Philippians 2:13 — Compare Translations
7 translations compared side by side
Odia - 1840
"ପରମେଶ୍ବର ତୁମ୍ଭ ମଧିଅରେ କାର୍ୟ୍ଯ କରୁଛନ୍ତି। ତାହାଙ୍କୁ ସନ୍ତୁଷ୍ଟ କଲା ଭଳି କାର୍ୟ୍ଯ କରିବା ନିମନ୍ତେ ସେ ତୁମ୍ଭକୁ ଇଚ୍ଛାଶକ୍ତି ଦିଅନ୍ତି ଓ ତାହା ସାଧନ କରିବାକୁ ଶକ୍ତି ମଧ୍ଯ ଦିଅନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କାରଣ ଇଚ୍ଛା କରିବାକୁ ଓ ସାଧନ କରିବାକୁ ଈଶ୍ଵର ଆପଣା ମଙ୍ଗଳମୟ ସଙ୍କଳ୍ପର ସାଫଲ୍ୟ ନିମନ୍ତେ ତୁମ୍ଭମାନଙ୍କ ଅନ୍ତରରେ କାର୍ଯ୍ୟ କରନ୍ତି ।
Odia BSI (ପବିତ୍ର ବାଇବଲ (CL) NT (BSI))
କାରଣ ତୁମ୍ଭମାନଙ୍କୁ ତାଙ୍କର ଉଦ୍ଦେଶ୍ୟ ସାଧନ କରିବା ନିମନ୍ତେ ଇଚ୍ଛୁକ ଓ ସମର୍ଥ କରିବାକୁ ସ୍ୱୟଂ ଈଶ୍ୱର ତୁମ ମଧ୍ୟରେ ସଦା କାର୍ଯ୍ୟରତ।
Odia Bible ERV 2004 (ପବିତ୍ର ବାଇବଲ)
ପରମେଶ୍ୱର ତୁମ୍ଭ ମଧ୍ୟରେ କାର୍ଯ୍ୟ କରୁଛନ୍ତି। ତାହାଙ୍କୁ ସନ୍ତୁଷ୍ଟ କଲା ଭଳି କାର୍ଯ୍ୟ କରିବା ନିମନ୍ତେ ସେ ତୁମ୍ଭକୁ ଇଚ୍ଛାଶକ୍ତି ଦିଅନ୍ତି ଓ ତାହା ସାଧନ କରିବାକୁ ଶକ୍ତି ମଧ୍ୟ ଦିଅନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କାରଣ ଇଚ୍ଛା କରିବାକୁ ଓ ସାଧନ କରିବାକୁ ଈଶ୍ବର ଆପଣା ମଙ୍ଗଳମୟ ସଙ୍କଳ୍ପର ସଫଳତା ନିମନ୍ତେ ତୁମ୍ଭମାନଙ୍କ ଅନ୍ତରରେ କାର୍ଯ୍ୟ କରନ୍ତି।
Odia IRV 2017 (ଓଡିଆ ବାଇବେଲ)
କାରଣ ଇଚ୍ଛା କରିବାକୁ ଓ ସାଧନ କରିବାକୁ ଈଶ୍ୱର ଆପଣା ମଙ୍ଗଳମୟ ସଙ୍କଳ୍ପର ସଫଳତା ନିମନ୍ତେ ତୁମ୍ଭମାନଙ୍କ ଅନ୍ତରରେ କାର୍ଯ୍ୟ କରନ୍ତି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಕಶ್ಯಾಕ್ ಮಟ್ಲ್ಯಾರ್, ದೆವಾನುಚ್ ಅಪ್ಲಿ ಬರಿ ಇಚ್ಛ್ಯಾ ಪುರಾ ಕರುಚೆ ಮನುನ್ ತುಮ್ಚ್ಯಾತ್ ಉದ್ದೆಶ್ ಅನಿ ಕಟ್ಪಟ್ ತಯಾರ್ ಕರ್ಲಾ.