Matthew 6:16 — Compare Translations

7 translations compared side by side

Odia - 1840
"ତୁମ୍ଭେ ଉପବାସ କଲାବାଳେ ଦୁଃଖିତ ଥିବା ଭଳି ମୁହଁ କରନାହିଁ। କପଟୀମାନେ ସହେିପରି କରିଥାନ୍ତି। ତୁମ୍ଭେ କପଟୀଙ୍କ ପରି ହୁଅନାହିଁ। କପଟୀମାନେ ମୁହଁ ଶୁଖାଇ ଲୋକଙ୍କୁ ଦେଖଇବୋକୁ ଚାହାନ୍ତି ଯେ, ସମାନେେ ଉପବାସ କରୁଛନ୍ତି। ମୁଁ ତୁମ୍ଭକୁ ସତ୍ଯ କହୁଛି ଯେ ସମାନଙ୍କେୁ ଏଥିପାଇଁ ପ୍ରତିଫଳ ମିଳିସାରିଛି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଉପବାସ କରିବା ସମୟରେ କପଟୀମାନଙ୍କ ପରି ବିଷର୍ଣ୍ଣବଦନ ହୁଅ ନାହିଁ, କାରଣ ସେମାନେ ଉପବାସ କରୁଅଛନ୍ତି ବୋଲି ଲୋକଙ୍କ ସାକ୍ଷାତରେ ଦେଖାଯିବା ନିମନ୍ତେ ଆପଣା ଆପଣା ମୁଖ ମଳିନ କରନ୍ତି; ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେମାନେ ଆପଣା ଆପଣା ପୁରସ୍କାର ପାଇଅଛନ୍ତି ।
Odia BSI (ପବିତ୍ର ବାଇବଲ (CL) NT (BSI))
“ଉପବାସ କଲାବେଳେ ଛଳ ଧାର୍ମିକମାନଙ୍କ ପରି ମୁଖ ମଳିନ କର ନାହିଁ। ସେମାନେ ଉପବାସ କରୁଛନ୍ତି ବୋଲି ଅନ୍ୟମାନଙ୍କୁ ଦେଖାଇବା ପାଇଁ ନିଜ ଚେହେରାକୁ ଅଯତ୍ନ କରି ରଖନ୍ତି। ଏହା ନିଶ୍ଚିତ ଯେ - ସେପରି କରିବା ଦ୍ୱାରା ସେମାନେ ନିଜର ପ୍ରାପ୍ୟ ପାଇ ସାରିଛନ୍ତି।
Odia Bible ERV 2004 (ପବିତ୍ର ବାଇବଲ)
ଯୀଶୁ ଉପବାସ ବିଷୟରେ ଉପଦେଶ ଦେଲେ “ତୁମ୍ଭେ ଉପବାସ କଲାବେଳେ ଦୁଃଖିତ ଥିବା ଭଳି ମୁହଁ କର ନାହିଁ। କପଟୀମାନେ ସେହିପରି କରିଥା’ନ୍ତି। ତୁମ୍ଭେ କପଟୀଙ୍କ ପରି ହୁଅ ନାହିଁ। କପଟୀମାନେ ମୁହଁ ଶୁଖାଇ ଲୋକଙ୍କୁ ଦେଖେଇବାକୁ ଗ୍ଭହାନ୍ତି ଯେ, ସେମାନେ ଉପବାସ କରୁଛନ୍ତି। ମୁଁ ତୁମ୍ଭକୁ ସତ୍ୟ କହୁଛି ଯେ ସେମାନଙ୍କୁ ଏଥିପାଇଁ ପ୍ରତିଫଳ ମିଳିସାରିଛି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଉପବାସ କରିବା ସମୟରେ କପଟୀମାନଙ୍କ ପରି ବିଷର୍ଣ୍ଣବଦନ ହୁଅ ନାହିଁ, କାରଣ ସେମାନେ ଉପବାସ କରୁଅଛନ୍ତି ବୋଲି ଲୋକମାନଙ୍କ ଆଗରେ ଦେଖାଇବା ପାଇଁ ଆପଣା ଆପଣା ମୁଖ ମଳିନ କରନ୍ତି; ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେମାନେ ଆପଣା ଆପଣା ପୁରସ୍କାର ପାଇଅଛନ୍ତି।
Odia IRV 2017 (ଓଡିଆ ବାଇବେଲ)
ଉପବାସ କରିବା ସମୟରେ କପଟୀମାନଙ୍କ ପରି ବିଷର୍ଣ୍ଣବଦନ ହୁଅ ନାହିଁ, କାରଣ ସେମାନେ ଉପବାସ କରୁଅଛନ୍ତି ବୋଲି ଲୋକମାନଙ୍କ ଆଗରେ ଦେଖାଇବା ପାଇଁ ଆପଣା ଆପଣା ମୁଖ ମଳିନ କରନ୍ତି; ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେମାନେ ଆପଣା ଆପଣା ପୁରସ୍କାର ପାଇଅଛନ୍ତି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
“ತುಮಿ ಉಪಾಸ್ ಹೊತ್ತ್ಯಾ ತನ್ನಾ, ಕುಸ್ಡ್ಯಾ ಲೊಕಾನಿ ಕರ್ಲ್ಯಾ ಸರ್ಕೆ ತುಮ್ಚೆ ತೊಂಡ್ ಬಾವ್ಲ್ಯಾ ಸರ್ಕೆ ಕರುನ್ ಘೆವ್ನ್ ರ್‍ಹಾವ್‍ನಕಾಸಿ, ಸಗ್ಳೆಜಾನಾಕ್ನಿ ಅಪ್ನಿ ಉಪಾಸ್ ಕರುಕ್ ಲಾಗ್ಲಾ ಮನುನ್ ಕಳುಕ್ ಪಾಜೆ ಮನುನ್ ತೆನಿ ತಸೆ ಕರುನ್ ಘೆವ್ನ್ ರ್‍ಹಾತ್ಯಾತ್. ಮಿಯಾ ತುಮ್ಕಾ ಖರೆಚ್ ಸಾಂಗ್ತಾ, ತೆಂಚೆ ಸಗ್ಳೆ ಪ್ರತಿಫಳ್ ತೆಂಕಾ ಗಾವುನ್ ಹೊಲಾ.