ ଗୋଟିଏ ଯଷ୍ଟି ଧରାଇଲେ। ତା’ପରେ ତାଙ୍କ ସମ୍ମୁଖରେ ଆଣ୍ଠୁ ମାଡ଼ି ତାଙ୍କୁ ବ୍ୟଙ୍ଗ କରି କହିଲେ, “ଇହୁଦୀମାନଙ୍କର ରାଜା ଚିରଞ୍ଜୀବୀ ହୁଅନ୍ତୁ।”
Odia Bible ERV 2004 (ପବିତ୍ର ବାଇବଲ)
ସେମାନେ କଣ୍ଟା ଡାଳରେ ଗୋଟିଏ ମୁକୁଟ ତିଆରି କଲେ ଓ ସେହି କଣ୍ଟା ମୁକୁଟ ଯୀଶୁଙ୍କ ମୁଣ୍ଡରେ ପିନ୍ଧାଇ ଦେଲେ। ତାହାଙ୍କର ଡାହାଣ ହାତରେ ବାଡ଼ିଟି ଧରେଇ ଦେଲେ। ତା’ପରେ ତାହାଙ୍କ ଆଗରେ ଆଣ୍ଠୁମାଡ଼ି ବସିପଡ଼ି ତାହାଙ୍କୁ ଥଟ୍ଟା କଲେ। ସେମାନେ କହିଲେ, “ହେ ଯିହୂଦୀମାନଙ୍କର ରାଜା! ତୁମ୍ଭେ ଦୀର୍ଘଜୀବୀ ହୁଅ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ କଣ୍ଟାର ମୁକୁଟ ବନାଇ ତାହାଙ୍କ ମସ୍ତକରେ ଦେଲେ ଓ ତାହାଙ୍କର ଦକ୍ଷିଣ ହସ୍ତରେ ଖଣ୍ଡିଏ ନଳ ଦେଲେ, ପୁଣି, ତାହାଙ୍କ ସମ୍ମୁଖରେ ଜାନୁ ପାତି ଏହା କହି ତାହାଙ୍କୁ ପରିହାସ କଲେ, ହେ ଯିହୁଦୀମାନଙ୍କ ରାଜା, ନମସ୍କାର।
Odia IRV 2017 (ଓଡିଆ ବାଇବେଲ)
ଆଉ କଣ୍ଟାର ମୁକୁଟ ବନାଇ ତାହାଙ୍କ ମସ୍ତକରେ ଦେଲେ ଓ ତାହାଙ୍କର ଦକ୍ଷିଣ ହସ୍ତରେ ଖଣ୍ଡିଏ ନଳ ଦେଲେ, ପୁଣି, ତାହାଙ୍କ ସମ୍ମୁଖରେ ଜାଣୁ ପାତି, ହେ ଯିହୂଦୀମାନଙ୍କ ରାଜା, ନମସ୍କାର, ଏହା କହି ତାହାଙ୍କୁ ପରିହାସ କଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತನ್ನಾ ತೆನಿ ಕಾಟ್ಯಾಂಚ್ಯಾ ಝಿಳಿತ್ ಎಕ್ ಕಿರಿಟ್ ಕರುನ್ ತೆಚ್ಯಾ ಟಕ್ಲ್ಯಾ ವರ್ತಿ ಘಾಟ್ಲ್ಯಾನಿ. ಅನಿ ತೆಚ್ಯಾ ಉಜ್ವ್ಯಾ ಹಾತಿತ್ ಎಕ್ ದಾಂಡೊ ದಿಲ್ಯಾನಿ. ಅನಿ ತೆಚ್ಯಾ ಫಿಡ್ಯಾತ್ ಡಿಂಬಿಯಾ ಘಾಲುನ್, “ಜುದೆವಾಂಚ್ಯಾ ರಾಜಾಕ್ ಜೈ ಹೊಂವ್ದಿ!” ಮನುನ್ ಎಡ್ಸಡುನ್ ದಾಕ್ವುಲ್ಯಾನಿ.