Matthew 6:25 — Compare Translations

7 translations compared side by side

Odia - 1840
"ଅତଏବ ମୁଁ ତୁମ୍ଭକୁ କହୁଛି, ବଞ୍ଚିବା ପାଇଁ ଖାଇବା ପିଇବା ବିଷୟ ରେ ଚିନ୍ତ କର ନାହିଁ। ନିଶ୍ଚିତ ରୂପରେ ଜୀବନ ଖାଦ୍ୟ ଅପେକ୍ଷା ଓ ଶରୀର ପୋଷାକ ଅପେକ୍ଷା ମହତ୍ତ୍ବପୂର୍ଣ୍ଣ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କୁ କହୁଅଛି, କଅଣ ଖାଇବ ବା କଅଣ ପିଇବ, ଏପରି ଭାଳି ତୁମ୍ଭମାନଙ୍କ ଜୀବନ ନିମନ୍ତେ, କିଅବା କଅଣ ପିନ୍ଧିବ, ଏପରି ଭାଳି ତୁମ୍ଭମାନଙ୍କ ଶରୀର ନିମନ୍ତେ ମଧ୍ୟ ଚିନ୍ତା କର ନାହିଁ । ଭକ୍ଷ୍ୟ ଅପେକ୍ଷା ଜୀବନ ଓ ବସ୍ତ୍ର ଅପେକ୍ଷା ଶରୀର କି ଶ୍ରେଷ୍ଠ ନୁହେଁ?
Odia BSI (ପବିତ୍ର ବାଇବଲ (CL) NT (BSI))
“ଅତଏବ ମୁଁ କହୁଛି, ଜୀବନ ଧାରଣ ନିମନ୍ତେ ଆବଶ୍ୟକୀୟ ଆହାର ଓ ପାନୀୟ ଓ ପିନ୍ଧିବା ଲାଗି ଆବଶ୍ୟକୀୟ ବସ୍ତ୍ର ପାଇଁ ବ୍ୟସ୍ତ ହୁଅ ନାହିଁ। ଖାଦ୍ୟପଦାର୍ଥଠାରୁ ଜୀବନ କ’ଣ ଅଧିକ ମୂଲ୍ୟବାନ ନୁହେଁ? ପୋଷାକପତ୍ରଠାରୁ ଶରୀର କ’ଣ ଅଧିକ ମୂଲ୍ୟବାନ ନୁହେଁ?
Odia Bible ERV 2004 (ପବିତ୍ର ବାଇବଲ)
ପରମେଶ୍ୱରଙ୍କ ରାଜ୍ୟକୁ ପ୍ରଥମସ୍ଥାନ ଦିଅ “ଅତଏବ ମୁଁ ତୁମ୍ଭକୁ କହୁଛି, ବଞ୍ଚିବା ପାଇଁ ଖାଇବା ପିଇବା ବିଷୟରେ ଚିନ୍ତା କର ନାହିଁ। ନିଶ୍ଚିତ ରୂପରେ ଜୀବନ ଖାଦ୍ୟ ଅପେକ୍ଷା ଓ ଶରୀର ପୋଷାକ ଅପେକ୍ଷା ମହତ୍ତ୍ୱପୂର୍ଣ୍ଣ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭମାନଙ୍କ ଜୀବନ ନିମନ୍ତେ କଅଣ ଖାଇବ ବା କଅଣ ପିଇବ, କିଅବା କଅଣ ପିନ୍ଧିବ, ଏଭଳି ତୁମ୍ଭମାନଙ୍କ ଶରୀର ନିମନ୍ତେ ମଧ୍ୟ ଚିନ୍ତା କର ନାହିଁ। ଖାଦ୍ୟ ଅପେକ୍ଷା ଜୀବନ ଓ ବସ୍ତ୍ର ଅପେକ୍ଷା ଶରୀର କି ଶ୍ରେଷ୍ଠ ନୁହେଁ?
Odia IRV 2017 (ଓଡିଆ ବାଇବେଲ)
ଏଥି ନିମନ୍ତେ ମୁଁ ତୁମ୍ଭମାନଙ୍କୁ କହୁଅଛି, କ'ଣ ଖାଇବ ବା କ'ଣ ପିଇବ, ଏପରି ଭାଳି ତୁମ୍ଭମାନଙ୍କ ଜୀବନ ନିମନ୍ତେ, କିଅବା କ'ଣ ପିନ୍ଧିବ, ଏପରି ଭାଳି ତୁମ୍ଭମାନଙ୍କ ଶରୀର ନିମନ୍ତେ ମଧ୍ୟ ଚିନ୍ତା କର ନାହିଁ । ଖାଦ୍ୟ ଅପେକ୍ଷା ଜୀବନ ଓ ବସ୍ତ୍ର ଅପେକ୍ଷା ଶରୀର କି ଶ୍ରେଷ୍ଠ ନୁହେଁ?
Odia NTS2024 2024 (ದೆವಾಚಿ ಖರಿ ಖಬರ್)
“ತೆಚೆಸಾಟ್ನಿ ಮಿಯಾ ತುಮ್ಕಾ ಸಾಂಗ್ತಾ, ತುಮಿ ಬಾಳ್ವಿ ಕರುಕ್ ಪೊಟಾಕ್ ಖಾತಲ್ಯಾ ಅನಿ ಫಿತಲ್ಯಾ ವಿಶಯಾತ್, ನಾಜಾಲ್ಯಾರ್ ಆಂಗಾರ್ ನೆಸ್ತಲ್ಯಾ ಕಪ್ಡ್ಯಾಂಚ್ಯಾ ವಿಶಯಾತ್ ಯವ್ಜುನಕಾಶಿ, ಖಾತಲ್ಯಾಚ್ಯಾನ್ಕಿ ಜಿವ್ ಕವ್ಡ್ಯಾಕಿ ಕಿಮ್ತಿಚೊ ಹೊಯ್ ಕಾಯ್ ನ್ಹಯ್? ಅನಿ ಕಪ್ಡ್ಯಾಂಚ್ಯಾನ್ಕಿ ಆಂಗ್ ಕವ್ಡ್ಯಾಕಿ ಕಿಮ್ತಿಚೆ ಹೊಯ್ ಕಾಯ್ ನ್ಹಯ್?