Nehemiah 6:1 — Compare Translations
5 translations compared side by side
Odia - 1840
"ଏହାପରେ ସନ୍ବଲ୍ଲଟ୍, ଟୋବିୟ, ଆରବୀଯ ଗେଶମ ଓ ଆମ୍ଭମାନଙ୍କ ଶତୃମାନେ ଶୁଣିଲେ ଯେ, ମୁଁ ପ୍ରାଚୀର ନିର୍ମାଣ କରି ସାରିଛି। ପ୍ରାଚୀର ରେ ଆଉ ଗର୍ତ୍ତ ନ ଥିଲା, ମାତ୍ର କବାଟସବୁ ଫାଟକରେ ଲାଗି ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଅନନ୍ତର ମୁଁ ପ୍ରାଚୀର ଗଢ଼ିଅଛି ଓ ତହିଁ ମଧ୍ୟରେ ଆଉ ଭଗ୍ନସ୍ଥାନ ନାହିଁ, ଏହି ସମ୍ଵାଦ ସନ୍ବଲ୍ଲଟ୍ ଓ ଟୋବୀୟ ଓ ଆରବୀୟ ଗେଶମ୍ ଓ ଆମ୍ଭମାନଙ୍କ ଅନ୍ୟାନ୍ୟ ଶତ୍ରୁଙ୍କୁ ଦିଆଗଲା; ତଥାପି ଏସମୟରେ ମୁଁ ନଗରଦ୍ଵାରସବୁରେ କବାଟ ଝୁଲାଇ ନ ଥିଲି ।
Odia Bible ERV 2004 (ପବିତ୍ର ବାଇବଲ)
ଘୋର ସମସ୍ୟା ଏହା ପରେ ସନ୍ବଲ୍ଲଟ୍, ଟୋବିୟ, ଆରବୀୟ ଗେଶମ ଓ ଆମ୍ଭମାନଙ୍କ ଶତ୍ରୁମାନେ ଶୁଣିଲେ ଯେ, ମୁଁ ପ୍ରାଚୀର ନିର୍ମାଣ କରି ସାରିଛି। ପ୍ରାଚୀରରେ ଆଉ ଗର୍ତ୍ତ ନ ଥିଲା, ମାତ୍ର କବାଟସବୁ ଫାଟକରେ ଲାଗି ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଥିଉତ୍ତାରେ ମୁଁ ପ୍ରାଚୀର ଗଢ଼ିଅଛି ଓ ତହିଁ ମଧ୍ୟରେ ଆଉ ଭଗ୍ନ ସ୍ଥାନ ନାହିଁ, ଏହି ସମ୍ବାଦ ସନ୍ବଲ୍ଲଟ୍ ଓ ଟୋବୀୟ ଓ ଆରବୀୟ ଗେଶମ୍ ଓ ଆମ୍ଭମାନଙ୍କ ଅନ୍ୟାନ୍ୟ ଶତ୍ରୁମାନେ ଜାଣିଲେ; ଏହି ସମୟରେ ମୁଁ ନଗର-ଦ୍ୱାରସବୁରେ କବାଟ ଝୁଲାଇ ନ ଥିଲି।
Odia IRV 2017 (ଓଡିଆ ବାଇବେଲ)
ଏଥିଉତ୍ତାରେ ମୁଁ ପ୍ରାଚୀର ଗଢ଼ିଅଛି ଓ ତହିଁ ମଧ୍ୟରେ ଆଉ ଭଗ୍ନସ୍ଥାନ ନାହିଁ, ଏହି ସମ୍ବାଦ ସନ୍ବଲ୍ଲଟ୍ ଓ ଟୋବୀୟ ଓ ଆରବୀୟ ଗେଶମ୍ ଓ ଆମ୍ଭମାନଙ୍କ ଅନ୍ୟାନ୍ୟ ଶତ୍ରୁମାନେ ଜାଣିଲେ; ଏହି ସମୟରେ ମୁଁ ନଗରଦ୍ୱାରସବୁରେ କବାଟ ଝୁଲାଇ ନ ଥିଲି।