Matthew 6:26 — Compare Translations
7 translations compared side by side
Odia - 1840
"ଆକାଶର ପକ୍ଷୀମାନଙ୍କୁ ଦେଖ ସମାନେେ ବିହନ ବୁଣନ୍ତି ନାହିଁ, କି ଅମଳ କରନ୍ତି ନାହିଁ। ଅମାର ରେ ଖାଦ୍ୟ ଶସ୍ଯ ବି ଜମଇେ ରଖନ୍ତି ନାହିଁ। ତଥାପି ସ୍ବର୍ଗ ରେ ରହୁଥିବା ତୁମ୍ଭର ପରମପିତା ସମାନଙ୍କେୁ ଖାଇବାକୁ ଦିଅନ୍ତି। ତୁମ୍ଭେ ଜାଣଛ ଯେ ତୁମ୍ଭମାନେେ ସମାନଙ୍କେ ଅପେକ୍ଷା ଅଧିକ ଶ୍ ରେଷ୍ଠ ଅଟ?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆକାଶର ପକ୍ଷୀଙ୍କି ଦେଖ, ସେମାନେ ବୁଣନ୍ତି ନାହିଁ କି କାଟନ୍ତି ନାହିଁ କିଅବା ଅମାରରେ ସଞ୍ଚୟ କରନ୍ତି ନାହିଁ, ଆଉ ତୁମ୍ଭମାନଙ୍କର ସ୍ଵର୍ଗସ୍ଥ ପିତା ସେମାନଙ୍କୁ ଆହାର ଦିଅନ୍ତି । ତୁମ୍ଭେମାନେ କଅଣ ସେମାନଙ୍କଠାରୁ ଶ୍ରେଷ୍ଠ ନୁହଁ?
Odia BSI (ପବିତ୍ର ବାଇବଲ (CL) NT (BSI))
“ଉଡ଼ନ୍ତା ପକ୍ଷୀମାନଙ୍କୁ ଲକ୍ଷ୍ୟ କର। ସେମାନେ ବିହନ ବୁଣନ୍ତି ନାହିଁ। ଫସଲ ଅମଳ କରି ଗୋଲାରେ ସଞ୍ଚୟ କରନ୍ତି ନାହିଁ। ତଥାପି ପିତା ଈଶ୍ୱର ସେମାନଙ୍କ ଯତ୍ନ ନେଇ ଖାଦ୍ୟ ଯୋଗାନ୍ତି। ତୁମ୍ଭେମାନେ କ’ଣ ପକ୍ଷୀମାନଙ୍କଠାରୁ ଅଧିକ ମୂଲ୍ୟବାନ୍ ନୁହଁ?
Odia Bible ERV 2004 (ପବିତ୍ର ବାଇବଲ)
ଆକାଶର ପକ୍ଷୀମାନଙ୍କୁ ଦେଖ ସେମାନେ ବିହନ ବୁଣନ୍ତି ନାହିଁ, କି ଅମଳ କରନ୍ତି ନାହିଁ, ଅମାରରେ ଖାଦ୍ୟଶସ୍ୟ ବି ଜମେଇ ରଖନ୍ତି ନାହିଁ, ତଥାପି ସ୍ୱର୍ଗରେ ରହୁଥିବା ତୁମ୍ଭର ପରମପିତା ସେମାନଙ୍କୁ ଖାଇବାକୁ ଦିଅନ୍ତି। ତୁମ୍ଭେ ଜାଣିଛ ଯେ, ତୁମ୍ଭେମାନେ ସେମାନଙ୍କ ଅପେକ୍ଷା ଅଧିକ ଶ୍ରେଷ୍ଠ ଅଟ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆକାଶର ପକ୍ଷୀମାନଙ୍କୁ ଦେଖ, ସେମାନେ ବୁଣନ୍ତି ନାହିଁ କି କାଟନ୍ତି ନାହିଁ କିଅବା ଅମାରରେ ସଞ୍ଚୟ କରନ୍ତି ନାହିଁ, ଆଉ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ସେମାନଙ୍କୁ ଖାଦ୍ୟ ଦିଅନ୍ତି। ତୁମ୍ଭେମାନେ କଅଣ ସେମାନଙ୍କଠାରୁ ଶ୍ରେଷ୍ଠ ନୁହଁ?
Odia IRV 2017 (ଓଡିଆ ବାଇବେଲ)
ଆକାଶର ପକ୍ଷୀଙ୍କୁ ଦେଖ, ସେମାନେ ବୁଣନ୍ତି ନାହିଁ କି କାଟନ୍ତି ନାହିଁ କିଅବା ଅମାରରେ ସଞ୍ଚୟ କରନ୍ତି ନାହିଁ, ଆଉ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ସେମାନଙ୍କୁ ଖାଦ୍ୟ ଦିଅନ୍ତି । ତୁମ୍ଭମାନେ କ'ଣ ସେମାନଙ୍କଠାରୁ ଶ୍ରେଷ୍ଠ ନୁହଁ?
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಬಗಾ ತ್ಯಾ ಫಾಂಕ್ರಾಕ್ನಿ: ತೆನಿ ಭ್ಹಿಂಯ್ ಪೆರಿನ್ಯಾತ್, ನಾ ಪಿಕ್ಕ್ ಕಾತ್ರಿನಾತ್ ಪಿಕ್ಕ್ ಗೊಳಾ ಕರುನ್ ತಟ್ಟ್ಯಾತ್ನಿ ಥವ್ನ್ ಘೆಯ್ನ್ಯಾತ್; ಜಾಲ್ಯಾರ್ಬಿ ತುಮ್ಚೊ ಸರ್ಗಾ ವೈಲೊ ಬಾಬಾ ತೆಂಕಾ ಬಾಳಗ್ತಾ! ಫಾಕ್ರಾಂಚ್ಯಾನ್ಕಿ ಕವ್ಡೆಕಿ ಕಿಮ್ತಿಚೆ ತುಮಿ, ಹೊಯ್ ಕಾಯ್ ನ್ಹಯ್?