Matthew 6:2 — Compare Translations
7 translations compared side by side
Odia - 1840
"ଏଣୁ ଯେତବେେଳେ ତୁମ୍ଭେ କୌଣସି ଦୀନ-ଦୁଃଖୀକୁ ଦାନ ଦାଉଛ, ସେତବେେଳେ ତାର ଘୋଷଣା କରନାହିଁ। ଲୋକଙ୍କ ପ୍ରଶଂସା ପାଇବା ପାଇଁ କପଟି ଲୋକେ ପ୍ରାର୍ଥନା-ଗୃହ ଓ ଗଳିମାନଙ୍କ ରେ ତୂରୀବଜାଇ ସଭେଳି ପ୍ରଚାର କରିଥାନ୍ତି। ମୁଁ ତୁମ୍ଭକୁ ସତ୍ଯକଥା କହୁଛି ଯେ ସମାନେେ ତାହାଙ୍କର ପ୍ରତିଫଳ ପାଇ ସାରିଲଣେି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଣୁ ଦାନ କରିବା ସମୟରେ କପଟୀମାନଙ୍କ ପରି ନିଜ ସମ୍ମୁଖରେ ତୂରୀ ବଜାଅ ନାହିଁ; ସେମାନେ ଲୋକମାନଙ୍କଠାରୁ ଗୌରବ ପାଇବା ପାଇଁ ସମାଜଗୃହରେ ଓ ଦାଣ୍ତରେ ସେ ପ୍ରକାର କରନ୍ତି । ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେମାନେ ଆପଣା ଆପଣା ପୁରସ୍କାର ପାଇଅଛନ୍ତି ।
Odia BSI (ପବିତ୍ର ବାଇବଲ (CL) NT (BSI))
“ଜଣେ ଅଭାବଗ୍ରସ୍ତ ଲୋକକୁ କିଛି ଦାନ ଦେବାବେଳେ ଧର୍ମଧ୍ୱଜୀମାନଙ୍କକ ପରି ଦେଖାଇ ହୁଅ ନାହିଁ। ସେମାନେ ଉପାସନା ଗୃହମାନଙ୍କରେ ଓ ସାହି ମଝିରେ ନିଜର ଦାନଧର୍ମର ପ୍ରଦର୍ଶନ କରନ୍ତି। ଲୋକମାନଙ୍କଠାରୁ ପ୍ରଶଂସା ପାଇବା ପାଇଁ ସେମାନେ ଏହା କରନ୍ତି। ମୁଁ ନିଶ୍ଚିତଭାବେ କହୁଛି ଯେ ସେମାନେ ଏଥିଦ୍ୱାରା ସେମାନଙ୍କର ପ୍ରାପ୍ୟ ପୂର୍ଣ୍ଣମାତ୍ରାରେ ପାଇ ସାରିଛନ୍ତି।
Odia Bible ERV 2004 (ପବିତ୍ର ବାଇବଲ)
“ଏଣୁ ଯେତେବେଳେ ତୁମ୍ଭେ କୌଣସି ଦୀନ-ଦୁଃଖୀକୁ ଦାନ ଦେଉଛ, ସେତେବେଳେ ତା’ର ଘୋଷଣା କର ନାହିଁ। ଲୋକଙ୍କ ପ୍ରଶଂସା ପାଇବା ପାଇଁ କପଟି ଲୋକେ ପ୍ରାର୍ଥନା-ଗୃହ ଓ ଗଳିମାନଙ୍କରେ ତୂରୀବଜାଇ ସେଭଳି ପ୍ରଗ୍ଭର କରିଥା’ନ୍ତି। ମୁଁ ତୁମ୍ଭକୁ ସତ୍ୟକଥା କହୁଛି ଯେ, ସେମାନେ ତାହାଙ୍କର ପ୍ରତିଫଳ ପାଇ ସାରିଲେଣି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଣୁ ଦାନ କରିବା ସମୟରେ କପଟୀମାନଙ୍କ ପରି ନିଜ ସମ୍ମୁଖରେ ତୂରୀ ବଜାଅ ନାହିଁ; ସେମାନେ ଲୋକମାନଙ୍କଠାରୁ ଗୌରବ ପାଇବା ପାଇଁ ସମାଜଗୃହରେ ଓ ଦାଣ୍ଡରେ ସେପ୍ରକାର କରନ୍ତି। ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେମାନେ ଆପଣା ଆପଣା ପୁରସ୍କାର ପାଇଅଛନ୍ତି।
Odia IRV 2017 (ଓଡିଆ ବାଇବେଲ)
ଏଣୁ ଦାନ କରିବା ସମୟରେ କପଟୀମାନଙ୍କ ପରି ନିଜ ସମ୍ମୁଖରେ ତୂରୀ ବଜାଅ ନାହିଁ; ସେମାନେ ଲୋକମାନଙ୍କଠାରୁ ଗୌରବ ପାଇବା ପାଇଁ ସମାଜଗୃହରେ ଓ ଦାଣ୍ଡରେ ସେପ୍ରକାର କରନ୍ତି । ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେମାନେ ଆପଣା ଆପଣା ପୁରସ୍କାର ପାଇଅଛନ୍ତି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
“ತೆಚೆಸಾಟ್ನಿ ಕನ್ನಾಬಿ ಎಕ್ ಗರ್ಜೆತ್ ಹೊತ್ತ್ಯಾ ಮಾನ್ಸಾಕ್ ತುಮಿ ಕಾಯ್ಬಿ ದಿತಾನಾ, ಕುಸ್ಡ್ಯಾ ಲೊಕಾನಿ ಲೊಕಾಕ್ನಿ ದಾಕ್ವುಕ್ ಮನುನ್ ಸಿನಾಗೊಗಾತ್ನಿ ಅನಿ ವನಿಯಾತ್ನಿ ಕರ್ಲ್ಯಾ ಸರ್ಕೆ ಕರುನಕಾಸಿ. ತೆನಿ ಅಶೆ ಕರಲ್ಲ್ಯಾ ತನ್ನಾ ತಿ ಮಾನ್ಸಾ ತೆಂಕಾ ಹೊಗಳ್ತ್ಯಾತ್. ಮಿಯಾ ತುಮ್ಕಾ ಖರೆಚ್ ಸಾಂಗ್ತಾ, ತೆಂಚೆ ಭೊಮಾನ್ ತೆಂಕಾ ಗಾವುನ್ ಹೊಲಾ.