Numbers 8:12 — Compare Translations
5 translations compared side by side
Odia - 1840
" ଲବେୀୟମାନଙ୍କୁ କୁହ ଏହି ଦୁଇ ଷଣ୍ତର ମସ୍ତକରେ ସମାନଙ୍କେର ହସ୍ତ ରଖିବେ। ତହୁଁ ତୁମ୍ଭେ ଲବେୀୟମାନଙ୍କ ନିମନ୍ତେ ପ୍ରାଯଶ୍ଚିତ କରିବା ପାଇଁ ସଦାପ୍ରଭୁଙ୍କ ଉବ୍ଦେଶ୍ଯ ରେ ଗୋଟିକୁ ପାପାର୍ଥକ ବଳି ରୂପେ ଓ ଅନ୍ୟଟିକୁ ହାମାେର୍ଥକ ବଳିରୂପେ ଉତ୍ସର୍ଗ କରିବା ଉଚିତ୍।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତହିଁ ଉତ୍ତାରେ ଲେବୀୟମାନେ ସେହି ଦୁଇ ଗୋବତ୍ସର ମସ୍ତକରେ ଆପଣାମାନଙ୍କ ହସ୍ତର ନିର୍ଭର ଦେବେ; ତହୁଁ ତୁମ୍ଭେ ଲେବୀୟମାନଙ୍କ ପାଇଁ ପ୍ରାୟଶ୍ଚିତ୍ତ କରିବା ନିମନ୍ତେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୋଟିକି ପାପାର୍ଥକ ବଳି ରୂପେ ଓ ଅନ୍ୟଟିକି ହୋମାର୍ଥକ ବଳି ରୂପେ ଉତ୍ସର୍ଗ କରିବ ।
Odia Bible ERV 2004 (ପବିତ୍ର ବାଇବଲ)
“ଲେବୀୟମାନଙ୍କୁ କୁହ ଏହି ଦୁଇ ଷଣ୍ଢର ମସ୍ତକରେ ସେମାନଙ୍କର ହସ୍ତ ରଖିବେ। ତହୁଁ ତୁମ୍ଭେ ଲେବୀୟମାନଙ୍କ ନିମନ୍ତେ ପ୍ରାୟଶ୍ଚିତ କରିବା ପାଇଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୋଟିକୁ ପାପାର୍ଥକ ବଳି ରୂପେ ଓ ଅନ୍ୟଟିକୁ ହୋମାର୍ଥକ ବଳିରୂପେ ଉତ୍ସର୍ଗ କରିବା ଉଚିତ୍।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତହିଁ ଉତ୍ତାରେ ଲେବୀୟମାନେ ସେହି ଦୁଇ ଗୋବତ୍ସର ମସ୍ତକରେ ଆପଣାମାନଙ୍କ ହସ୍ତ ରଖିବେ; ତହୁଁ ତୁମ୍ଭେ ଲେବୀୟମାନଙ୍କ ପାଇଁ ପ୍ରାୟଶ୍ଚିତ୍ତ କରିବା ନିମନ୍ତେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୋଟିଏକୁ ପାପାର୍ଥକ ବଳି ରୂପେ ଓ ଅନ୍ୟଟିକୁ ହୋମାର୍ଥକ ବଳି ରୂପେ ଉତ୍ସର୍ଗ କରିବ।
Odia IRV 2017 (ଓଡିଆ ବାଇବେଲ)