Nehemiah 10:28 — Compare Translations

5 translations compared side by side

Odia - 1840
"ତେଣୁ ଏହି ଲୋକମାନେ ସମସ୍ତେ ମିଶି ପରମେଶ୍ବରଙ୍କ ନିକଟରେ ଏକ ଶପଥ କଲେ। ସମାନେେ କହିଲେ, ଯଦି ଆମ୍ଭମାନେେ ଆମ୍ଭର ଶପଥ ନରଖୁ, ତବେେ ଆମ୍ଭମାନଙ୍କ ପାଇଁ ସବୁ ଅଘଟଣ ଘଟିବ। ପରମେଶ୍ବରଙ୍କ ବ୍ଯବସ୍ଥା ତାଙ୍କର ଦାସ ମାଶାଙ୍କେ ଦ୍ବାରା ଘାଷେଣା କରାଗଲା। ଏହି ସମସ୍ତ ଲୋକମାନେ ସାବଧାନ ସହକା ରେ ସଦାପ୍ରଭୁ ପରମେଶ୍ବରଙ୍କର ବ୍ଯବସ୍ଥା ଓ ନିଯମ ମାନିବା ପାଇଁ ଶପଥ କଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି, ଲୋକମାନଙ୍କର ଅବଶିଷ୍ଟାଂଶ, ଯାଜକମାନେ, ଲେବୀୟମାନେ, ଦ୍ଵାରପାଳମାନେ, ଗାୟକମାନେ, ନଥୀନୀୟମାନେ ଓ ଯେସମସ୍ତ ଲୋକ ନାନା ଦେଶସ୍ଥ ଗୋଷ୍ଠୀୟମାନଙ୍କଠାରୁ ଆପଣାମାନଙ୍କୁ ପୃଥକ୍ କରି ପରମେଶ୍ଵରଙ୍କ ବ୍ୟବସ୍ଥାର ପକ୍ଷ ହୋଇଥିଲେ, ସେମାନେ, ସେମାନଙ୍କର ଭାର୍ଯ୍ୟାଗଣ, ସେମାନଙ୍କର ପୁତ୍ରଗଣ ଓ ସେମାନଙ୍କର କନ୍ୟାଗଣ, ପ୍ରତ୍ୟେକ ଜ୍ଞାନବାନ ଓ ବୁଦ୍ଧିମାନ ଲୋକ;
Odia Bible ERV 2004 (ପବିତ୍ର ବାଇବଲ)
ତେଣୁ ଏହି ଲୋକମାନେ ସମସ୍ତେ ମିଶି ପରମେଶ୍ୱରଙ୍କ ନିକଟରେ ଏକ ଶପଥ କଲେ। ସେମାନେ କହିଲେ, “ଯଦି ଆମ୍ଭେମାନେ ଆମ୍ଭର ଶପଥ ନରଖୁ, ତେବେ ଆମ୍ଭମାନଙ୍କ ପାଇଁ ସବୁ ଅଘଟଣ ଘଟିବ।” ପରମେଶ୍ୱରଙ୍କ ବ୍ୟବସ୍ଥା ତାଙ୍କର ଦାସ ମୋଶାଙ୍କ ଦ୍ୱାରା ଘୋଷଣା କରାଗଲା। ଏହି ସମସ୍ତ ଲୋକମାନେ ସାବଧାନ ସହକାରେ ସଦାପ୍ରଭୁ ପରମେଶ୍ୱରଙ୍କର ବ୍ୟବସ୍ଥା ଓ ନିୟମ ମାନିବା ପାଇଁ ଶପଥ କଲେ। ସେମାନେ ହେଲେ, ଲୋକମାନଙ୍କର ଅବଶିଷ୍ଟାଂଶ ଯାଜକମାନେ, ଲେବୀୟମାନେ, ଦ୍ୱାରପାଳମାନେ, ଗାୟକମାନେ, ନଥୀନୀୟମାନେ ଓ ଯେ ସମସ୍ତ ଲୋକ ଯେଉଁମାନେ ସେମାନଙ୍କୁ ଅନ୍ୟ ସ୍ଥାନରେ ଲୋକମାନଙ୍କଠାରୁ ଅଲଗା କଲେ, କାରଣ ସେମାନେ ପରମେଶ୍ୱରଙ୍କର ବ୍ୟବସ୍ଥା ରଖିପାରିବେ। ସେମାନେ ସେମାନଙ୍କର ସ୍ତ୍ରୀଗଣ, ସେମାନଙ୍କର ପୁତ୍ରଗଣ ଓ ସେମାନଙ୍କର କନ୍ୟାଗଣ, ପ୍ରତ୍ୟେକ ଜ୍ଞାନବାନ ଓ ବୁଦ୍ଧିମାନ ଲୋକ, ସେମାନେ ସେମାନଙ୍କର ଭାତୃଗଣ, ସେମାନଙ୍କର କୁଳୀନଗଣ ଏହି ଶପଥ ନେବା ପାଇଁ ରାଜି ଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ଲୋକମାନଙ୍କର ଅବଶିଷ୍ଟାଂଶ, ଯାଜକମାନେ, ଲେବୀୟମାନେ, ଦ୍ୱାରପାଳମାନେ, ଗାୟକମାନେ, ନଥୀନୀୟମାନେ ଓ ଯେସମସ୍ତ ଲୋକ ନାନା ଦେଶସ୍ଥ ଗୋଷ୍ଠୀୟମାନଙ୍କଠାରୁ ଆପଣାମାନଙ୍କୁ ପୃଥକ କରି ପରମେଶ୍ୱରଙ୍କ ବ୍ୟବସ୍ଥାର ପକ୍ଷ ହୋଇଥିଲେ, ସେମାନେ, ସେମାନଙ୍କର ଭାର୍ଯ୍ୟାଗଣ, ସେମାନଙ୍କର ପୁତ୍ରଗଣ ଓ ସେମାନଙ୍କର କନ୍ୟାଗଣ, ପ୍ରତ୍ୟେକ ଜ୍ଞାନବାନ ଓ ବୁଦ୍ଧିମାନ ଲୋକ;
Odia IRV 2017 (ଓଡିଆ ବାଇବେଲ)
ପୁଣି, ଲୋକମାନଙ୍କର ଅବଶିଷ୍ଟାଂଶ, ଯାଜକମାନେ, ଲେବୀୟମାନେ, ଦ୍ୱାରପାଳମାନେ, ଗାୟକମାନେ, ନଥୀନୀୟମାନେ ଓ ଯେସମସ୍ତ ଲୋକ ନାନା ଦେଶସ୍ଥ ଗୋଷ୍ଠୀୟମାନଙ୍କଠାରୁ ଆପଣାମାନଙ୍କୁ ପୃଥକ୍‍ କରି ପରମେଶ୍ୱରଙ୍କ ବ୍ୟବସ୍ଥାର ପକ୍ଷ ହୋଇଥିଲେ, ସେମାନେ, ସେମାନଙ୍କର ଭାର୍ଯ୍ୟାଗଣ, ସେମାନଙ୍କର ପୁତ୍ରଗଣ ଓ ସେମାନଙ୍କର କନ୍ୟାଗଣ, ପ୍ରତ୍ୟେକ ଜ୍ଞାନବାନ ଓ ବୁଦ୍ଧିମାନ ଲୋକ;