Matthew 3:15 — Compare Translations

7 translations compared side by side

Odia - 1840
"ଉତ୍ତର ରେ ଯୀଶୁ ତାହାଙ୍କୁ କହିଲେ, ବହିଭଳି ହେଉ। ଆମ୍ଭେ ସମସ୍ତ ବିଷୟ କରିବା ଉଚିତ, ଯାହା ଉତ୍ତମ ଅଟେ। ତେଣୁ ଯୋହନ ଯୀଶୁଙ୍କୁ ବାପ୍ତିସ୍ମ ଦବୋପାଇଁ ରାଜି ହେଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମାତ୍ର ଯୀଶୁ ତାଙ୍କୁ ଉତ୍ତର ଦେଲେ, ଏବେ ସମ୍ମତ ହୁଅ, କାରଣ ଏହି ପ୍ରକାରେ ସମସ୍ତ ଧର୍ମକର୍ମ ସାଧନ କରିବା ଆମ୍ଭମାନଙ୍କର ଉପଯୁକ୍ତ । ସେଥିରେ ସେ ତାହାଙ୍କ କଥାରେ ସମ୍ମତ ହେଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
କିନ୍ତୁ ଯୀଶୁ ଉତ୍ତର ଦେଲେ, “ମୋ’ କଥାରେ ସମ୍ମତ ହୁଅ। କାରଣ ଏହା ଦ୍ୱାରା ଆମେ ଈଶ୍ୱରଙ୍କ ଇଚ୍ଛାନୁରୂପ କର୍ମ କରିପାରିବା।” ତେଣୁ ଯୋହନ ତାଙ୍କୁ ଜଳଦୀକ୍ଷା ଦେବାକୁ ରାଜି ହେଲେ।
Odia Bible ERV 2004 (ପବିତ୍ର ବାଇବଲ)
ଉତ୍ତରରେ ଯୀଶୁ ତାହାଙ୍କୁ କହିଲେ, “ବର୍ତ୍ତମାନ ପାଇଁ ଏହିଭଳି ହେଉ। ଆମ୍ଭେ ସମସ୍ତ ବିଷୟ କରିବା ଉଚିତ୍, ଯାହା ଉତ୍ତମ ଅଟେ।” ତେଣୁ ଯୋହନ ଯୀଶୁଙ୍କୁ ବାପ୍ତିସ୍ମ ଦେବା ପାଇଁ ରାଜି ହେଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମାତ୍ର ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ଏବେ ରାଜି ହୁଅ, କାରଣ ଏହି ପ୍ରକାରେ ସମସ୍ତ ଧର୍ମକର୍ମ ସାଧନ କରିବା ଆମ୍ଭମାନଙ୍କର ଉଚିତ।” ସେଥିରେ ସେ ତାହାଙ୍କ କଥାରେ ରାଜି ହେଲେ।
Odia IRV 2017 (ଓଡିଆ ବାଇବେଲ)
ମାତ୍ର ଯୀଶୁ ତାହାଙ୍କୁ ଉତ୍ତର ଦେଲେ, "ଏବେ ରାଜି ହୁଅ, କାରଣ ଏହି ପ୍ରକାରେ ସମସ୍ତ ଧର୍ମକର୍ମ ସାଧନ କରିବା ଆମ୍ଭମାନଙ୍କର ଉଚିତ ।" ସେଥିରେ ସେ ତାହାଙ୍କ କଥାରେ ରାଜି ହେଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತನ್ನಾ ಜೆಜುನ್ “ಅತ್ತಾ ಸದ್ದ್ಯಾಕ್ ಕಶೆ ಹಾಯ್ ತಸೆಚ್ ರ್‍ಹಾಂವ್ದಿ, ಕಶ್ಯಾಕ್ ಮಟ್ಲ್ಯಾರ್ ಅಶೆ ರ್‍ಹಾಲ್ಯಾರುಚ್ ದೆವಾನ್ ಕಾಯ್ ಕರುಚೆ ಮನುನ್ ಯವಜ್ಲ್ಯಾನಾಯ್ ತೆ ಅಮಿ ಕರುಕ್ ಹೊತಾ.” ಮಟ್ಲ್ಯಾನ್. ತನ್ನಾ ಜುವಾಂವ್ ಜೆಜುಕ್ ಬಾಲ್ತಿಮ್ ದಿವ್ಕ್ ತಯಾರ್ ಹೊಲೊ.