Matthew 6:18 — Compare Translations

7 translations compared side by side

Odia - 1840
"ତା' ହେଲେ ତୁମ୍ଭେ ଉପବାସ କରୁଛ ବୋଲି ଲୋକେ ଜାଣି ପାରିବେ ନାହିଁ। ତୁମ୍ଭର ପରମପିତାଙ୍କୁ ତୁମ୍ଭେ ସିନା ଦେଖି ପାରୁନାହଁ, ମାତ୍ର ସେ ତୁମ୍ଭକୁ ଉପବାସ କରୁଥିବାର ଦେଖିବେ। କାରଣ ଗୋପନ ରେ କରାଯାଇଥିବା କାମଗୁଡିକୁ ପରମପିତା ଦେଖନ୍ତି। ସେ ତୁମ୍ଭକୁ ତାର ପ୍ରତିଫଳ ଦବେେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯେପରି ତୁମ୍ଭେ ଉପବାସ କରୁଅଛ ବୋଲି ଲୋକଙ୍କ ସାକ୍ଷାତରେ ଦେଖା ନ ଯାଇ ବରଂ ଗୋପନରେ ଥିବା ତୁମ୍ଭ ପିତାଙ୍କ ସାକ୍ଷାତରେ ଦେଖାଯିବ; ଆଉ, ତୁମ୍ଭର ପିତା ଯେ ଗୋପନରେ ଦେଖନ୍ତି, ସେ ତୁମ୍ଭକୁ ଫଳ ଦେବେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଯେପରି ଉପବାସ କରୁଛ ବୋଲି ଅନ୍ୟମାନେ ଜାଣି ପାରିବେ ନାହିଁ, କିନ୍ତୁ ତୁମର ଅଦୃଶ୍ୟ ପିତା ଈଶ୍ୱରହିଁ ସବୁ କଥା ଜାଣିବେ। ତୁମେ ଗୋପନରେ ଯାହା କରୁଛ; ତାହା ଦେଖି, ସେ ତୁମକୁ ପୁରସ୍କାର ଦେବେ।
Odia Bible ERV 2004 (ପବିତ୍ର ବାଇବଲ)
ତା’ହେଲେ ତୁମ୍ଭେ ଉପବାସ କରୁଛ ବୋଲି ଲୋକେ ଜାଣି ପାରିବେ ନାହିଁ, ତୁମ୍ଭର ପରମପିତାଙ୍କୁ ତୁମ୍ଭେ ସିନା ଦେଖି ପାରୁ ନାହଁ, ମାତ୍ର ସେ ତୁମ୍ଭକୁ ଉପବାସ କରୁଥିବାର ଦେଖିବେ। କାରଣ ଗୋପନରେ କରାଯାଇଥିବା କାମଗୁଡ଼ିକୁ ପରମପିତା ଦେଖନ୍ତି। ସେ ତୁମ୍ଭକୁ ତା’ର ପ୍ରତିଫଳ ଦେବେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯେପରି ତୁମ୍ଭେ ଉପବାସ କରୁଅଛ ବୋଲି ଲୋକଙ୍କ ସାକ୍ଷାତରେ ଦେଖା ନ ଯାଇ ବରଂ ଗୋପନରେ ଥିବା ତୁମ୍ଭ ପିତାଙ୍କ ନିକଟରେ ଦେଖାଯିବ; ଆଉ ତୁମ୍ଭର ପିତା ଯେ ଗୋପନରେ ଦେଖନ୍ତି, ସେ ତୁମ୍ଭକୁ ଫଳ ଦେବେ।
Odia IRV 2017 (ଓଡିଆ ବାଇବେଲ)
ଯେପରି ତୁମ୍ଭେ ଉପବାସ କରୁଅଛ ବୋଲି ଲୋକଙ୍କ ସାକ୍ଷାତରେ ଦେଖା ନ ଯାଇ ବରଂ ଗୋପନରେ ଥିବା ତୁମ୍ଭ ପିତାଙ୍କ ନିକଟରେ ଦେଖାଯିବ; ଆଉ ତୁମ୍ଭର ପିତା ଯେ ଗୋପନରେ ଦେଖନ୍ତି, ସେ ତୁମ୍ଭକୁ ଫଳ ଦେବେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅಶೆ ತುಮಿ ಉಪಾಸ್ ಕರುಕ್ ಲಾಗ್ಲ್ಯಾಶಿ ಮನುನ್ ಕೊನಾಕ್ಬಿ ದಿಸಿನಸಲ್ಲ್ಯಾ ತುಮ್ಚ್ಯಾ ಸರ್‍ಗಾ ವೈಲ್ಯಾ ಬಾಬಾಕ್ ಸೊಡುನ್ ಅನಿ ಕೊನಾಕ್ಬಿ ಕಳುಕ್ ನಸ್ತಾನಾ ರ್‍ಹಾಂವ್ದಿ, ಅನಿ ಕೊನಾಕ್ಬಿ ಕಳಿನಸ್ತಾನಾ ಉಪಾಸ್ ಕರಲ್ಲೆ ಬಗಟಲ್ಲೊ ತುಮ್ಚೊ ಸರ್‍ಗಾ ವೈಲೊ ಬಾಬಾ ತುಮ್ಕಾ ತೆಚೊ ಪ್ರತಿಫಳ್ ದಿತಾ”.