Matthew 5:19 — Compare Translations

7 translations compared side by side

Odia - 1840
"ଏଣୁ ଲୋକେ ପ୍ରେତ୍ୟକକ ଆଦେଶ ମାନିବା ଉଚିତ, ଏପରିକି ମହତ୍ବପୂର୍ଣ୍ଣ ଦଖାେ ଯାଉ ନଥିବା େଛାଟ ଆଦେଶଟିଏ ମଧ୍ଯ ମାନିବା ଉଚିତ। ଯେଉଁ ଲୋକ ଆଦେଶ ପାଳିବାକୁ ମନାକରେ ଓ ଅନ୍ୟ ଲୋକଙ୍କୁ ଆଦେଶ ନ ପାଳିବାକୁ ମନ୍ତ୍ରଣା ଦିଏ, ସେ ସ୍ବର୍ଗ ରାଜ୍ଯ ରେ ଅତି ନ୍ଯୁନ ବୋଲି ଗଣିତ ହବୋ କିନ୍ତୁ ଯେଉଁଲୋକ ସେ ବ୍ଯବସ୍ଥା ମାନେ ଓ ଅନ୍ୟକୁ ମାନି ଚଳିବାକୁ ଶିଖାଏ, ସେ ସ୍ବର୍ଗ ରାଜ୍ଯ ରେ ମହାନ୍ ହବେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଅତଏବ, ଯେକେହି ଏହିସମସ୍ତ କ୍ଷୁଦ୍ରତମ ଆଜ୍ଞା ମଧ୍ୟରୁ କୌଣସି ଗୋଟିଏ ଆଜ୍ଞା ଅମାନ୍ୟ କରେ ଓ ଲୋକଙ୍କୁ ସେହି ପ୍ରକାରେ ଶିକ୍ଷା ଦିଏ, ସେ ସ୍ଵର୍ଗରାଜ୍ୟରେ କ୍ଷୁଦ୍ରତମ ବୋଲି ଖ୍ୟାତ ହେବ; କିନ୍ତୁ ଯେକେହି ସେହି ସମସ୍ତ ପାଳନ କରେ ଓ ଶିକ୍ଷା ଦିଏ, ସେ ସ୍ଵର୍ଗରାଜ୍ୟରେ ମହାନ୍ ବୋଲି ଖ୍ୟାତ ହେବ ।
Odia BSI (ପବିତ୍ର ବାଇବଲ (CL) NT (BSI))
ତେଣୁ ଯେ କେହି ବ୍ୟବସ୍ଥାର ସବୁଠାରୁ ଗୌଣ ଆଜ୍ଞାଟିକୁ ଅବଜ୍ଞା କରେ ଏବଂ ସେପରି କରିବାକୁ ଅନ୍ୟମାନଙ୍କୁ ଶିକ୍ଷା ଦିଏ, ସେ ସ୍ୱର୍ଗରାଜ୍ୟରେ ସବୁଠାରୁ ନିକୃଷ୍ଟ ବୋଲି ବିବେଚିତ ହେବ।
Odia Bible ERV 2004 (ପବିତ୍ର ବାଇବଲ)
“ଏଣୁ ଲୋକେ ପ୍ରତ୍ୟେକ ଆଦେଶ ମାନିବା ଉଚିତ୍, ଏପରିକି ମହତ୍ତ୍ୱପୂର୍ଣ୍ଣ ଦେଖା ଯାଉ ନ ଥିବା ଛୋଟ ଆଦେଶଟିଏ ମଧ୍ୟ ମାନିବା ଉଚିତ୍। ଯେଉଁ ଲୋକ ଆଦେଶ ପାଳିବାକୁ ମନାକରେ ଓ ଅନ୍ୟ ଲୋକଙ୍କୁ ଆଦେଶ ନ ପାଳିବାକୁ ମନ୍ତ୍ରଣା ଦିଏ, ସେ ସ୍ୱର୍ଗରାଜ୍ୟରେ ଅତି ନ୍ୟୁନ ବୋଲି ଗଣିତ ହେବ କିନ୍ତୁ ଯେଉଁ ଲୋକ ସେ ବ୍ୟବସ୍ଥା ମାନେ ଓ ଅନ୍ୟକୁ ମାନି ଚଳିବାକୁ ଶିଖାଏ, ସେ ସ୍ୱର୍ଗରାଜ୍ୟରେ ମହାନ୍ ହେବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଅତଏବ ଯେ କେହି ଏହି ସମସ୍ତ କ୍ଷୁଦ୍ରତମ ଆଜ୍ଞା ମଧ୍ୟରୁ କୌଣସି ଗୋଟିଏ ଆଜ୍ଞା ଅମାନ୍ୟ କରେ ଓ ଲୋକଙ୍କୁ ସେହି ପ୍ରକାରେ ଶିକ୍ଷା ଦିଏ, ସେ ସ୍ୱର୍ଗରାଜ୍ୟରେ କ୍ଷୁଦ୍ରତମ ବୋଲି ପରିଚିତ ହେବ; କିନ୍ତୁ ଯେକେହି ସେହି ସମସ୍ତ ପାଳନ କରେ ଓ ଶିକ୍ଷା ଦିଏ, ସେ ସ୍ୱର୍ଗରାଜ୍ୟରେ ମହାନ ବୋଲି ପରିଚିତ ହେବ।
Odia IRV 2017 (ଓଡିଆ ବାଇବେଲ)
ଅତଏବ ଯେ କେହି ଏହି ସମସ୍ତ କ୍ଷୁଦ୍ରତମ ଆଜ୍ଞା ମଧ୍ୟରୁ କୌଣସି ଗୋଟିଏ ଆଜ୍ଞା ମାନେ ନାହିଁ ଓ ଲୋକଙ୍କୁ ସେହି ପ୍ରକାରେ ଶିକ୍ଷା ଦିଏ, ସେ ସ୍ୱର୍ଗରାଜ୍ୟରେ କ୍ଷୁଦ୍ରତମ ବୋଲି ପରିଚିତ ହେବ; କିନ୍ତୁ ଯେ କେହି ସେହି ସମସ୍ତ ପାଳନ କରେ ଓ ଶିକ୍ଷା ଦିଏ, ସେ ସ୍ୱର୍ଗରାଜ୍ୟରେ ମହାନ ବୋଲି ପରିଚିତ ହେବ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತಸೆ ಮನುನ್, ಜೆ ಕೊನ್ ಹ್ಯಾತುರ್‍ಲೊ ಎಕ್ ಎಗ್ದಮ್ ಬಾರಿಕ್ಲೊ ಖಾಯ್ದೊಬಿ ಮೊಡ್ತಾ, ಅನಿ ಖಾಯ್ದೊ ಮೊಡುಕ್ ದುಸ್ರ್ಯಾಕ್ನಿ ಶಿಕ್ವುತಾ ತೆಕಾ ಸರ್ಗಾಚ್ಯಾ ರಾಜಾತ್ ಎಗ್ದಮ್ ಕಿಳ್ ಮನುನ್ ಲೆಕ್ಕ್ ಕರ್‍ತ್ಯಾತ್. ಅನಿ ಜೆ ಕೊನ್ ಖಾಯ್ದೆ ಬರೆ ಕರುನ್ ಪಾಳ್ತಾ, ಅನಿ ದುಸ್ರ್ಯಾಕ್ನಿಬಿ ಪಾಳುಕ್ ಶಿಕ್ವುತಾ ತೊ ಸರ್ಗಾಚ್ಯಾ ರಾಜಾತ್ ಲೈ ಮೊಟೊ ಹೊವ್ನ್ ರ್‍ಹಾತಾ.