Philippians 1:7 — Compare Translations

7 translations compared side by side

Odia - 1840
"ତୁମ୍ଭମାନଙ୍କ ବିଷୟ ରେ ମାରେ ଏପରି ଭାବିବା ଉଚିତ୍, କାରଣ ତୁମ୍ଭେ ସମସ୍ତେ ମାେ ହୃଦୟ ରେ ସ୍ଥାନ ପାଇଛ। ତୁମ୍ଭମାନେେ ପରମେଶ୍ବରଙ୍କ କୃପା ରେ ମାରେ ଭାଗୀଦାର। ବର୍ତ୍ତମାନ ମୁଁ ବନ୍ଦୀଘ ରେ ଅଛି, ଯେତବେେଳେ ମୁଁ ସୁସମାଚାରର ପକ୍ଷ ସମର୍ଥନ କରୁଛି ଓ ଯେତବେେଳେ ମୁଁ ସୁସମାଚାରର ସତ୍ଯ ପ୍ରମାଣିତ କରୁଛି, ସେତବେେଳେ ମଧ୍ଯ ତୁମ୍ଭମାନେେ ମାେ ସହିତ ପରମେଶ୍ବରଙ୍କ ଅନୁଗ୍ରହର ସହଭାଗୀ ଅଟ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ ତୁମ୍ଭସମସ୍ତଙ୍କ ବିଷୟରେ ମୋହର ଏପରି ଭାବିବା ଉଚିତ, ଯେଣୁ ତୁମ୍ଭେ ସମସ୍ତେ ମୋହର ବନ୍ଧନରେ ଯେପରି, ସୁସମାଚାର ପକ୍ଷ ସମର୍ଥନ ଓ ସେଥିର ସତ୍ୟ ପ୍ରମାଣ କରିବାରେ ସେହିପରି ମୋʼ ସହିତ ଅନୁଗ୍ରହର ସହଭାଗୀ ଅଟ, ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କୁ ହୃଦୟରେ ଧାରଣ କରିଅଛି ।
Odia BSI (ପବିତ୍ର ବାଇବଲ (CL) NT (BSI))
ତୁମ୍ଭେମାନେ ସବୁବେଳେ ମୋ’ ଅନ୍ତରରେ ଅଛ; ତେଣୁ ତୁମ୍ଭମାନଙ୍କ ବିଷୟରେ ଏହିପରି ଅନୁଭବ କରିବା ମୋ’ ପକ୍ଷରେ ଯଥାର୍ଥ। ମୁଁ ସ୍ୱାଧୀନ ଥିବା ସମୟରେ ଓ ବର୍ତ୍ତମାନ ଏହି ବନ୍ଦୀ ଅବସ୍ଥାରେ ସୁସମାଚାରର ପ୍ରତିଷ୍ଠା ଓ ସୁରକ୍ଷା ନିମନ୍ତେ କାର୍ଯ୍ୟ କରିବାକୁ ଈଶ୍ୱର ମୋତେ ଯେଉଁ ସୁଯୋଗ ଦେଇଛନ୍ତି, ତୁମ୍ଭେମାନେ ସମସ୍ତେ ଏହାର ଅଂଶୀ ହୋଇଅଛ।
Odia Bible ERV 2004 (ପବିତ୍ର ବାଇବଲ)
ତୁମ୍ଭମାନଙ୍କ ବିଷୟରେ ମୋର ଏପରି ଭାବିବା ଉଚିତ୍, କାରଣ ତୁମ୍ଭେ ସମସ୍ତେ ମୋ’ ହୃଦୟରେ ସ୍ଥାନ ପାଇଛ। ତୁମ୍ଭେମାନେ ପରମେଶ୍ୱରଙ୍କ କୃପାରେ ମୋର ଭାଗୀଦାର। ବର୍ତ୍ତମାନ ମୁଁ ବନ୍ଦୀଘରେ ଅଛି, ଯେତେବେଳେ ମୁଁ ସୁସମାଗ୍ଭରର ପକ୍ଷ ସମର୍ଥନ କରୁଛି ଓ ଯେତେବେଳେ ମୁଁ ସୁସମାଗ୍ଭରର ସତ୍ୟ ପ୍ରମାଣିତ କରୁଛି, ସେତେବେଳେ ମଧ୍ୟ ତୁମ୍ଭେମାନେ ମୋ’ ସହିତ ପରମେଶ୍ୱରଙ୍କ ଅନୁଗ୍ରହର ସହଭାଗୀ ଅଟ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ତୁମ୍ଭ ସମସ୍ତଙ୍କ ବିଷୟରେ ମୋହର ଏପରି ଭାବିବା ଉଚିତ୍, ଯେଣୁ ତୁମ୍ଭେ ସମସ୍ତେ ମୋହର ବନ୍ଧନରେ ଯେପରି, ସୁସମାଚାର ପକ୍ଷ ସମର୍ଥନ ଓ ସେଥିର ସତ୍ୟ ପ୍ରମାଣ କରିବାରେ ସେହିପରି ମୋʼ ସହିତ ଅନୁଗ୍ରହର ସହଭାଗୀ ଅଟ, ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କୁ ହୃଦୟରେ ଧାରଣ କରିଅଛି।
Odia IRV 2017 (ଓଡିଆ ବାଇବେଲ)
ଆଉ ତୁମ୍ଭ ସମସ୍ତଙ୍କ ବିଷୟରେ ମୋହର ଏପରି ଭାବିବା ଉଚିତ୍, ଯେଣୁ ତୁମ୍ଭେ ସମସ୍ତେ ମୋହର ବନ୍ଧନରେ ଯେପରି, ସୁସମାଚାର ପକ୍ଷ ସମର୍ଥନ ଓ ସେଥିର ସତ୍ୟ ପ୍ରମାଣ କରିବାରେ ସେହିପରି ମୋ' ସହିତ ଅନୁଗ୍ରହର ସହଭାଗୀ ଅଟ, ଏଥି ନିମନ୍ତେ ମୁଁ ତୁମ୍ଭମାନଙ୍କୁ ହୃଦୟରେ ଧାରଣ କରିଅଛି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತುಮ್ಚ್ಯಾ ಸಗ್ಳ್ಯಾಂಚ್ಯಾಸಾಟ್ನಿ ಮಾಕಾ ಅಶೆ ದಿಸ್ತಲೆ ಸಮಾಚ್ ಹಾಯ್, ಮಿಯಾ ಬಂಧಿಖಾನ್ಯಾತ್ ರ್‍ಹಾತಾನಾಬಿ, ಬರ್‍ಯಾ ಖಬ್ರೆಸಾಟ್ನಿ ಹೊಲ್ಲ್ಯಾ ವಾದಾತ್ನಿ ತುಮಿ ಸಗ್ಳ್ಯೆ ಮಾಜ್ಯಾ ವಾಂಗ್ಡಾ ದೆವಾಚ್ಯಾ ಕುರ್ಪೆತ್ ವಾಟೊ ಘೆಟ್ಲ್ಯಾಶಿ, ಮನುನ್ ತುಮ್ಕಾ ಮಾಜ್ಯಾ ಮನಾತ್ ಥವ್ನ್ ಘೆಟ್ಲಾ.