Matthew 4:24 — Compare Translations

7 translations compared side by side

Odia - 1840
"ସମଗ୍ର ସୁରିଯା ଦେଶ ରେ ତାହାଙ୍କର ସମାଗ୍ଭର ବ୍ଯାପିଗଲା। ଯେଉଁ ଲୋକମାନେ ବିଭିନ୍ନ ରୋଗ ଓ ଭୟଙ୍କର ପୀଡା ରେ ଭୋଗୁଥିଲେ, ଯାଉଁମାନଙ୍କୁ ଭୂତ କବଳିତ କରିଥିଲା, ଯେଉଁମାନେ ମୃର୍ଚ୍ଛା ରୋଗୀ ଓ ପକ୍ଷଘାତ ରୋଗୀ ଥିଲେ, ସମାନେେ ସମସ୍ତେ ଯୀଶୁଙ୍କ ପାଖକୁ ଆସିବାକୁ ଲାଗିଲେ। ଯୀଶୁ ସମାନଙ୍କେୁ ସୁସ୍ଥ କରି ଦେଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ ତାହାଙ୍କ ସମ୍ଵନ୍ଧରେ ଜନରବ ସମୁଦାୟ ସୁରୀୟା ପର୍ଯ୍ୟନ୍ତ ବ୍ୟାପିଗଲା, ପୁଣି ଲୋକେ ଭୂତଗ୍ରସ୍ତ, ମୃଗୀରୋଗୀ ଓ ପକ୍ଷାଘାତ ରୋଗୀ ଆଦି ନାନା ପ୍ରକାର ରୋଗରେ ପୀଡ଼ିତ ଓ ଯନ୍ତ୍ରଣାଗ୍ରସ୍ତସମସ୍ତଙ୍କୁ ତାହାଙ୍କ ନିକଟକୁ ଆଣିଲେ, ଆଉ ସେ ସେମାନଙ୍କୁ ସୁସ୍ଥ କଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସମୁଦାୟ ସିରିଆରେ ତାଙ୍କ ଖ୍ୟାତି ବ୍ୟାପି ଗଲା ଏବଂ ଲୋକେ ଭୂତଗ୍ରସ୍ତ, ଅପସ୍ମାର, ପକ୍ଷାଘାତ ପ୍ରଭୃତି ସବୁ ପ୍ରକାର ବ୍ୟାଧିଗ୍ରସ୍ତ ଲୋକଙ୍କୁ ତାଙ୍କ ନିକଟକୁ ନେଇ ଆସିଲେ।
Odia Bible ERV 2004 (ପବିତ୍ର ବାଇବଲ)
ସମଗ୍ର ସୁରିୟା ଦେଶରେ ତାହାଙ୍କର ସମାଗ୍ଭର ବ୍ୟାପିଗଲା, ଯେଉଁ ଲୋକମାନେ ବିଭିନ୍ନ ରୋଗ ଓ ଭୟଙ୍କର ପୀଡ଼ା ଭୋଗୁଥିଲେ, ଯେଉଁମାନଙ୍କୁ ଭୂତ କବଳିତ କରିଥିଲା, ଯେଉଁମାନେ ମୃର୍ଚ୍ଛାରୋଗୀ ଓ ପକ୍ଷାଘାତରୋଗୀ ଥିଲେ, ସେମାନେ ସମସ୍ତେ ଯୀଶୁଙ୍କ ପାଖକୁ ଆସିବାକୁ ଲାଗିଲେ। ଯୀଶୁ ସେମାନଙ୍କୁ ସୁସ୍ଥ କରିଦେଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ତାହାଙ୍କ ବିଷୟରେ ଜନରବ ସମୁଦାୟ ସିରିୟା ଅଞ୍ଚଳ ପର୍ଯ୍ୟନ୍ତ ବ୍ୟାପିଗଲା, ପୁଣି, ଲୋକେ ଭୂତଗ୍ରସ୍ତ, ମୃଗୀରୋଗୀ ଓ ପକ୍ଷାଘାତରୋଗୀ ଆଦି ନାନା ପ୍ରକାର ରୋଗରେ ପୀଡ଼ିତ ଓ ଯନ୍ତ୍ରଣାଗ୍ରସ୍ତ ସମସ୍ତଙ୍କୁ ତାହାଙ୍କ ନିକଟକୁ ଆଣିଲେ, ଆଉ ସେ ସେମାନଙ୍କୁ ସୁସ୍ଥ କଲେ।
Odia IRV 2017 (ଓଡିଆ ବାଇବେଲ)
ଆଉ ତାହାଙ୍କ ବିଷୟରେ ଜନରବ ସମୁଦାୟ ସିରିୟା ପର୍ଯ୍ୟନ୍ତ ବ୍ୟାପିଗଲା, ପୁଣି, ଲୋକେ ଭୂତଗ୍ରସ୍ତ, ମୃଗୀରୋଗୀ ଓ ପକ୍ଷାଘାତରୋଗୀ ଆଦି ନାନା ପ୍ରକାର ରୋଗରେ ପୀଡ଼ିତ ଓ ଯନ୍ତ୍ରଣାଗ୍ରସ୍ତ ସମସ୍ତଙ୍କୁ ତାହାଙ୍କ ନିକଟକୁ ଆଣିଲେ, ଆଉ ସେ ସେମାନଙ୍କୁ ସୁସ୍ଥ କଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜೆಜುಚ್ಯಾ ವಿಶಯಾತ್ಲಿ ಖಬರ್ ಸಿರಿಯಾ ಮನ್ತಲ್ಯಾ ದೆಶಾತ್ ಸಗ್ಳ್ಯಾಕ್ಡೆ ಫರ್ಗಟ್ಲಿ, ತಸೆ ಮನುನ್ ತ್ಯಾ ಲೊಕಾನಿ ಸಗ್ಳ್ಯಾ ಅರಾಮ್ ನಸಲ್ಲ್ಯಾಕ್ನಿ, ಸಗ್ಳ್ಯಾ ಥರಿಚ್ಯಾ ರೊಗಾನಿ, ಅನಿ ದುಕ್ನ್ಯಾನಿ ತರಾಸ್ ಕರುನ್ ಘೆತಲ್ಯಾಕ್ನಿ: ಗಿರೊಲಾಗಲ್ಲ್ಯಾ ಲೊಕಾಕ್ನಿ, ಫೆಪ್ರೆ ಯೆತಲೊ ರೊಗ್ ಹೊತ್ತ್ಯಾಕ್ನಿ, ಅನಿ ಆರ್‍ಮಾರಲ್ಲ್ಯಾಕ್ನಿ, ತೆಚೆಕ್ಡೆ ಘೆವ್ನ್ ಯೆಲ್ಯಾನಿ, ಅನಿ ಜೆಜುನ್ ತೆಂಕಾ ಸಗ್ಳ್ಯಾಕ್ನಿ ಗುನ್ ಕರ್‍ಲ್ಯಾನ್.