Philippians 1:28 — Compare Translations
7 translations compared side by side
Odia - 1840
"ଯେଉଁ ଲୋକମାନେ ତୁମ୍ଭ ବିରୁଦ୍ଧ ରେ ଅଛନ୍ତି ସମାନଙ୍କେୁ ଭୟ କରିବ ନାହିଁ। ଏହି ସମସ୍ତ ବିଷୟ ଯେ ଈଶ୍ବରଙ୍କଠାରୁ ଆଗତ ଏହାର ପ୍ରମାଣ ତୁମ୍ଭମାନେେ ପରିତ୍ରାଣ ପାଉଅଛ ଓ ତୁମ୍ଭମାନଙ୍କର ଶତୃମାନେ ବିନାଶ ହବେେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି, କୌଣସି ବିଷୟରେ ବିପକ୍ଷମାନଙ୍କ ଦ୍ଵାରା ତ୍ରାସଯୁକ୍ତ ନୁହଁ; ତାହା ସେମାନଙ୍କ ପକ୍ଷରେ ବିନାଶର, କିନ୍ତୁ ତୁମ୍ଭମାନଙ୍କ ପକ୍ଷରେ ପରିତ୍ରାଣର ଈଶ୍ଵରଦତ୍ତ ଏକ ଲକ୍ଷଣ;
Odia BSI (ପବିତ୍ର ବାଇବଲ (CL) NT (BSI))
ଶତ୍ରୁମାନଙ୍କୁ ଭୟ କର ନାହିଁ, ସାହସରେ ଅଟଳ ରୁହ। ତାହାହେଲେ, ସେମାନେ ଜାଣି ପାରିବେ ଯେ, ସେମାନଙ୍କର ପରାଜୟ ସୁନିଶ୍ଚିତ ଓ ତୁମ୍ଭେମାନେ ବିଜୟ ଲାଭ କରିବ, କାରଣ ଈଶ୍ୱର ହିଁ ତୁମ୍ଭମାନଙ୍କୁ ଜୟଯୁକ୍ତ କରିବେ।
Odia Bible ERV 2004 (ପବିତ୍ର ବାଇବଲ)
ଯେଉଁ ଲୋକମାନେ ତୁମ୍ଭ ବିରୁଦ୍ଧରେ ଅଛନ୍ତି ସେମାନଙ୍କୁ ଭୟ କରିବ ନାହିଁ। ଏହି ସମସ୍ତ ବିଷୟ ଯେ ଈଶ୍ୱରଙ୍କଠାରୁ ଆଗତ ଏହାର ପ୍ରମାଣ ତୁମ୍ଭେମାନେ ପରିତ୍ରାଣ ପାଉଅଛ ଓ ତୁମ୍ଭମାନଙ୍କର ଶତ୍ରୁମାନେ ବିନାଶ ହେବେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, କୌଣସି ବିଷୟରେ ବିପକ୍ଷମାନଙ୍କ ଦ୍ୱାରା ତ୍ରାସଯୁକ୍ତ ନୁହଁ; ତାହା ସେମାନଙ୍କ ପକ୍ଷରେ ବିନାଶ, କିନ୍ତୁ ତୁମ୍ଭମାନଙ୍କ ପକ୍ଷରେ ପରିତ୍ରାଣର ଈଶ୍ବରଦତ୍ତ ଏକ ଲକ୍ଷଣ;
Odia IRV 2017 (ଓଡିଆ ବାଇବେଲ)
ପୁଣି, କୌଣସି ବିଷୟରେ ବିପକ୍ଷମାନଙ୍କ ଦ୍ୱାରା ତ୍ରାସଯୁକ୍ତ ନୁହଁ; ତାହା ସେମାନଙ୍କ ପକ୍ଷରେ ବିନାଶ, କିନ୍ତୁ ତୁମ୍ଭମାନଙ୍କ ପକ୍ଷରେ ପରିତ୍ରାଣର ଈଶ୍ୱରଦତ୍ତ ଏକ ଲକ୍ଷଣ;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಖಚ್ಚ್ಯಾ ವಿಶಯಾತ್ಬಿ ತುಮ್ಚ್ಯಾ ವಿರೊದಿಕ್ನಿ ಭಿಂವ್ನಕಾಸಿ ಕಶ್ಯಾಕ್ ಮಟ್ಲ್ಯಾರ್, ತುಮಿ ಅಶೆ ರಾತಲ್ಲೆ ವಿರೊಧ್ ಕರ್ತಲ್ಯಾಕ್ನಿ ನಾಶ್ ಕರುಕ್, ಅನಿ ತುಮ್ಚ್ಯಾ ರಾಕ್ವನಿಕ್ ಎಕ್ ವಳಕ್ ಹೊವ್ನ್ ಹಾಯ್ ಮನ್ತಲೆ ದೆವಾಕ್ನಾ ಹೊಲ್ಲೆ ಹೊವ್ನ್ ಹಾಯ್ ತುಮ್ಕಾ ಜೈಯ್ ದಿತಲೊ ದೆವುಚ್ ಹೊವ್ನ್ ಹಾಯ್.