Matthew 3:12 — Compare Translations
7 translations compared side by side
Odia - 1840
"ତାହାଙ୍କ ହାତ ରେ କୁଲା ଅଛି। ସେଥି ରେ ସେ ଶସ୍ଯ ସବୁରୁ ଅଗାଡି ତକ ଅଲଗା କରି ଦବେେ। ସେ ତାହାଙ୍କ ଖଳାରୁ ପରିଷ୍କାର ହାଇେଥିବା ଶସ୍ଯତକ ଏକାଠି କରିନଇେ ଅମାର ଭତ ରେ ରଖି ଦବେେ ଓ ଅଗାଡି, କାଠ-କୁଟାତକ ନିଆଁ ରେ ପକଇେ ଦବେେ। ସେ ନିଆଁ କବେେ ହେଲେ ଲିଭିବ ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତାହାଙ୍କ ହାତରେ କୁଲା ଅଛି, ଆଉ ସେ ନିଜ ଖଳା ଉତ୍ତମ ରୂପେ ପରିଷ୍କାର କରି ଆପଣା ଗହମ ଅମାରରେ ସଂଗ୍ରହ କରି ରଖିବେ, କିନ୍ତୁ ଅଗାଡ଼ିଯାକ ଅନିର୍ବାଣ ଅଗ୍ନିରେ ପୋଡ଼ିପକାଇବେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଶସ୍ୟରୁ ତୁଷ ସବୁ ଉଡ଼ାଇ ଦେବା ପାଇଁ ତାଙ୍କ ହାତରେ କୁଲା ଅଛି। ସେ ଶସ୍ୟଗୁଡ଼ିକୁ ତାଙ୍କ ଅମାରରେ ରଖିବେ ଓ ତୁଷ ସବୁ ଚିର ଜ୍ୱଳନ୍ତ ଅଗ୍ନିରେ ପୋଡ଼ି ପକାଇବେ।
Odia Bible ERV 2004 (ପବିତ୍ର ବାଇବଲ)
ତାହାଙ୍କ ହାତରେ କୁଲା ଅଛି। ସେଥିରେ ସେ ଶସ୍ୟ ସବୁରୁ ଅଗାଡ଼ି ତକ ଅଲଗା କରିଦେବେ। ସେ ତାହାଙ୍କ ଖଳାରୁ ପରିଷ୍କାର ହୋଇଥିବା ଶସ୍ୟତକ ଏକାଠି କରିନେଇ ଅମାର ଭିତରେ ରଖି ଦେବେ ଓ ଅଗାଡ଼ି, କାଠି-କୁଟାତକ ନିଆଁରେ ପକେଇ ଦେବେ। ସେ ନିଆଁ କେବେ ହେଲେ ଲିଭିବ ନାହିଁ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତାହାଙ୍କ ହାତରେ କୁଲା ଅଛି, ଆଉ ସେ ନିଜ ଖଳା ଉତ୍ତମଭାବେ ପରିଷ୍କାର କରି ଆପଣା ଗହମ ଅମାରରେ ଏକାଠି କରି ରଖିବେ, କିନ୍ତୁ ଅଗାଡ଼ିଯାକ ଲିଭୁ ନ ଥିବା ଅଗ୍ନିରେ ପୋଡ଼ି ପକାଇବେ।”
Odia IRV 2017 (ଓଡିଆ ବାଇବେଲ)
ତାହାଙ୍କ ହାତରେ କୁଲା ଅଛି, ଆଉ ସେ ନିଜ ଖଳା ଉତ୍ତମଭାବେ ସଫା କରି ଆପଣା ଗହମ ଅମାରରେ ଏକାଠି କରି ରଖିବେ, କିନ୍ତୁ ଅଗାଡ଼ିଯାକ ଲିଭୁ ନ ଥିବା ଅଗ୍ନିରେ ପୋଡ଼ି ପକାଇବେ ।"
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅಪ್ನಾಚೆ ಸುಪ್ಪ್ ತೆನಿ ಹಾತಾತ್ ಧರ್ಲ್ಯಾನಾಯ್, ಅನಿ ತೊ ಅಪ್ನಾಚೆ ಖಳ್ಯಾತ್ಲೆ ದಾನೆ ವಾರೆ ದಿವ್ನ್ ಮಾಳ್ ಕರ್ತಾ, ಬರೆ ಅಸಲ್ಲೆ ದಾನೆ ತೊ ಅಪ್ನಾಚ್ಯಾ ತಟ್ಟ್ಯಾತ್ ಭರುನ್ ಥವ್ತಾ, ಅನಿ ಜೊಳ್ಳ್ ಕನ್ನಾಬಿ ಇಜಿನಸಲ್ಲ್ಯಾ ಆಗಿತ್ ಘಾಲುನ್ ಜಾಳ್ವುತಾ.