Philippians 2:27 — Compare Translations
7 translations compared side by side
Odia - 1840
"ସେ ଅସୁସ୍ଥ ଥିଲେ ଓ ମୃତ୍ଯୁର ଦ୍ବାର ଦେଶ ରେ ଥିଲେ। କିନ୍ତୁ ପରମେଶ୍ବର ତାହାଙ୍କୁ ଓ ମାେତେ ମଧ୍ଯ ସାହାୟ୍ଯ କଲେ, ଯେପରି ମାେ ପାଇଁ ଅଧିକ ଦୁଃଖ ନ ଘଟେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ହଁ, ସେ ମୃତ୍ୟୁ ସରିକି ପୀଡ଼ିତ ହୋଇଥିଲେ, କିନ୍ତୁ ଈଶ୍ଵର ତାଙ୍କୁ ଦୟା କଲେ, ଆଉ କେବଳ ତାଙ୍କୁ ନୁହେଁ, ମାତ୍ର ଯେପରି ମୋʼ ପ୍ରତି ଦୁଃଖ ଉପରେ ଦୁଃଖ ଘଟିବ ନାହିଁ, ଏଥିପାଇଁ ମୋʼ ଉପରେ ମଧ୍ୟ ଦୟା କଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ପ୍ରକୃତରେ ସେ ଅସୁସ୍ଥ ହୋଇ ମୃତପ୍ରାୟ ହୋଇଥିଲେ। କିନ୍ତୁ ତାଙ୍କୁ ଈଶ୍ୱର କୃପା କରିଛନ୍ତି। କେବଳ ତାଙ୍କ ପ୍ରତି ନୁହେଁ, ମୋ’ ପ୍ରତି ମଧ୍ୟ ତାଙ୍କର ଅନୁକମ୍ପା ଥିବାରୁ ମୋତେ ଦୁଃଖ ଉପରେ ଦୁଃଖ ଭୋଗିବାକୁ ଦେଇ ନାହାନ୍ତି।
Odia Bible ERV 2004 (ପବିତ୍ର ବାଇବଲ)
ସେ ଅସୁସ୍ଥ ଥିଲେ ଓ ମୃତ୍ୟୁର ଦ୍ୱାର ଦେଶରେ ଥିଲେ। କିନ୍ତୁ ପରମେଶ୍ୱର ତାହାଙ୍କୁ ଓ ମୋତେ ମଧ୍ୟ ସାହାଯ୍ୟ କଲେ, ଯେପରି ମୋ’ ପାଇଁ ଅଧିକ ଦୁଃଖ ନ ଘଟେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ହଁ, ସେ ମୃତ୍ୟୁ ସରିକି ପୀଡ଼ିତ ହୋଇଥିଲେ, କିନ୍ତୁ ଈଶ୍ବର ତାହାଙ୍କୁ ଦୟା କଲେ, ଆଉ କେବଳ ତାହାଙ୍କୁ ନୁହେଁ, ମାତ୍ର ଯେପରି ମୋʼ ପ୍ରତି ଦୁଃଖ ଉପରେ ଦୁଃଖ ଘଟିବ ନାହିଁ, ଏଥିପାଇଁ ମୋʼ ଉପରେ ମଧ୍ୟ ଦୟା କଲେ।
Odia IRV 2017 (ଓଡିଆ ବାଇବେଲ)
ହଁ, ସେ ମୃତ୍ୟୁ ସରିକି ପୀଡ଼ିତ ହୋଇଥିଲେ, କିନ୍ତୁ ଈଶ୍ୱର ତାଙ୍କୁ ଦୟା କଲେ, ଆଉ କେବଳ ତାଙ୍କୁ ନୁହେଁ, ମାତ୍ର ଯେପରି ମୋ' ପ୍ରତି ଦୁଃଖ ଉପରେ ଦୁଃଖ ଘଟିବ ନାହିଁ, ଏଥିପାଇଁ ମୋ' ଉପରେ ମଧ୍ୟ ଦୟା କଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೊ ಸಿಕೆತ್ ಪಡುನ್ ಮರ್ತಲ್ಯಾಚ್ಯಾ ಗತಿನ್ ಹೊಲ್ಲೊ ಮನ್ತಲೆ ಖರೆಚ್, ಖರೆ ದೆವಾನ್ ತೆಕಾ ದಯಾ ದಾಕ್ವುಲ್ಯಾನ್, ಅನಿ ತೆಕಾ ತವ್ಡೆಚ್ ನ್ಹಯ್, ವೈಲ್ಯಾ ವೈರ್ ದುಕ್ಕ್ ಯೆಯ್ನಾ ಸಾರ್ಕೆ ಮಾಕಾಬಿ ದಯಾ ದಾಕ್ವುಲ್ಯಾನ್.