Matthew 7:11 — Compare Translations

7 translations compared side by side

Odia - 1840
"ଏପରିକି ତୁମ୍ଭେ ମନ୍ଦ ଲୋକ ହାଇେ ମଧ୍ଯ ପିଲାମାନଙ୍କୁ କିଭଳି ଭଲ ଉପହାର ଦବୋକୁ ହୁଏ, ତାହା ତୁମ୍ଭେ ଜାଣ। ତବେେ ସ୍ବର୍ଗ ରେ ରହୁଥିବା ତୁମ୍ଭର ପରମପିତା, ମାଗୁଥିବା ଲୋକକୁ ନିଶ୍ଚୟ କେତେ ଭଲ ଜିନିଷ ଦବେେ!"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଣୁ ତୁମ୍ଭେମାନେ ଦୁଷ୍ଟ ହେଲେ ସୁଦ୍ଧା ଯେବେ ଆପଣା ଆପଣା ପିଲାମାନଙ୍କୁ ଉତ୍ତମ ଉତ୍ତମ ଦାନ ଦେଇ ଜାଣ, ତେବେ ତୁମ୍ଭମାନଙ୍କର ସ୍ଵର୍ଗସ୍ଥ ପିତା ତାହାଙ୍କ ଛାମୁରେ ମାଗିବା ଲୋକମାନଙ୍କୁ କେତେ ଅଧିକ ରୂପେ ଉତ୍ତମ ଉତ୍ତମ ବିଷୟ ନ ଦେବେ!
Odia BSI (ପବିତ୍ର ବାଇବଲ (CL) NT (BSI))
ତୁମ୍ଭେ ନିଜର ଦୋଷ ଦୁର୍ବଳତା ସତ୍ତେ୍ୱ ପିଲାମାନଙ୍କୁ ଭଲ ଜିନିଷ ଦେଇଥାଅ। ଯେଉଁମାନେ ଈଶ୍ୱରଙ୍କୁ ମାଗନ୍ତି, ସେ ସେମାନଙ୍କୁ ଆହୁରି କେତେ ଭଲ ଜିନିଷ ପ୍ରଚୁରଭାବେ ନ ଦେବେ?
Odia Bible ERV 2004 (ପବିତ୍ର ବାଇବଲ)
ଏପରିକି ତୁମ୍ଭେ ମନ୍ଦ ଲୋକ ହୋଇ ମଧ୍ୟ ପିଲାମାନଙ୍କୁ କିଭଳି ଭଲ ଉପହାର ଦେବାକୁ ହୁଏ, ତାହା ତୁମ୍ଭେ ଜାଣ। ତେବେ ସ୍ୱର୍ଗରେ ରହୁଥିବା ତୁମ୍ଭର ପରମପିତା, ମାଗୁଥିବା ଲୋକକୁ ନିଶ୍ଚୟ କେତେ ଭଲ ଜିନିଷ ନ ଦେବେ!
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଣୁ ତୁମ୍ଭେମାନେ ଦୁଷ୍ଟ ହେଲେ ମଧ୍ୟ ଯେବେ ଆପଣା ଆପଣା ପିଲାମାନଙ୍କୁ ଉତ୍ତମ ଉତ୍ତମ ଦାନ ଦେଇ ଜାଣ, ତେବେ ତୁମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା ତାହାଙ୍କ ଛାମୁରେ ମାଗିବା ଲୋକମାନଙ୍କୁ କେତେ ଅଧିକ ରୂପେ ଉତ୍ତମ ଉତ୍ତମ ବିଷୟ ନ ଦେବେ!
Odia IRV 2017 (ଓଡିଆ ବାଇବେଲ)
ଏଣୁ ତୁମ୍ଭେମାନେ ଦୁଷ୍ଟ ହେଲେ ମଧ୍ୟ ଯେବେ ଆପଣା ଆପଣା ପିଲାମାନଙ୍କୁ ଉତ୍ତମ ଉତ୍ତମ ଦାନ ଦେଇ ଜାଣ, ତେବେ ତୁମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା ତାହାଙ୍କ ଛାମୁରେ ମାଗିବା ଲୋକମାନଙ୍କୁ କେତେ ଅଧିକ ରୂପେ ଉତ୍ତମ ଉତ୍ତମ ବିଷୟ ନ ଦେବେ!
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತುಮಿ ಬುರ್ಶೆ ಹೊಲ್ಯಾರ್ಬಿ ತುಮ್ಚ್ಯಾ ಪೊರಾಕ್ನಿ ಬರೆ ಖಲೆ ಹಾಯ್ ತೆಚ್ ದಿತ್ಯಾಶಿ, ತರ್ ಸರ್‍ಗಾ ವೈಲೊ ತುಮ್ಚೊ ಬಾಬಾ ಅಪ್ನಾಕ್ಡೆ ಮಾಗಲ್ಲ್ಯಾಕ್ನಿ ಕವ್ಡೆ ಬರೆ ಬರೆ ದಿತಾ ಅಸಿಲ್!”