Matthew 5:22 — Compare Translations
7 translations compared side by side
Odia - 1840
"କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ତୁମ୍ଭମାନେେ ଅନ୍ୟ"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେକେହି ଆପଣା ଭାଇ ଉପରେ କ୍ରୋଧ କରେ, ସେ ବିଚାରସ୍ଥାନରେ ଦଣ୍ତନୀୟ ହେବ । ପୁଣି, ଯେକେହି ଆପଣା ଭାଇକି ମୂର୍ଖ ବୋଲି କହେ, ସେ ମହାସଭାରେ ଦଣ୍ତନୀୟ ହେବ; ଆଉ ଯେକେହି ପାଷାଣ୍ତ ବୋଲି କହେ, ସେ ଅଗ୍ନିମୟ ନରକରେ ଦଣ୍ତନୀୟ ହେବ,
Odia BSI (ପବିତ୍ର ବାଇବଲ (CL) NT (BSI))
କିନ୍ତୁ ମୁଁ କହୁଛି, ଯେ କେହି କୌଣସି ଭାଇ ଉପରେ ରାଗିଯାଏ, ସେ ମଧ୍ୟ ବିଚାରର ସମ୍ମୁଖୀନ ହେବ। ଯେ ଭାଇକୁ ନିର୍ବୋଧ କହି ତାତ୍ସଲ୍ୟ କରେ, ସେ ମହାବିଚାରାଳୟରେ ଦଣ୍ଡନୀୟ ହେବ। ପୁଣି ଯେ ଭାଇକୁ ନରାଧମ ମୂର୍ଖ ବୋଲି କହେ, ତା’ର ନରକାଗ୍ନିରେ ନିକ୍ଷିପ୍ତ ହେବାର ବିପଦ ରହିଛି।
Odia Bible ERV 2004 (ପବିତ୍ର ବାଇବଲ)
କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ତୁମ୍ଭେମାନେ ଅନ୍ୟଉପରେ ରାଗ ନାହିଁ, କାରଣ ପ୍ରତ୍ୟେକ ଲୋକ ତୁମ୍ଭର ଭାଇ ପରି ଅଟେ। ତେଣୁ ଯଦି ତୁମ୍ଭେ ଅନ୍ୟ ଉପରେ ରାଗିବ, ତେବେ ତୁମ୍ଭେ ମଧ୍ୟ ବିଗ୍ଭରାଳୟରେ ବିଗ୍ଭରିତ ହେବ। ତୁମ୍ଭେମାନେ ଯଦି ଅନ୍ୟକୁ ଅପମାନ ଦେଇ ଖରାପ କଥା କୁହ, ତେବେ ତୁମ୍ଭକୁ ଯିହୂଦୀୟ ସର୍ବୋଚ୍ଚ ବିଗ୍ଭରାଳୟରେ ବିଗ୍ଭରିତ ହେବାକୁ ହେବ। ଯଦି ଅନ୍ୟକୁ ମୂର୍ଖ ବୋଲି କୁହ, ତେବେ ତୁମ୍ଭକୁ ନର୍କର ନିଆଁ ଭିତରେ ପକାଇ ଦିଆଯିବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ କେହି ଆପଣା ଭାଇ ଉପରେ କ୍ରୋଧ କରେ, ସେ ବିଚାରସ୍ଥାନରେ ଦଣ୍ଡନୀୟ ହେବ। ପୁଣି, ଯେ କେହି ଆପଣା ଭାଇ କି ‘ମୂର୍ଖ’ ବୋଲି କହେ, ସେ ମହାସଭାରେ ଦଣ୍ଡିତ ହେବ; ଆଉ ଯେ କେହି ‘ପାଷାଣ୍ଡ’ ବୋଲି କହେ, ସେ ଅଗ୍ନିମୟ ନର୍କରେ ଦଣ୍ଡନୀୟ ହେବ।
Odia IRV 2017 (ଓଡିଆ ବାଇବେଲ)
କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ କେହି ଆପଣା ଭାଇ ଉପରେ କ୍ରୋଧ କରେ, ସେ ବିଚାରସ୍ଥାନରେ ଦଣ୍ଡନୀୟ ହେବ । ପୁଣି, ଯେ କେହି ଆପଣା ଭାଇ କି ମୂର୍ଖ ବୋଲି କହେ, ସେ ମହାସଭାରେ ଦଣ୍ଡିତ ହେବ; ଆଉ ଯେ କେହି ପାଷାଣ୍ଡ ବୋଲି କହେ, ସେ ଅଗ୍ନିମୟ ନର୍କରେ ଦଣ୍ଡନୀୟ ହେବ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಖರೆ ಅತ್ತಾ ಮಿಯಾ ತುಮ್ಕಾ ಸಾಂಗ್ತಾ: ಜೊ ಕೊನ್ ಅಪ್ನಾಚ್ಯಾ ಭಾವಾಚ್ಯಾ ವರ್ತಿ ರಾಗಾನ್ ಹಾಯ್, ತೆಕಾ ಇಚಾರ್ನಿ ಕರುಕ್ ಘೆವ್ನ್ ಯೆವ್ಚೆ, ಜೊ ಕೊನ್ ಅಪ್ನಾಚ್ಯಾ ಭಾವಾಕ್ ತಿಯಾ ಕಾಯ್ ಕಾಮಾಕ್ ಯೆಯ್ ನಸಲ್ಲೊ! ಮನುನ್ ಬಲ್ವುತಾ ತೆಕಾ ಜುದೆವ್ ಲೊಕಾಂಚ್ಯಾ ನ್ಯಾಯ್ ಕರ್ತಲ್ಯಾ ಲೊಕಾಂಚ್ಯಾ ಮದ್ದಿ ಹಾನುನ್ ಇಬೆ ಕರುಚೆ, ಅನಿ ಜೊ ಕೊನ್ ಅಪ್ನಾಚ್ಯಾ ಭಾವಾಕ್ ಕಸ್ಲ್ಯಾಬಿ ಫಾಯ್ದ್ಯಾಕ್ ಯೆಯ್ ನಸಲ್ಲ್ಯಾ ಪಿಶ್ಯಾ ಮನ್ತಾ ತೊ ನರ್ಕಾಚ್ಯಾ ಭಯಾನಕ್ ಆಗಿತ್ ಜಾತಾ.