Matthew 5:32 — Compare Translations
7 translations compared side by side
Odia - 1840
"କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ଯଦି କହେି ନିଜର ପତ୍ନୀକୁ ଛାଡପତ୍ର ଦିଏ, ସେ ତାହାକୁ ବ୍ଯଭିଗ୍ଭର ଦୋଷ ରେ ଦୋଷୀ କରିଥାଏ। ଯଦି ତାହାର ପତ୍ନୀ ଅନ୍ୟ ବ୍ଯକ୍ତି ସହିତ ୟୌନ ସଂପର୍କ ରଖିଥାଏ, ତବେେ କବଳେ ସେ ତାହାକୁ ଛାଡପତ୍ର ଦଇେ ପାରିବ। ଯଦି କୌଣସି ଲୋକ ଛାଡପତ୍ର ପାଇଥିବା ସହେି ପତ୍ନୀକୁ ବିବାହ କରେ ତବେେ ସେ ମଧ୍ଯ ବ୍ଯଭିଗ୍ଭର ପାପରେ ଦୋଷୀ ହୁଏ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେକେହି ଆପଣା ସ୍ତ୍ରୀକି ବ୍ୟଭିଚାର ଦୋଷ ବିନା ଅନ୍ୟ କାରଣରୁ ପରିତ୍ୟାଗ କରେ, ସେ ତାହାକୁ ବ୍ୟଭିଚାରିଣୀ କରାଏ, ଆଉ ଯେକେହି ପରିତ୍ୟକ୍ତା ସ୍ତ୍ରୀକି ବିବାହ କରେ, ସେ ବ୍ୟଭିଚାର କରେ ।
Odia BSI (ପବିତ୍ର ବାଇବଲ (CL) NT (BSI))
କିନ୍ତୁ ମୁଁ କହୁଛି, ବ୍ୟଭିଚାର ଅପରା ବ୍ୟତୀତ ଅନ୍ୟ ଯେ କୌଣସି କାରଣ ଲାଗି ଜଣେ ତା’ ସ୍ତ୍ରୀକୁ ଛାଡ଼ପତ୍ର ଦେଲେ, ସେ ତାକୁ ବ୍ୟଭିଚାରିଣୀ କରାଇବା ଅପରାଧରେ ଦୋଷୀ ହେବ ଏବଂ ଯେଉଁ ବ୍ୟକ୍ତି ସେହି ସ୍ତ୍ରୀକୁ ବିବାହ କରିବ, ସେ ମଧ୍ୟ ବ୍ୟଭିଚାରିଣୀ ହେବ।
Odia Bible ERV 2004 (ପବିତ୍ର ବାଇବଲ)
କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ଯଦି କେହି ନିଜର ପତ୍ନୀକୁ ଛାଡ଼ପତ୍ର ଦିଏ, ସେ ତାହାକୁ ବ୍ୟଭିଗ୍ଭର ଦୋଷରେ ଦୋଷୀ କରିଥାଏ। ଯଦି ତାହାର ପତ୍ନୀ ଅନ୍ୟ ବ୍ୟକ୍ତି ସହିତ ଯୌନ ସମ୍ପର୍କ ରଖିଥାଏ, ତେବେ କେବଳ ସେ ତାହାକୁ ଛାଡ଼ପତ୍ର ଦେଇ ପାରିବ। ଯଦି କୌଣସି ଲୋକ ଛାଡ଼ପତ୍ର ପାଇଥିବା ସେହି ପତ୍ନୀକୁ ବିବାହ କରେ, ତେବେ ସେ ମଧ୍ୟ ବ୍ୟଭିଗ୍ଭର ପାପରେ ଦୋଷୀ ହୁଏ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ କେହି ଆପଣା ସ୍ତ୍ରୀକୁ ବ୍ୟଭିଚାର ଦୋଷ ବିନା ଅନ୍ୟ କାରଣରୁ ପରିତ୍ୟାଗ କରେ, ସେ ତାହାକୁ ବ୍ୟଭିଚାରିଣୀ କରାଏ; ଆଉ ଯେ କେହି ପରିତ୍ୟକ୍ତା ସ୍ତ୍ରୀକୁ ବିବାହ କରେ, ସେ ବ୍ୟଭିଚାର କରେ।
Odia IRV 2017 (ଓଡିଆ ବାଇବେଲ)
କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ କେହି ଆପଣା ସ୍ତ୍ରୀକୁ ବ୍ୟଭିଚାର ଦୋଷ ବିନା ଅନ୍ୟ କାରଣରୁ ପରିତ୍ୟାଗ କରେ, ସେ ତାହାକୁ ବ୍ୟଭିଚାରିଣୀ କରାଏ; ଆଉ ଯେ କେହି ପରିତ୍ୟକ୍ତା ସ୍ତ୍ରୀକୁ ବିବାହ କରେ, ସେ ବ୍ୟଭିଚାର କରେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಖರೆ ಅತ್ತಾ ಮಿಯಾ ತುಮ್ಕಾ ಸಾಂಗ್ತಾ: ಬಾಯ್ಕೊ ವ್ಯೆಬಿಚಾರಾಚ್ಯಾ ಬುರ್ಶ್ಯಾ ಚಾಲಿತ್ ಪಡಲ್ಲೆ ಸೊಡುನ್ ಅನಿ ಕಸ್ಲ್ಯಾಬಿ ಕಾರನಾನ್ ಎಕ್ ಘೊಮನ್ಸಾನ್ ಅಪ್ನಾಚ್ಯಾ ಬಾಯ್ಕೊಕ್ ಸೊಡ್ಲ್ಯಾರ್ ತೊ ತಿ ಬಾಯ್ಕೊಮನುಸ್ ವ್ಯೆಬಿಚಾರಾಚ್ಯಾ ಬುರ್ಶ್ಯಾಪಾನಾತ್ ಪಡಿ ಸರ್ಕೆ ಕರ್ತಾ. ಜರ್ಕಡತ್ ತಿ ಬಾಯ್ಕೊಮನುಸ್ ಅನಿಎಕ್ಲ್ಯಾಕ್ ಲಗಿನ್ ಹೊಲ್ಯಾರ್ ತಿ ವ್ಯೆಬಿಚಾರ್ ಕರ್ತಾ ಅನಿ ತಿಕಾ ಲಗಿನ್ ಹೊಲ್ಲೊ ಘೊಮನುಸ್ಬಿ ವ್ಯೆಬಿಚಾರ್ ಕರ್ತಾ.