Matthew 8:26 — Compare Translations
7 translations compared side by side
Odia - 1840
"ଯୀଶୁ ସମାନଙ୍କେୁ କହିଲେ, ହେ ଅଳ୍ପ ବିଶ୍ବାସୀଗଣ, ତୁମ୍ଭେ ସବୁ ଏତେ ଡରିଯାଉଛ କାହିଁକି? ତା'ପରେ ଯୀଶୁ ଉଠିଲେ। ସେ ପବନ ଓ ଲହଡିକୁ ଧମକ ଦେଲେ। ପବନ ବନ୍ଦ ହାଇଗେଲା। ହ୍ରଦ ଶାନ୍ତ ହାଇଗେଲା। ତା'ପରେ ସଠାେରେ ସମ୍ପୂର୍ଣ୍ଣ ନୀରବତା ଆସିଗଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯୀଶୁ ସେମାନଙ୍କୁ କହିଲେ, ହେ ଅଳ୍ପବିଶ୍ଵାସୀମାନେ, ତୁମ୍ଭେମାନେ କାହିଁକି ଏଡ଼େ ଭୀରୁ? ସେତେବେଳେ ଯୀଶୁ ଉଠି ପବନ ଓ ସମୁଦ୍ରକୁ ଧମକ ଦେଲେ, ଆଉ ସବୁ ଧୀରସ୍ଥିର ହେଲା ।
Odia BSI (ପବିତ୍ର ବାଇବଲ (CL) NT (BSI))
ଯୀଶୁ ଉତ୍ତର ଦେଲେ, “କାହିଁକି ଏଡ଼େ ଭୟଭୀତ ହେଉଛ? ତୁମେ ସବୁ କ’ଣ ଏଡ଼େ ଅଳ୍ପ ବିଶ୍ୱାସୀ?” ତା’ପରେ ସେ ଉଠି ପବନ ଓ ଲହରୀକୁ ସୁସ୍ଥିର ହେବା ପାଇଁ ଆଦେଶ ଦେଲେ। ସଙ୍ଗେ ସଙ୍ଗେ ସବୁ ଶାନ୍ତ ହୋଇଗଲା।
Odia Bible ERV 2004 (ପବିତ୍ର ବାଇବଲ)
ଯୀଶୁ ସେମାନଙ୍କୁ କହିଲେ, “ହେ ଅଳ୍ପ ବିଶ୍ୱାସୀଗଣ, ତୁମ୍ଭେ ସବୁ ଏତେ ଡରିଯାଉଛ କାହିଁକି?” ତା’ପରେ ଯୀଶୁ ଉଠିଲେ। ସେ ପବନ ଓ ଲହଡ଼ିକୁ ଧମକ ଦେଲେ। ପବନ ବନ୍ଦ ହୋଇଗଲା। ହ୍ରଦ ଶାନ୍ତ ହୋଇଗଲା, ତା’ପରେ ସେଠାରେ ସମ୍ପୂର୍ଣ୍ଣ ନୀରବତା ଆସିଗଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେ ସେମାନଙ୍କୁ କହିଲେ, “ହେ ଅଳ୍ପ ବିଶ୍ୱାସୀମାନେ, ତୁମ୍ଭେମାନେ କାହିଁକି ଏଡ଼େ ଭୀରୁ?” ସେତେବେଳେ ସେ ଉଠି ପବନ ଓ ସମୁଦ୍ରକୁ ଧମକ ଦେଲେ, ଆଉ ସବୁ ଧିରସ୍ଥିର ହେଲା।
Odia IRV 2017 (ଓଡିଆ ବାଇବେଲ)
ସେ ସେମାନଙ୍କୁ କହିଲେ, ହେ ଅଳ୍ପ ବିଶ୍ୱାସୀମାନେ, ତୁମ୍ଭେମାନେ କାହିଁକି ଏଡ଼େ ଭୀରୁ? ସେତେବେଳେ ସେ ଉଠି ପବନ ଓ ସମୁଦ୍ରକୁ ଧମକ ଦେଲେ, ଆଉ ସବୁ ଧିରସ୍ଥିର ହେଲା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತನ್ನಾ ಜೆಜುನ್ ತೆಂಕಾ, “ತುಮಿ ಎವ್ಡೆ ಲೈ ಕಶ್ಯಾಕ್ ಭಿಂವ್ಲ್ಯಾಶಿ? ಕವ್ಡೊ ಕಮಿ ವಿಶ್ವಾಸ್ ತುಮ್ಚೊ!” ಮಟ್ಲ್ಯಾನ್. ತನ್ನಾ ತೊ ಉಟುನ್ ಇಬೆ ರ್ಹಾಲೊ ಅನಿ ವಾರ್ಯಾಕ್ ಅನಿ ಲ್ಹಾಟಾಕ್ನಿ ಗಪ್ ರ್ಹಾವಾ ಮನುನ್ ಸಾಂಗ್ಲ್ಯಾನ್, ತನ್ನಾ ಸಗ್ಳೆ ಎಗ್ದಮ್ ಶಾಂತ್ ಹೊಲೆ.