Philemon 1:19 — Compare Translations
7 translations compared side by side
Odia - 1840
"ମୁଁ ପାଉଲ, ଏହି କଥା ମାେ ହାତ ରେ ଲେଖୁଛି। ଅନୀସିମର ଯଦି ତୁମ୍ଭକୁ କିଛି ଦବୋକୁ ଅଛି, ମୁଁ ତାହା ତୁମ୍ଭକୁ ଫରୋଇ ଦବେି। ନିଜ ଜୀବନ ପାଇଁ ତୁମ୍ଭେ ଯେ ମାେ'ଠା ରେ କେତେ ଋଣୀ, ସେ ସମ୍ପର୍କ ରେ ମୁଁ କିଛି କହିବି ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମୁଁ ପାଉଲ ସ୍ଵହସ୍ତରେ ଏହା ଲେଖିଦେଉଅଛି, ମୁଁ ତାହା ପରିଶୋଧ କରିବି । ତୁମ୍ଭେ ନିଜେ ଯେ ମୋʼ ନିକଟରେ ଚିରଋଣୀ, ଏ ବିଷୟରେ ମୁଁ ଆଉ କହିବାକୁ ଇଚ୍ଛା କରୁ ନାହିଁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଏହି ଦେଖ, ମୁଁ ସ୍ୱହସ୍ତରେ ଲେଖି ଦେଉଛି: “ମୁଁ, ପାଉଲ, ନିଶ୍ଚୟ ତାହା ପରିଶୋଧ କରିବି।” (ଅବଶ୍ୟ ତୁମକୁ ମୁଁ ସ୍ମରଣ କରାଇ ଦେବା ଅନାବଶ୍ୟକ ଯେ, ତୁମର ଅନ୍ତରାତ୍ମା ପାଇଁ ମଧ୍ୟ ତୁମେ ମୋ’ଠାରେ ଋଣୀ।)
Odia Bible ERV 2004 (ପବିତ୍ର ବାଇବଲ)
ମୁଁ ପାଉଲ, ଏହି କଥା ମୋ’ ହାତରେ ଲେଖୁଛି। ଅନୀସିମର ଯଦି ତୁମ୍ଭକୁ କିଛି ଦେବାକୁ ଅଛି, ମୁଁ ତାହା ତୁମ୍ଭକୁ ଫେରାଇ ଦେବି। ନିଜ ଜୀବନ ପାଇଁ ତୁମ୍ଭେ ଯେ ମୋ’ଠାରେ କେତେ ଋଣୀ, ସେ ସମ୍ପର୍କରେ ମୁଁ କିଛି କହିବି ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମୁଁ ପାଉଲ ସ୍ୱହସ୍ତରେ ଏହା ଲେଖି ଦେଉଅଛି, ମୁଁ ତାହା ପରିଶୋଧ କରିବି। ତୁମ୍ଭେ ନିଜେ ଯେ ମୋʼ ନିକଟରେ ଋଣୀ, ଏ ବିଷୟରେ ମୁଁ ଆଉ କହିବାକୁ ଇଚ୍ଛା କରୁ ନାହିଁ।
Odia IRV 2017 (ଓଡିଆ ବାଇବେଲ)
ମୁଁ ପାଉଲ ସ୍ୱହସ୍ତରେ ଏହା ଲେଖି ଦେଉଅଛି, ମୁଁ ତାହା ପରିଶୋଧ କରିବି । ତୁମ୍ଭେ ନିଜେ ଯେ ମୋ' ନିକଟରେ ଋଣୀ, ଏ ବିଷୟରେ ମୁଁ ଆଉ କହିବାକୁ ଇଚ୍ଛା କରୁ ନାହିଁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಮಿಯಾ ಪಾವ್ಲು ಖುದ್ದ್ ಮಾಜ್ಯಾ ಹಾತಿನ್ ಲಿವ್ತಾ, ತುಜೆ ರಿನ್ ಮಿಯಾ ಫಾರಿಕ್ ಕರ್ತಾ, ತುಜ್ಯಾ ಜಿವಾಕುಚ್ ತಿಯಾ ಮಾಜೆಸಾಟ್ನಿ ಎಕ್ ಉಪ್ಕಾರಾತ್ ಥವಲ್ಲೆ ಹಾಯ್ ಮನುನ್ ಯಾದ್ ಕರುನ್ ದಿತಲೆ ನಕ್ಕೊ ಮನುನ್ ಮಾಕಾ ದಿಸ್ತಾ.