Nehemiah 5:13 — Compare Translations

5 translations compared side by side

Odia - 1840
"ମୁଁ ମାରେବସ୍ତ୍ରର ଭାଂଗକୁ ଝାଡିଲି ଏବଂ କହିଲି, ଯେଉଁ ଲୋକ ଏହି ପ୍ରତିଜ୍ଞା ପାଳନ କରିବ ନାହିଁ, ପରମେଶ୍ବର ତାର ଗୃହ ଓ ପରିଶ୍ରମର ଫଳରୁ ତାହାକୁ ଏପରି ଝାଡି ଦିଅନ୍ତୁ। ସେ ଏହିପରି କମ୍ପିତ ହେଉ ଓ ଶୂନ୍ଯ ହେଉ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମଧ୍ୟ ମୁଁ ଆପଣା ଅଣ୍ଟି ଝାଡ଼ି ଦେଇ କହିଲି, ଯେକେହି ଏହି ପ୍ରତିଜ୍ଞା ପ୍ରତିପାଳନ କରିବ ନାହିଁ, ପରମେଶ୍ଵର ତାହାର ଗୃହ ଓ ପରିଶ୍ରମର ଫଳରୁ ତାହାକୁ ଏହିପରି ଝାଡ଼ି ଦେଉନ୍ତୁ; ସେ ଏହିରୂପେ ଝଡ଼ା ଯାଉ ଓ ଶୂନ୍ୟ ହେଉ । ତହିଁରେ ସମସ୍ତ ସମାଜ ଆମେନ୍ କହିଲେ ଓ ସଦାପ୍ରଭୁଙ୍କର ପ୍ରଶଂସା କଲେ । ଏଥି ଉତ୍ତାରେ ଲୋକମାନେ ଏହି ପ୍ରତିଜ୍ଞାନୁସାରେ କର୍ମ କଲେ ।
Odia Bible ERV 2004 (ପବିତ୍ର ବାଇବଲ)
ମୁଁ ମୋର ବସ୍ତ୍ରର ଭାଙ୍ଗକୁ ଝାଡ଼ିଲି ଏବଂ କହିଲି, “ଯେଉଁ ଲୋକ ଏହି ପ୍ରତିଜ୍ଞା ପାଳନ କରିବ ନାହିଁ, ପରମେଶ୍ୱର ତାର ଗୃହ ଓ ପରିଶ୍ରମର ଫଳରୁ ତାହାକୁ ଏପରି ଝାଡ଼ି ଦିଅନ୍ତୁ। ସେ ଏହିପରି କମ୍ପିତ ହେଉ ଓ ଶୂନ୍ୟ ହେଉ।” ତା’ପରେ ସବୁ ଲୋକ ଏକତ୍ରିତ ହେଲେ ଏବଂ କହିଲେ “ଆମେନ୍” ଓ ସଦାପ୍ରଭୁଙ୍କର ପ୍ରଶଂସା କଲେ। ଏହା ପରେ ଲୋକମାନେ ଏହି ପ୍ରତିଜ୍ଞା ଅନୁସାରେ କର୍ମ କଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମଧ୍ୟ ମୁଁ ଆପଣା ଅଣ୍ଟି ଝାଡ଼ି ଦେଇ କହିଲି, “ଯେକେହି ଏହି ପ୍ରତିଜ୍ଞା ପ୍ରତିପାଳନ କରିବ ନାହିଁ, ପରମେଶ୍ୱର ତାହାର ଗୃହ ଓ ପରିଶ୍ରମର ଫଳରୁ ତାହାକୁ ଏହିପରି ଝାଡ଼ି ଦେଉନ୍ତୁ; ସେ ଏହିରୂପେ ଝଡ଼ା ଯାଉ ଓ ଶୂନ୍ୟ ହେଉ।” ତହିଁରେ ସମସ୍ତ ସମାଜ କହିଲେ “ଆମେନ୍‍” ଓ ସଦାପ୍ରଭୁଙ୍କର ପ୍ରଶଂସା କଲେ। ଏଥିଉତ୍ତାରେ ଲୋକମାନେ ଏହି ପ୍ରତିଜ୍ଞାନୁସାରେ କର୍ମ କଲେ।
Odia IRV 2017 (ଓଡିଆ ବାଇବେଲ)